Advertisment

ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

କୃଷକଙ୍କୁ ମନାଇବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଉଦ୍ୟମ ଜାରି ରହିଛି। ଆନ୍ଦୋଳନ କରିଥିବା କୃଷକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ବଡ ନିଷ୍ପତି ନେଇଛନ୍ତି ସରକାର। କୃଷି ବିଲ ପ୍ରତ୍ୟାହାର ଦାବିରେ ରେଲୱେ ଟ୍ରାକ୍ ଉପରେ ଧାରଣା ଦେଇଥିବା ଚାଷୀଙ୍କ ବିରୁଦ୍ଧରେ ମାମଲା ହୋଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
Charanjit Singh Channi

Charanjit Singh Channi

ଚଣ୍ଡୀଗଡ଼: କୃଷକଙ୍କୁ ମନାଇବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଉଦ୍ୟମ ଜାରି ରହିଛି। ଆନ୍ଦୋଳନ କରିଥିବା କୃଷକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ବଡ ନିଷ୍ପତି ନେଇଛନ୍ତି ସରକାର। କୃଷି ବିଲ ପ୍ରତ୍ୟାହାର ଦାବିରେ ରେଲୱେ ଟ୍ରାକ୍ ଉପରେ ଧାରଣା ଦେଇଥିବା ଚାଷୀଙ୍କ ବିରୁଦ୍ଧରେ ମାମଲା ହୋଇଥିଲା। RPF ତରଫରୁ କରାଯାଇଥିବା କେସ୍ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି। ଏନେଇ ସେ RPF ଅଧ୍ୟକ୍ଷଙ୍କୁ ଚିଠି ଲେଖି ଶୀଘ୍ର ମାମଲା ପ୍ରତ୍ୟାହାର କରିବାକୁ ଉଲ୍ଲେଖ କରିଛନ୍ତି।

Advertisment

କୃଷି ଆଇନକୁ ବିରୋଧ କରିବା ସମୟରେ ଶତାଧିକ କୃଷକ ରେଳ ଟ୍ରାକ୍ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହି ମାମଲା ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି ଚନ୍ନି। ସେ କହିଛନ୍ତି ପଞ୍ଜାବ ସରକାର କୃଷକଙ୍କ ସହ ଅଛି। ସେ କୃଷକଙ୍କୁ ଦୁର୍ବଳ ହେବାକୁ ଦେବେ ନାହିଁ । ଏଥିସହ ସେ କେନ୍ଦ୍ର ସରକାରଙ୍କୁ କୃଷି ଆଇନ୍ ଫେରାଇ ନେବାକୁ ଅନୁରୋଧ କରିଛନ୍ତି।

Advertisment

ସେପଟେ, କୃଷି ଆଈନକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୋଦି କହିଛନ୍ତି ଆମେ କୃଷି ଏବଂ କୃଷକ ପାଇଁ ଅନେକ ଯୋଜନା କରୁଛୁ। ଯାହାଦ୍ୱାରା ସେମାନେ ଲାଭ ପାଇପାରିବେ। କିନ୍ତୁ କେନ୍ଦ୍ର ଆଣିଥିବା କୃଷି ଆଈନକୁ ସଠିକ୍‌ ଭାବରେ କିଛି ରାଜନୈତିକ ଦଳ ନବୁଝି ଅଯଥାରେ ରାଜନୀତି କରୁଛନ୍ତି। ହେଲେ ଆମ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି। ମୋଦି କଟାକ୍ଷ କରି କହିଛନ୍ତି ଏହା ରାଜନୈତିକ ଠକେଇ। ଚାଷକୁ ନେଇ ରୀଜନୀତି ନକରିବା ଲାଗି ମୋଦି କହିଛନ୍ତି। ଗତକାଲି ସୁପ୍ରିମକୋର୍ଟ ସରକାରଙ୍କୁ ଦିଲ୍ଲୀ ସୀମାରେ ଥିବା ରାଜପଥରୁ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବାକୁ କହିଥିଲେ।

Farmer Strike Punjab Charanjit Singh Channi
Advertisment
Advertisment