Advertisment

ଚେଷ୍ଟା କରିଥିଲେ ମୋଦିଙ୍କୁ ମାରିବାକୁ ! ହେଲେ ଏବେ ନିଜେ ଫାଶୀ ଖୁଣ୍ଟରେ ଝୁଲିବେ

ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍‌ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍‌ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Narendra Modi

Narendra Modi

ପାଟନା: ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍‌ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍‌ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।

Advertisment

ଆଠ ବର୍ଷପରେ ଆସିଲ ରାୟ

ଏହା ଏକ ସଂଯୋଗ ଯେ, ୨୭ ଅକ୍ଟୋବର ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାର ରାୟ, ଏହାର ଠିକ୍‌ ୮ ବର୍ଷ ପରେ ସେହି ୨୭ ଅକ୍ଟୋବର ୨୦୨୧ରେ ପ୍ରକାଶ ପାଇଛି । ଏହି ଘଟଣାରେ କୋର୍ଟ ୯ ଜଣଙ୍କୁ ଦୋଷୀ ବୋଲି ରାୟ ଶୁଣାଇଛନ୍ତି । ସେଥିରୁ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିବା ବେଳେ ଆଉ ଦୁଇ ଦୋଷୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ଜଣକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପାଟନା କୋର୍ଟର ଏହା ଏକ ଐତିହାସିକ ରାୟ ବୋଲି କୁହାଯାଉଛି ।

Advertisment

ଏହି ଦୋଷୀଙ୍କୁ ମିଳିଲା ଫାଶୀ

୧.ହାଇଦର ଅଲ୍ଲୀ

୨.ନୋମାନ ଅଂସାରୀ

୩.ମୋ ମୁଜିବୁଲ୍ଲାହ ଅଂସାରି

୪.ଇମ୍‌ତିଆଜ୍‌ ଆଲମ୍‌

ଏହି ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ

୧.ଉମର ସିଦ୍ଦିକି

୨.ଅଜହରୁଦ୍ଦିନ୍‌ କୁରୈଶୀ

ଏହି ଦୁଇ ଦୋଷୀଙ୍କୁ ୧୦ ବର୍ଷର ସଜା

୧.ଅହମଦ ହୁସୈନ୍‌

୨.ମୋ ଫିରୋଜ ଆସଲମ୍‌

ଏହି ଦୋଷୀକୁ ୭ ବର୍ଷ ଜେଲ୍‌

୧.ଇଫ୍ତିଖାର ଆଲମ୍

ପାଟନାର ଏତିହାସିକ ଗାନ୍ଧି ମଇଦାନରେ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲି ଚାଲିଥିବା ବେଳେ ସିରିଏଲ ବିସ୍ଫୋରଣ ଘଟିଥିଲା । ପାଟନା ଜଙ୍ଗସନ୍‌ ପ୍ଲାଟ୍‌ଫର୍ମ ନମ୍ବର ୧-ରେ ବି ବିସ୍ଫୋରଣ ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଜଣ ଗୁରୁତର ହୋଇଥିଲେ । ଏହାର ୮ ବର୍ଷ ପରେ ଏନ୍‌ଆଇଏର ସ୍ୱତନ୍ତ୍ର କୋର୍ଟ ଘଟଣାରେ ରାୟ ଶୁଣାଇଛନ୍ତି ।

୧୮୭ ଜଣ ସାକ୍ଷୀ

ଏହି ମାମଲାରେ ଏବେ ସୁଦ୍ଧା କୋର୍ଟରେ ୧୮୭ ଜଣ ସାକ୍ଷୀଙ୍କ ବୟାନ୍‌ ରେକର୍ଡ କରାଯାଇଛି । ୬ ଅକ୍ଟୋବରରେ ଉଭୟ ପକ୍ଷରୁ ଲିକ୍ଷିତ ବୟାନ୍‌ କୋର୍ଟରେ ଦାଖଲ ହେବା ପରେ ୨୭ ଅକ୍ଟୋବରରେ ରାୟ ପ୍ରକାଶ ପାଇବ ବୋଲି ଏନ୍‌ଆଇଏର ସ୍ୱତନ୍ତ୍ର ଅଦାଲତ ସ୍ଥିର କରିଥିଲେ ।

୮ ବର୍ଷ ପୂର୍ବେ ମୋଦିଙ୍କ ହୁଙ୍କାର ରାଲିରେ ବିସ୍ଫରଣ ଘଟିଥିଲା

ଏହି ମାମଲାର ଯାଞ୍ଚ କରୁଥିବା ଏନ୍‌ଆଇଏ ଟିମ୍‌ ମୁଖ୍ୟ ଅଭିଯୁକ୍ତ ରାଞ୍ଚିର ଇମ୍‌ତିଆଜ୍‌ ଆଂସାରୀ ସମେତ ୧୦ ଜଣଙ୍କ ବିରୋଧରେ ଏନ୍‌ଆଇଏ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା । ଏବେ ସମସ୍ତ ଅଭିଯୁକ୍ତ ବେଉର ଜେଲ୍‌ରେ କଡ଼ା ସୁରକ୍ଷା ଭିତରେ ରହିଛନ୍ତି ।

Narendra Modi Patna Serial Blast
Advertisment
Advertisment