Advertisment

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ପୁଣି ଲପିଜି ଗ୍ୟାସ ଦର ବୃଦ୍ଧି ପାଇଛି। ଦେଢ ବର୍ଷ ମଧ୍ୟରେ ୧୧ ଥର ରୋଷେଇ ଗ୍ୟାସ ବୃଦ୍ଧି ପାଇଲାଣି । ଏଲପିଜି ଗ୍ୟାସ ବୃଦ୍ଧି ପାଇବାରୁ ରୋଷେଇ ଘର ବଜେଟ ଉପରେ ଚାପ ବଢି ଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

lpg price increased

ଭୋପାଳ: ପୁଣି ବଢିଛି ରୋଷେଇ ଗ୍ୟାସ ଦର। ଏଥର ଏଲପିଜି ଗ୍ୟାସ ଦର ୨୫ ଟଙ୍କା ବୃଦ୍ଧି ପାଇଛି। ଦେଢ ବର୍ଷ ମଧ୍ୟରେ ୧୧ ଥର ରୋଷେଇ ଗ୍ୟାସ ବୃଦ୍ଧି ପାଇଛି। ରୋଷେଇ ଗ୍ୟାସ ବୃଦ୍ଧି ପାଇବାରୁ ରୋଷେଇ ଘର ବଜେଟ ଉପରେ ଚାପ ବଢି ଯାଇଛି। ମହାମାରୀ ସମୟରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ଏଇ ମହଙ୍ଗାମାଡ ଜନ ଅସନ୍ତୋଷକୁ ବୃଦ୍ଧି କରିଛି। 
୨୦୨୦ ମେ’ରେ ସବ୍‌ସିଡି ଶେଷ ହେବା ପରେ ୧୧ ଥର ଏଲପିଜି ଗ୍ୟାସ ଦର ବଢି ସାରିଲାଣି। ଇତିମଧ୍ୟରେହ ଗ୍ୟାସ ଦର ୪୭.୨୦% ବୃଦ୍ଧି ପାଇ ସାରିଛି। ଭୋପାଳରେ ଏବେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ଦର ୮୪୦ ଟଙ୍କା ୫୦ ପଇସା ଥିବାବେଳେ ଦରବୃଦ୍ଧି ପରେ ହୋଇଛି ୮୬୫.୫୦ ଟଙ୍କା। ଏହା ପୂର୍ବରୁ ଏଲପିଜି ଦର ଜୁଲାଇ ୧ରେ ୨୫.୫୦ ଟଙ୍କା ବଢିଥିଲା। ତୈଳ କମ୍ପାନୀ ୪୭ ଦିନ ପରେ ରୋଷେଇ ଗ୍ୟାସ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ରେଷ୍ଟୁରାଣ୍ଟ ଏବଂ ହୋଟେଲ ମାଲିକଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି। କାରଣ କମର୍ସିଆଲ ସିଲିଣ୍ଡରର ଦର ୪ ଟଙ୍କା ହ୍ରାସ ପାଇଛି। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ ୧୬୩୧ରୁ ହ୍ରାସ ପାଇ ୧୬୨୭ରେ ପହଞ୍ଚିଛି। 

Advertisment

ତେବେ ଗ୍ୟାସ ଦର ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ବଢାଇ ଦେଇଛି। ମହାମାରୀ ସମୟରେ କିଏ ଚାକିରିରୁ ଛଟେଇ ହୋଇଥିବାବେଳେ କାହାର ବ୍ୟବସାୟ ବନ୍ଦ ପ୍ରାୟ ହୋଇଯାଇଛି। କାହାର ପୁଣି ଦରମା କଟି ଯାଉଛି। ପ୍ରାଇଭେଟ ଚାକିରି କରିଥିବା ବ୍ୟକ୍ତିଙ୍କ ଅବସ୍ଥା ବେଶି ଶୋଚନୀୟ। ଘର ଖର୍ଚ୍ଚ କାଣ୍ଟଛାଟ କରି ଚଳିବାକୁ ପଡ଼ୁଥିବାବେଳେ ରୋଷେଇ ଘରେ ପଡିଥିବା ଏହି ମହଙ୍ଗା ଛାଟ ବାଧୁଛି। 
ଏଠି କହିରଖିବୁ, ୨୦୨୦, ମେ’ ରେ ସବ୍‌ସିଡି ଶେଷ ହେବା ପରେ ୧୧ ଦର ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଥିବାବେଳେ ମାତ୍ର ୮ ମାସ ଭିତରେ ଏଲପିଜି ସିଲିଣ୍ଡର ଦର ୧୬୫ ଟଙ୍କା ମହଙ୍ଗା ହୋଇଛି। ଜାନୁଆରୀ ୧ରେ ୭୦୦ ଟଙ୍କା ଥିବା ସିଲିଣ୍ଡର ଦାମ ଫେବ୍ରୁଆରୀ ୪ରେ ୭୨୫ ଟଙ୍କାକୁ ବୃଦ୍ଧି ପାଇଥିଲା। ଫେବ୍ରୁଆରୀ ୧୫ରେ ଏହା ବୃଦ୍ଧି ପାଇ ୭୭୫ରେ ପହଞ୍ଚିଥିଲା। ପୁଣି ୨୫ ଫେବ୍ରୁଆରୀରେ ଏହା ୮୦୦, ମାର୍ଚ୍ଚ ୧ରେ ଦରବୃଦ୍ଧି ଘଟି ୮୨୫ ହୋଇଥିଲା। ପୁଣି ଏପ୍ରିଲ ୧ରେ ୮୧୫, ଜୁଲାଇରେ ୮୪୦.୫୦ ଏବଂ ଅଗଷ୍ଟ ୧୭ରେ ୮୬୫.୫୦ ଟଙ୍କା ହୋଇଛି। ଏଠି କହିରଖିବୁ, ମେ’ ୨୦୨୦ରେ ଗ୍ୟାସ ସିଲିଣ୍ଡର ଦାମ ୫୮୮ ଟଙ୍କା ଥିଲା। 

Advertisment
LPG Price LPG Cylinder
Advertisment
Advertisment