Advertisment

ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ; ଯବାନଙ୍କ ସହ ପାଳିବେ ଦଶହରା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିବେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
president-ramnath-kovind

president-ramnath-kovind

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିବେ । ପ୍ରତି ବର୍ଷ  ରାଷ୍ଟ୍ରପତି ସାଧାରଣତଃ ରାଜଧାନୀ ଦିଲ୍ଲୀରେ ହିଁ ଦଶହରା ପାଳନ କରନ୍ତି। ହେଲେ ଆଜି ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେଠାକାର ଅଧିକାରୀ ଏବଂ ଯବାନଙ୍କ ସହ ଦଶହରା ପାଳନ କରିବେ ।

Advertisment

ରାଷ୍ଟ୍ରିୟ ଭବନର ବୟାନ୍‌ ଅନୁଯାୟୀ, "ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଲଦାଖ ଏବଂ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି।" ଏବଂ ଏହା ପୂର୍ବରୁ ଲେହର ସିନ୍ଧୁ ଘାଟରେ ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସିନ୍ଧୁ ଦର୍ଶନ ପୂଜା କରିଥିଲେ ଏବଂ ଉଦାମପୁରର ଯବାନଙ୍କ ସହିତ ମଧ୍ୟ ଭେଟିଥିଲେ ।

Advertisment

ଦଶହରା ଉପଲକ୍ଷେ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘’ ବିଜୟା ଦଶମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଦଶହରା ଖରାପ ଉପରେ ଭଲର ବିଜୟକୁ ଦର୍ଶାଇଥାଏ । ଉତ୍ତମତା ଏବଂ ଚାଲାକ୍‌ ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ । ଏହି ପର୍ବ ଦେଶବାସୀଙ୍କ ଜୀବନରେ ସମୃଦ୍ଧତା ଏବଂ ସୁଖ ଆଣିବ ବୋଲି ମୁଁ ଶୁଭ କାମନା କରୁଛି’’ ।

president-ramnath-kovind(ରାଷ୍ଟ୍ରପତିଙ୍କ ଟ୍ୱିଟ୍‌)
Ladakh Ramnath Kovind
Advertisment
Advertisment