Advertisment

ସ୍ୱତନ୍ତ୍ର ପ୍ୟାକେଜ୍‌ ନେଇ ଆସନ୍ତାକାଲି ୟୁପି ଗସ୍ତ କରିବେ ମୋଦି

କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍‌ କରିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ମୋଦିଙ୍କର ଏହି ଗସ୍ତ ସବୁ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଛି। କୁହାଯାଉଛି, ମୋଦି ଆସନ୍ତାକାଲି ୟୁପି ପାଇଁ କିଛି ନୂଆ ଯୋଜନା ଘୋଷଣା କରିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
ସ୍ୱତନ୍ତ୍ର ପ୍ୟାକେଜ୍‌ ନେଇ ଆସନ୍ତାକାଲି ୟୁପି ଗସ୍ତ କରିବେ ମୋଦି

Narendra Modi

ଲକ୍ଷ୍ନୌ: କରୋନାର ଦ୍ୱିତୀୟ ଲହର କମିବାପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପାଖାପାଖି ୮ ମାସ ପରେ ମୋଦି ବାରାଣାସୀ ଯାଉଛନ୍ତି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ବାରଣାସୀ ପାଇଁ ପାଖାପାଖି ୧୫ ଶହ କୋଟିର ପ୍ୟାକେଜ୍ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ୫ ଘଂଟା ନିଜର ସଂସଦୀୟ କ୍ଷେତ୍ରରେ ସମୟ ବିତାଇବେ ବୋଲି ସୂଚନା ରହିଛି। ତେବେ ମୋଦିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ଏସପିଜିର ସ୍ୱତନ୍ତ୍ର ସୁରକ୍ଷା ଦଳ ମୋଦି ଯେଉଁ ସ୍ଥାନକୁ ଗସ୍ତ କରିବେ ସେହି ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି।

Advertisment

କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍‌ କରିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ମୋଦିଙ୍କର ଏହି ଗସ୍ତ ସବୁ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଛି। କୁହାଯାଉଛି, ମୋଦି ଆସନ୍ତାକାଲି ୟୁପି ପାଇଁ କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। କାରଣ କଂଗ୍ରେସ , ସମାଜ ବାଦୀ ପାର୍ଟି ଓ ମାୟବତୀ ୟୁପିରେ କେମିତି ନିଜ ଦଳ ଜିତାପଟ୍‌ କରିବ ସେନେଇ ଏବେଠୁ ମାନସମନ୍ଥନ କରୁଛନ୍ତି। ଆଉ ପଂଚାୟତ ନିର୍ବାଚନରେ ବାଜିମାତ୍‌ କରିବା ପରେ ମଧ୍ୟ ସାଧାରଣ ନିର୍ବାଚନରେ ଯେମିତି ଅଧିକ ସିଟ୍‌ ଦଳ ଅକ୍ତିଆର୍‌ କରିବ ସେନେଇ ବିଜେପି ନେତା ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

Advertisment

ଦେଶର ପୂର୍ବାଞ୍ଚଳରେ ଦଳ କେମିତି ମଜଭୁତ୍ ହେବ ସେନେଇ ମୋଦି ସବୁବେଳେ ଚିନ୍ତା କରୁଥିବା ବେଳେ ଆସନ୍ତାକାଲି ମୋଦିଙ୍କ ଗସ୍ତକୁ ନେଇ ଏବେଠୁ ଅନେକ ଚର୍ଚ୍ଚା ଲାଗିଲାଣି। ୟୁପି ରାଜ୍ୟ ସଭାପତିଙ୍କ ସୂଚନା ଅନୁସାରେ, ମୋଦି ସକାଳ ପ୍ରାୟ ୧୦.୩୦ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରାଣାସୀରେ ପହଞ୍ଚିବେ। ତେବେ ମୋଦିଙ୍କ ସ୍ୱାଗତ ପାଇଁ ସେମାନେ ପୂରା ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ସଭାପତି।

Uttar Pradesh PM Modi Narendra Modi Varanasi
Advertisment
Advertisment