/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1632647409.jpg)
PM Modi
ନୂଆଦିଲ୍ଲୀ: କୃଷି ଆଈନକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୋଦି କହିଛନ୍ତି ଆମେ କୃଷି ଏବଂ କୃଷକ ପାଇଁ ଅନେକ ଯୋଜନା କରୁଛୁ। ଯାହାଦ୍ୱାରା ସେମାନେ ଲାଭ ପାଇପାରିବେ। କିନ୍ତୁ କେନ୍ଦ୍ର ଆଣିଥିବା କୃଷି ଆଈନକୁ ସଠିକ୍ ଭାବରେ କିଛି ରାଜନୈତିକ ଦଳ ନବୁଝି ଅଯଥାରେ ରାଜନୀତି କରୁଛନ୍ତି। ହେଲେ ଆମ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି। ମୋଦି କଟାକ୍ଷ କରି କହିଛନ୍ତି ଏହା ରାଜନୈତିକ ଠକେଇ। ଚାଷକୁ ନେଇ ରୀଜନୀତି ନକରିବା ଲାଗି ମୋଦି କହିଛନ୍ତି। ଗତକାଲି ସୁପ୍ରିମକୋର୍ଟ ସରକାରଙ୍କୁ ଦିଲ୍ଲୀ ସୀମାରେ ଥିବା ରାଜପଥରୁ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଶୁକ୍ରବାର ଦିନ ଜନ୍ତର ମନ୍ତ୍ରରେ 'ସତ୍ୟଗ୍ରାହ' ପାଇଁ ଅନୁମତି ମାଗିଥିବା ସର୍ବୋଚ୍ଚ ନ୍ୟାୟାଳୟ କୃଷକ ସଂଗଠନକୁ ତାଗିଦ କରିଥିଲେ।
ପିଏମ ମୋଦୀ କହିଛନ୍ତି, 'ଯଦି ଆପଣ ଦେଖନ୍ତି, ଯେଉଁମାନେ କୃଷକ-ସଂସ୍କାରକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୀତି କରିବା ପାଇଁ ଇଚ୍ଛା ରଖୁଛନ୍ତି ବିକାଶ ପାଇଁ ସେମାନଙ୍କର ଇଚ୍ଛା ନାହିଁ। ଏହାସହ ମୋଦି କହିଛନ୍ତି ଦେଶରେ ଅନେକ ଚାଷୀଭାଈମାନେ ଅଛନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତି ବଦ୍ଧ। ତେଣୁ କୃଷି ଆଇନକୁ ନେଇ ଲୋକଙ୍କୁ ବିଭ୍ରାନ୍ତି କରାନଯାଉ।
Also Read
କୃଷି ଆଇନକୁ ବର୍ତ୍ତମାନ ସମୟରେ ପ୍ରତିବାଦ କରୁଛନ୍ତି ଏବଂ ବଦଳାଇବାକୁ ଇଚ୍ଛା ରଖୁଛନ୍ତି। ହେଲେ ଆଈନରେ ଯଦି କୌଣସି ଅସୁବିଧା ନାହିଁ ତେବେ ଏହାକୁ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ଅଯଥାରେ ଏହାକୁ ନେଇ ରାଜନୀତି କରାନଯାଉ। ବିଜେପି ପାର୍ଟିକୁ ଭାରତର ଜନସାଧାରଣମାନେ ଆଶୀର୍ବାଦ ଦେଇଛନ୍ତି। ତେଣୁ ଏ ସରକାରଙ୍କୁ କାମ କରିବାକୁ ଦିଆଯାଉ। ଦେଶର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୋଦି କହିଛନ୍ତି।
ଦିଲ୍ଲୀ ସୀମାରେ ଥିବା କୃଷକମାନେ ଦୀର୍ଘ ଦିନ ଧରି ଆଇନକୁ ବିରୋଧ କରିଆସୁଛନ୍ତି। କୃଷକ ଏବଂ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ମଧ୍ୟ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ପ୍ରସଙ୍ଗରେ ସହମତି ହୋଇପାରି ନାହିଁ। କୃଷି ଆଈନକୁ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଚାପ ପକାଯାଉଛି। କିନ୍ତୁ ଏହାର ସମାଧାନ ଏ ପର୍ଯ୍ୟନ୍ତ ହେଉନାହିଁ। ତେବେ ମୋଦିଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି ଯେ, କୃଷି ଆଇନ ପରବିର୍ତ୍ତନର କୌଣସି ସମ୍ଭାବନା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)