• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆସିଲା ୪୩ ଜଣଙ୍କ ତାଲିକା

  • ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ନାଁ

  • ତାଲିକାରେ ଜ୍ୟୋତିରାଦିତ୍ୟ, ପଶୁପତି, କିରନ ରିଜିଜୁ ପ୍ରମୁଖଙ୍କ ନାଁ

ନୂଆଦିଲ୍ଲୀ : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆସିଛି ମନ୍ତ୍ରୀ ତାଲିକା । ୪୩ ମନ୍ତ୍ରୀ ଆଉ କିଛି ସମୟ ପରେ ନେବେ ଶପଥ । ଏହାରି ମଧ୍ୟରେ ମୋଦୀ କ୍ୟାବିନେଟରୁ ଅନେକ ମନ୍ତ୍ରୀଙ୍କ ଛୁଟି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ବାବୁଲ ସୁପ୍ରିଓଙ୍କ ପରି ମନ୍ତ୍ରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ କ୍ୟାବିନେଟର ସମ୍ପ୍ରସାରଣରେ ୧୦ ଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯାଇ ଥିବାବେଳେ କ୍ୟାବିନେଟରେ ୩୩ ଟି ନୂଆ ଚେହେରାକୁ ସୁଯୋଗ ମିଳିଛି । 

ମୋଦିଙ୍କ ନୂଆ ଟିମରେ ନାରାୟଣ ରାଣେ, ସର୍ବାନନ୍ଦ ସୋନଓ୍ୱାଲ, ଡଃ ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆର. ପି. ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡବ୍ୟ, ଭୁପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଷାନ ରେଡ୍ଡି, ଅନୁରାଗ ସିଂ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା ଓ ଦର୍ଶନା ବିକ୍ରମ ଜରଦୋଷଙ୍କ ସିଂହଙ୍କ ନାମ ରହିଛି ।

ସେହିପରି ମନ୍ତ୍ରିମଣ୍ଡଳରେ ମିନାକ୍ଷୀ ଲେଖି, ଅର୍ଣ୍ଣପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ୍. ବର୍ମା, ଅଜୟ କୁମାର ,ଚୌହାନ ଦେବୁ ସିନ୍, ଭଗୱନ୍ତ ଖୁବା, କପିଲ ମୋରେସର ପାଟିଲ, ପ୍ରତୀମା ଭୌମିକ, ସୁବାଷ ସରକାର, ଭଗୱତ କିଷନ ରାଓ କରଦ୍, ରାଜକୁମାର ରଞ୍ଜନ ସିଂ, ଭାରତୀ ପ୍ରବୀଣ ପାୱାର, ବିଶେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ଏମ୍ ମହେନ୍ଦ୍ରଭାଇ, ଜନ୍ ବାର୍ଲା , ଏଲ୍ ମୁରୁଗନ୍, ନିଶିଥ୍ ପ୍ରମାଣିକଙ୍କ ନାମ ରହିଛି ।