/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635567387.jpg)
Narendra Modi
ନୂଆଦିଲ୍ଲୀ: ରୋମ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା । ଆର୍ଥିକ, ସାଂସ୍କୃତିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ନେଇ ଆଲୋଚନା ହୋଇଛି ।
Official engagements in Rome begin with a productive interaction with @eucopresident Charles Michel and @vonderleyen, President of the @EU_Commission.
The leaders discussed ways to enhance economic as well as people-to-people linkages aimed at creating a better planet. pic.twitter.com/Uvk4JLN5Ca
— PMO India (@PMOIndia) October 29, 2021
ଅନ୍ୟପଟେ ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ନେତୃବର୍ଗଙ୍କ ସହିତ ବୈଶ୍ୱିକ ଆର୍ଥିକ ଓ କରୋନା ମହାମାରୀ ପରବର୍ତ୍ତି ସୁସ୍ଥାବସ୍ଥା ପୋଷଣୀୟ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା କରିିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
The Indian community extends a warm welcome to PM @narendramodi in Rome. pic.twitter.com/L3RjqagBlp
— PMO India (@PMOIndia) October 29, 2021
ମହାମାରୀ କରୋନା ପରେ ଏହା ହେଉଛି ଜି- ୨୦ ନେତୃବର୍ଗଙ୍କ ପ୍ରଥମ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା । ଏହି ଆଲୋଚନାରେ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ସଂପର୍କରେ ଆଲୋଚନା କରିବେ ନେତୃମଣ୍ଡଳି । ସେପଟେ ଗତକାଲି ରୋମ୍ରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ଯେଉଁଠି ତାଙ୍କୁ ସଂସ୍କୃତରେ ଶ୍ଲୋକ କହି ସମ୍ମାନ ଜଣାଇଥିଲେ ପ୍ରବାସୀ ।
Furthering the community connect.
In Rome, PM @narendramodi interacted with members of the Indian community based in Italy and those who have a close association with India through spheres like academics, spirituality and more. pic.twitter.com/Lju4BakctL
— PMO India (@PMOIndia) October 29, 2021
ଅନ୍ୟପଟେ ଆଜି ପୋପ୍ ଫ୍ରାନ୍ସିସ୍ଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଭାକ୍ଟିକାନ୍ ସିଟି ଯାଇ ସେଠାରେ ପୋପ୍ଙ୍କୁ ଭେଟିବାର ଏକ କାର୍ଯ୍ୟକ୍ରମ ରହିଛି । ଖାଲି ସେତିକି ନୁହେଁ ଫ୍ରାନ୍ସର ପ୍ରେସିଡେଣ୍ଟ ଏମାନ୍ୟୁଏଲ ମାକ୍ରୋନ୍ଙ୍କୁ ମଧ୍ୟ ଭେଟିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/IMAGE_1626677157.jpg )

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)