Advertisment

ନା ନେଲେ ନାହିଁ କିନ୍ତୁ ପାକିସ୍ତାନ ଉପରେ ପ୍ରବଳ ବର୍ଷିଲେ ମୋଦି

ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସିଧାସଳଖ ଭାବରେ ପାକିସ୍ତାନ ନା ନନେଇ ତାକୁ ସମାଲୋଚନା ମଧ୍ୟ କରିବା ସହ ଆତଙ୍କବାଦର କାର୍ଯ୍ୟ ପାଇଁ ପାକିସ୍ତାନକୁ ସମାଲୋଚନା ମଧ୍ୟ କରିଛନ୍ତି।

author-image
Sarbeswar
Narendra Modi

Narendra Modi

ନୂଆଦିଲ୍ଲୀ: ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସିଧାସଳଖ ଭାବରେ ପାକିସ୍ତାନ ନା ନନେଇ ତାକୁ ସମାଲୋଚନା ମଧ୍ୟ କରିବା ସହ ଆତଙ୍କବାଦର କାର୍ଯ୍ୟ ପାଇଁ ପାକିସ୍ତାନକୁ ସମାଲୋଚନା ମଧ୍ୟ କରିଛନ୍ତି।

Advertisment

ତେବେ ମୋଦି କହିଛନ୍ତି ଯେ ବିବିଧତା ଭାରତର ଲୋକତନ୍ତ୍ରକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହାସହ ଗଣତନ୍ତ୍ରର ଜନନୀ ଭାରତର ମୁଁ ପ୍ରତିନିଧିତ୍ୱ କରୁଛି ବୋଲି ମୋଦି କହିଛନ୍ତି। ଦୁନିଆରେ ଚରମପନ୍ଥୀଙ୍କ ଦବଦବା ବଢ଼ୁଥିବା କଥା ଜାତିସଂଘ ମହାସଭାରେ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ।

ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ। ଆତଙ୍କବାଦ ଏବେ ରାଜନୈତିକ ଅସ୍ତ୍ର ହେଲେଣି। କିଛି ଦେଶ ଆତଙ୍କବାଦକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି ଓ ଆଉ କିଛି ଦେଶ ବ୍ୟବହାର ମଧ୍ୟ କରୁଛନ୍ତି । ସାରା ବିଶ୍ୱ ଲାଗି ଏବେ ଆତଙ୍କବାଦ ଚିନ୍ତାର କାରଣ ହୋଇଛି। ଆତଙ୍କବାଦକୁ କେବେ ହେଲେ ଅସ୍ତ୍ର ଭାବେ ବ୍ୟବହାର କରା ନ ଯିବା ଦରକାର।

Advertisment

ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ପ୍ରସଙ୍ଗ ମଧ୍ୟ ମୋଦି ମିଳିତ ଜାତିସଂଘରେ ଉଠାଇଛନ୍ତି। ସେ କହିଛନ୍ତି, “ଆଫଗାନିସ୍ତାନ ମାଟି ଯେମିତି ଆତଙ୍କବାଦୀଙ୍କ ଗତିବିଧି ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବାହାର ନ ହେବ, ତା’କୁ ସୁନିଶ୍ଚିତ କରିବାକୁ ହେବ। ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଜରୁରୀ। ତେବେ ମୋଦି ବିଶେଷ କରି ମହିଳା ଓ ଶିଶୁଙ୍କ ଅଧିକାର ଯେମିତି କ୍ଷୁର୍ଣ୍ଣ ନ ହେବ, ତା’କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି, ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ସମଗ୍ର ବିଶ୍ୱ ମହାମାରୀ କରୋନା ସହ ଲଢ଼େଇ କରୁଛି। ଗଲା ୧୦୦ ଦିନ ସବୁଠାରୁ ଖରାପ ସମୟ ଥିଲା। ଆମେ ଏହି ସମୟରେ ଅନେକ ଲୋକଙ୍କୁ ହରାଇଛୁ। ଏଥିପାଇଁ ମୁଁ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ଯେତେବେଳେ ଭାରତ ବଢ଼ିବ ସେତେବେଳେ ବିଶ୍ୱ ବଢ଼ିବ। ଯେତେବେଳେ ଭାରତରେ ସୁଧାର ଆସିବ ସେତେବେଳେ ପୂରା ବିଶ୍ୱରେ ସୁଧାର ଆସିବ। ତେବେ ମୋଦିଙ୍କ ଆମେରିକା ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।

PM Narendra Modi Pakistan UNGA Summit
Advertisment
Advertisment