Advertisment

ମାଡି ଆସୁଛି କୋଭିଡ଼ ନୂଆ ଭାରିଏଣ୍ଟ୍‌ : ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନକୁ ନେଇ ଭାରତରେ ଛନକା ସୃଷ୍ଟି ହୋଇଛି। ବିଭିନ୍ନ ଦେଶରେ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି। ଏନେଇ ଦେଇଛନ୍ତି ଗୁରୁମନ୍ତ୍ର।

author-image
Pramod Behera
PM asks officials to review plans for covid new variant

PM asks officials to review plans for covid new variant

କୋଭିଡ଼ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା। ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବେଳେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ। ସବୁ ବିଦେଶାଗତଙ୍କ ପ୍ରତି ତୀକ୍ଷ୍ନ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ। ବିଶେଷକରି ରିସ୍କ ଦେଶମାନଙ୍କରୁ ଆସୁଥିବା ଲୋକଙ୍କ ପ୍ରତି ନଜର ନିର୍ଦ୍ଦେଶ ରହିଛି। ପ୍ରୋଟୋକଲ୍‌ ଅନୁଯାୟୀ ସେମାନଙ୍କ ଟେଷ୍ଟିଂ ଓ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ରହିଛି।

Advertisment

ନୂଆ ଭାରିଏଣ୍ଟ୍‌ ପାଇଁ ଲୋକଙ୍କୁ ଅଧିକ ସତର୍କ କରାଇବାକୁ ପରାମର୍ଶ ଦେଇଛନ୍ତି ମୋଦୀ। ଏହା ସହିତ କୋଭିଡ଼ ନିୟମ କଡ଼ାକଡ଼ି ମାନିବା, ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବିଦେଶଯାତ୍ରା ନେଇ କୋହଳ କଟକଣା ସଂପର୍କରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ରହିଛି। ଜିନମ୍ ସିକ୍ୟୁଏନ୍‌ସିଂକୁ ଅଧିକ ବ୍ୟାପକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ନୂଆ ଭାରିଏଣ୍ଟ୍‌ର ପ୍ରକୃତିଗତ ପରିବର୍ତ୍ତନ ଉପରେ ମଧ୍ୟ ନଜର ରଖାଯାଇଛି। ICMR ମହାମାରୀ ଓ ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ସମୀରନ୍‌ ପଣ୍ଡାଙ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ ନୂଆ ଭାରିଆଣ୍ଟର ପ୍ରକୃତିଗତ ପରିବର୍ତ୍ତନ ଉପରେ ଆମେ ନଜର ରଖିଛୁ। ଭାରିଏଣ୍ଟ୍‌ର ଗଠନଗତ ପାର୍ଥକ୍ୟ ଦେଖାଯାଇଛି, ଅଧିକ ସଂକ୍ରାମକ ହେବା ଆଶଙ୍କା ମଧ୍ୟ ରହିଛି । କିନ୍ତୁ ଏହାର ସଂକ୍ରମଣ ଧାରା ଅଧିକ ତୀବ୍ର କି ନାହିଁ, ତାହାର ତର୍ଜମା ଚାଲିଛି। ଏହା ଅଧିକ ସଂକ୍ରାମକ ଓ ଗୋଷ୍ଠୀ ସଂକ୍ରମଣକାରୀ କି ନାହିଁ ତାହା ଉପରେ ମଧ୍ୟ ନଜର ରଖାଯାଇଛି। ଆମେ ଉଭୟ ଲ୍ୟାବ୍ ଓ ଲୋକମାନଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଚିନ୍ତାଜନକ କହିସାରିଛି। ଏନେଇ ଆମେ ପରୀକ୍ଷା ଜାରି ରଖିଛୁ। ଏହା ତୀବ୍ର ସଂକ୍ରାମକ ଓ ଘାତକ କି ନୁହେଁ ଜାଣିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment
PM asks officials to review plans for covid new variantମୋଦୀଙ୍କ ସମୀକ୍ଷା ବୈଠକ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ କରି ସାମ୍ନାକୁ ଆସିଥିବା ଓମିକ୍ରାନ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏହି ଭାରିଏଣ୍ଟର ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ମୋଦୀଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ନୂଆ ଭାରିଏଣ୍ଟ ବିରୋଧରେ ଭାରତରେ ହୋଇଥିବା ପ୍ରସ୍ତୁତି ଓ ବିଶ୍ୱରେ ଏହାର ସ୍ଥିତି କ’ଣ ରହିଛି, ସେକଥା ମଧ୍ୟ ମୋଦୀଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରାନ୍‌ କିଛି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକାରେ ନିଜର ପ୍ରଭାବ ବିସ୍ତାର କରିଛି। ଭାରତରେ ଏଯାଏ ଓମିକ୍ରାନ୍‌ ଠାବ ହୋଇ ନ ଥିବେ ବି ଦିଲ୍ଲୀର ସବୁ ହସ୍ପିଟାଲଗୁଡ଼ିକ ସତର୍କ ରହିବାକୁ କୁହାଯାଇଛି। ସେହିପରି ହସ୍ପିଟାଲ୍‌ରେ କୋଭିଡ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଭାରିଏଣ୍ଟକୁ ସାମ୍ନାରେ ରଖି ମୋଦୀ ସମସ୍ତ ଅଧିକାରୀଙ୍କୁ ଅଧିକ ସକ୍ରିୟ ରହିବାକୁ କହିଛନ୍ତି। ଡିସେମ୍ବର ୧୫ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ନିୟମିତଭାବେ ଆରମ୍ଭ ହେବ। ତେଣୁ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ଆବଶ୍ୟକ କଟକଣା ଲଗାଇବା ପାଇଁ ସେ ସମସ୍ତଙ୍କୁ କହିଛନ୍ତି। ବିପଦଜନକ ତାଲିକାରେ ଥିବା ଦେଶଗୁଡ଼ିକରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଓ ସେମାନଙ୍କର ଟେଷ୍ଟିଂ ଉପରେ ଫୋକସ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

PM Review COVID-19
Advertisment
Advertisment