• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାମପୁର : ବିବାହ ନିମନ୍ତ୍ରଣ ପତ୍ରରେ ରାଜନୀତିର ରଙ୍ଗ । ଉପହାର ବଦଳରେ ଭୋଟ ମାଗିଲେ ବର । ଉତ୍ତରପ୍ରଦେଶର ରାମପୁରରେ ଏକ ବିବାହ ନିମନ୍ତ୍ରଣ କାର୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କାର୍ଡ ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଛି । ସମାଜବାଦି ପାର୍ଟି ଉଦ୍ଦେଶ୍ୟରେ ଏହି ନିମନ୍ତ୍ରଣ ପତ୍ର ଛପାଯାଇଛି । କାର୍ଡ଼ରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କ ଫଟୋ ଲଗାଯାଇଛି । ଏହାସହ ବିବାହ ନିମନ୍ତ୍ରଣ ପତ୍ରରେ ସପାର ନିର୍ବାଚନୀ ଚିହ୍ନ ସାଇକେଲ ମଧ୍ୟ ମୁଦ୍ରିତ ହୋଇଛି । ତେବେ ଆଶୀର୍ବାଦ ରୂପରେ ୨୦୨୨ ନିର୍ବାଚନରେ ସାଇକେଲ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କରାଯାଇଛି । କେବଳ ଏତିକି ନୁହେଁ ଜେଲରେ ଥିବା ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ମଧ୍ୟ ଦାବି କରାଯାଇଛି ।

ରାମପୁରର ସମାଜବାଦି ପାର୍ଟି ଛାତ୍ରସଭାର ଜିଲ୍ଲା ସଭାପତି ବୈଭବ ଯାଦବ ଅକ୍ଟୋବର ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉତ୍ତରାଖଣ୍ଡର କୋଟଦ୍ୱାର ନିବାସୀ ଜିୱାନନ୍ଦଙ୍କ ଝିଅଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଛି । ତେବେ ବିବାହ କାର୍ଡ଼କୁ ବୈଭବ ଯାଦବ ସମାଜବାଦୀ ପାର୍ଟିର ରଙ୍ଗରେ ରଙ୍ଗେଇ ଦେଇଛନ୍ତି । ଦଳର ନିର୍ବାଚନ ପ୍ରତୀକ, ସପା ସୁପ୍ରିମୋ ମୁଲାୟମ ସିଂ, ଅଖିଳେଶ ଯାଦବ ଏବଂ ଆଜାମ ଖାନଙ୍କ ଚିତ୍ର କାର୍ଡରେ ଛପା ଯାଇଛି । ପାର୍ଟିର ପ୍ରତୀକ କାର୍ଡର ପ୍ରତ୍ୟେକ ପୃଷ୍ଠାରେ ଛପା ହୋଇଛି । ୨୦୨୨ ନିର୍ବାଚନରେ ସାଇକେଲ ବଟନ୍ ଦବାଇବା ପାଇଁ ନିଜେ ବିବାହ କାର୍ଡରେ ସେ ଅପିଲ୍ କରିଛନ୍ତି ।

ନିମନ୍ତ୍ରଣ ପତ୍ରକୁ ସମାଜବାଦୀ ରଙ୍ଗରେ ରଙ୍ଗେଇବାର ଏକମାତ୍ର ଉଦ୍ଦେଶ୍ୟ ହେଲା ମିଶନ୍ -୨୦୨୨ ନିର୍ବାଚନ ଜିତିବା ତଥା ଆଜାମ ଖାନଙ୍କ ମୁକ୍ତି ବୋଲି ସେ କହିଛନ୍ତି । ବିଜେପି ସରକାରଙ୍କ ଅତ୍ୟାଚାର, ଯୁବକମାନଙ୍କ ରୋଜଗାର, ଗତ ସାଢ଼େ ଚାରି ବର୍ଷ ଧରି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆମର ମୁଖ୍ୟ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ପ୍ରତ୍ୟେକ ଯୁବକ ଚାହୁଁଛନ୍ତି ସପା ଶାସନ ଭାର ଗ୍ରହଣ କରୁ । ଆଜାମ ଖାନ ଏବଂ ତାଙ୍କ ପରିବାର ସହିତ ଘଟିଥିବା ଅତ୍ୟାଚାରର ଖୁଲାସା ହେବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି ।

ସପା ସରକାର ଗଢ଼ିଲେ ସବୁ ସାମ୍ନାକୁ ଆସିଯିବ । କାର୍ଡରେ ଦଳୀୟ ନେତାଙ୍କ ଛବି ଛାପିବା ସଂପର୍କରେ ବୈଭବ ଯାଦବ କହିଛନ୍ତି ଅଖିଳେଶ ଯାଦବ ଆମ ଦଳର ସଭାପତି ଏବଂ ମୁଲାୟମ ସିଂ ହେଉଛନ୍ତି ପୃଷ୍ଠପୋଷକ ଅଟନ୍ତି । ତାଙ୍କର ଫଟୋ ନିମନ୍ତ୍ରଣ ପତ୍ରରେ ରହିବାର କାରଣ ସେ ଆମ ହୃଦୟରେ ରୁହନ୍ତି । ସେହିପରି ଆଜମ ଖାନ ଆମ ହୃଦୟରେ ରୁହନ୍ତି ଏବଂ ଅବଦୁଲ୍ଲା ଆଜମ ମଧ୍ୟ ଆମ ହୃଦୟରେ ରୁହନ୍ତି।