• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାତି ପାହିଲେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବ ସାରା ଦେଶ । ଭୋଟିଂ ପୂର୍ବରୁ ପ୍ରସ୍ତୁତି ଜୋର, ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଓ କଡାକଡି । ଅରୁଣାଚଳ ପ୍ରଦେଶରେ ପୋଲିଂ ଟିମ୍ ପାହାଡ ଚଢି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଗାସେଂଗ ଗାଁକୁ ପହଞ୍ଚିବାକୁ ପୋଲିଂ ଟିମ୍ ନିଜ ଜୀବନକୁ ବାଜି ଲଗେଇବାକୁ ମଧ୍ୟ ପଛାଉନାହାନ୍ତି ।

ମେଘାଳୟରେ ବି ସବୁ ଚ୍ୟାଲେଞ୍ଜକୁ ସମ୍ମୁଖୀନ୍ନ ହୋଇଛନ୍ତି ପୋଲିଂ ଅଧିକାରୀ । କମ୍ ପାଣିଥିବା ନଦୀ ପାର ହୋଇ ଯାଉଛନ୍ତି ପୋଲିଂ ଟିମ୍ । ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ପୋଲିଂ ଅଧିକାରୀଙ୍କ ମଧ୍ୟରେ ବ୍ୟସ୍ତତା ଏଠାରେ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରରେ କିସ୍ତୱାରରେ ପୋଲିଂ ଅଧିକାରୀ ହେଲିକେପ୍ଟରରେ ୩୧ ଜଣିଆ ଟିମ୍ ପୋଲିଂ ଷ୍ଟେସନରେ ପହଞ୍ଚୁଛନ୍ତି ।

କେହି ଯେମିତି ମତଦାନରୁ ବଞ୍ଚିତ ନୁହନ୍ତି ସେଥିପାଇଁ ନିର୍ବାଚନ କମିଶନଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ତାମିଲନାଡୁରେ ଗଧ ପିଠିରେ କିଛି ଅଞ୍ଚଳକୁ ଇଭିଏମ ପଠାଯାଇଛି । ଡିଣ୍ଡିଗୁଲ ଜିଲ୍ଲାର ନାଥମ ଅଞ୍ଚଳକୁ ଯିବା ପାଇଁ ଗଧ ପିଠି ଇଭିଏମ ନିଆଯାଉଥିବା ଦେଖିବାକୁ ମିଳିଛି । ଅରୁଣାଚଳ ପ୍ରଦେଶର ଲୋୟର ହେୟରୋ ପହଞ୍ଚିବାକୁ ଏକ କାଠ ବ୍ରିଜ ପୋଲିଂ ଟିମ୍ ପାର ହେଉଥିବା ଦେଖିବାକୁ ମିଳିଛି ।

ଲାକ୍ଷାଦୀପର କିଲଟାନ ଦ୍ୱୀପରେ ପହଞ୍ଚିବାକୁ ପୋଲିଂ ଟିମ୍ ଇଭିଏମ ସହ ବୋଟରେ ଯାତ୍ରା କରିଛନ୍ତି । ମାଓ ଗତିବିଧି ଥିବା ଅଞ୍ଚଳରେ ସିଆରପିଏଫ ଜବାନ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛନ୍ତି । ଡଗସ୍କ୍ୱାର୍ଡ ମଧ୍ୟ ପହଞ୍ଚି ସୁରକ୍ଷାରେ ଇଞ୍ଚେ ହେଲେ ବି ତ୍ରୁଟି ରଖିନାହାନ୍ତି । ଆସନ୍ତାକାଲି ୧୭ଟି ରାଜ୍ୟ ସହ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନ ପାଇଁ ମତଦାନ ହେବ ।

ଏହି ପର୍ଯ୍ୟାୟରେ ମୋଟ ୧୬୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ କାଲି ମତଦାନ ସରିବ । କାଲି ଭୋଟ ପଡ଼ିବାକୁ ଥିବା ଆସନ ମଧ୍ୟରେ ରହିଛି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟ, ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନ ।

ଏହି ପର୍ଯ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ । ରେସରେ ଅଛନ୍ତି ୧୬୨୫ ପ୍ରାର୍ଥୀ। କରାଯାଇଛି ୧ ଲକ୍ଷ ୮୪ ହଜାର ବୁଥ୍ । ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ନିଶିଥ ପାରମାଣିକ, LJPର ଚିରାଗ ପାଶ୍ୱାନ, ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ, ଡିଏମକେରେ କାନିମୋଈ ଓ ଏ. ରାଜା ।

ଏକା ସାଙ୍ଗରେ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବି ହେଉଛି । ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ରାଜୀବ କୁମାର ।