Advertisment

ଦେଶରେ ଲଗାମ୍‌ଛଡା ପେଟ୍ରୋଲ ଦର !

ତେଲ ଦରରେ ଲାଗୁନି ଲଗାମ୍‌ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Petrol price today

Petrol price today

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ୍‌ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି । ଆଜି ପେଟ୍ରୋଲ ଲିଟର ପିଛା ୩୩ ରୁ ୩୭ ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲ ଲିଟର ପିଛା ୨୬ ରୁ ୩୦ ପଇସା ବୃଦ୍ଧି ପାଇଛି ।

Advertisment

ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା କେତେ ଦର ରହିଛି

ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୩.୮୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୨.୪୭ ଟଙ୍କା ରହିଛି

ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୯.୮୩ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦.୨୯ଟଙ୍କା ରହିଛି

Advertisment

କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୪.୫୨ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୯୫.୫୮ ଟଙ୍କା ରହିଛି

ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ୧୦୧.୨୭ ଟଙ୍କା ଏବଂ ଡିଜେଲ ଲିଟର ୯୬.୯୩ଟଙ୍କା ରହିଛି

ସୂଚନାଅନୁସାରେ, ଗତ ବର୍ଷ ବିଶ୍ୱସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ହୋଇଥିବା କାରଣରୁ ଚଳିତ ବର୍ଷ ସରକାର ପେଟ୍ରୋଲ ଏବଂ ଡିଜେଲ ଦରକୁ ବୃଦ୍ଧି କରୁଛନ୍ତି । ଫଳରେ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଉଛି । ହେଲେ ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଯାହା ସାଧାରଣ ଜନକାଙ୍କ ପକେଟ୍‌ରେ ନିଆଁ ଲାଗିବା ସଦୃଶ୍ୟ ଅଟେ । କେବଳ ପେଟ୍ରୋଲ ନୁହେଁ ବରଂ ଅନେକ ରାଜ୍ୟରେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । କ୍ରମାଗତ ଭାବରେ ଚତୁର୍ଥ ଦିନ ପାଇଁ ପୁଣି ତେଲ ଦରରେ ବୃଦ୍ଧି ଘଟିଛି ।

ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଦର

ପବ୍ଲିକ ସେକ୍ଟର ପେଟ୍ରୋଲିୟମ କମ୍ପାନୀ ତଥା ଇଣ୍ଡିଆନ ଅଏଲ କର୍ପୋରେସନ, ଭରତ ପେଟ୍ରୋଲିୟମ କର୍ପୋରେସନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ପକ୍ଷରୁ ତୈଳ ଦରରେ ପରିବର୍ତ୍ତ କରାଯାଏ । କମାନୀମାନଙ୍କ ପକ୍ଷରୁ ଗତ ୨୪ ସେପ୍ଟେମ୍ୱରରୁ ୨୮ ସେପ୍ଟେମ୍ୱର ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇବା ଆରମ୍ଭ କରାଯାଇଥିଲା । ଯାହା ପରେ ଗତ କିଛି ଦିନ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ହେଉନଥିଲା । ସେବେଠାରୁ ହିଁ ପେଟ୍ରୋଲ୍ ଲିଟର ପିଛା ୨.୭୦ ଟଙ୍କା ଓ ଡିଜେଲ୍‌ ଲିଟର ପିଛା ୩.୮୦ ଟଙ୍କା ବୃଦ୍ଧି କରାଯାଥିଲା ହେଲେ ଗତ କିଛି ଦିନ ହେବ ପୁଣି ତୈଳ ଦରରେ ପରିବର୍ତ୍ତନ କରାଯାଇଛି । 

Petrol Price Hike Petrol Prices
Advertisment
Advertisment