/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633589820.jpg)
Petrol price today on 07 october 2021 hiked in delhi Mumbai Chennai and Kolkata check you city lates
ଭୁବନେଶ୍ୱର: ଲଗାତାର ତୃତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ୍ ଦର । ଇଣ୍ଡିଆଲ୍ ଅଏଲ୍ ପକ୍ଷରୁ ଆଜି ତେଲ ଦରକୁ ବୃଦ୍ଧି କରାଯାଇଛି । ଦେଶର ରାଜଧାନୀ ସମେତ ସମସ୍ତ ମେଟ୍ରୋରେ ରହୁଥିବା ସମସ୍ତ ଲୋକଙ୍କୁ ଆଜି ନିଜ ଗାଡିର ଟ୍ୟାଙ୍କ ଭର୍ତ୍ତି କରିବା ପାଇଁ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆଇଓସିଏଲ୍ (IOCL) ୱେବସାଇଟ୍ ଅନୁଯାୟୀ ଆଜି ପେଟ୍ରୋଲର ଲିଟର ପିଛା ୩୦ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦର ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩.୨୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୧.୭୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୯ ଟଙ୍କା ୨୫ ଓ ଡିଜେଲ୍ ୯୯ ଟଙ୍କା ୫୫ ପଇସା ହୋଇଛି ତେବେ ଆମ ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ଯେଉଁଥିରେ ମାଲକାନଗିରିରେ ପେଟ୍ରୋଲ ଲିଟର ୧୦୯ ଟଙ୍କା ୭୧ ପଇସା ହୋଇଥିବାବେଳେ ଡିଜେଲ ଲିଟର ପ୍ରତି ୧୦୫ ଟଙ୍କା ୪୯ ପଇସାରେ ପହଞ୍ଚିଛି ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ଦର ୧୦୪ ଟଙ୍କା ୫୭ ପଇସା ହୋଇଛି ଡିଜେଲ୍ ୧୦୦ ଟଙ୍କା ୫୧ ପଇସାରେ ବିକ୍ରି ହେଉଛି ।
ଜାଣନ୍ତୁ ଆଜିର ପେଟ୍ରୋଲ ଦର
- ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୩.୨୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୧.୭୭ ଟଙ୍କା ରହିଛି ।
- ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୯.୨୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୯.୫୫ଟଙ୍କା ରହିଛି ।
- କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୩.୯୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୮୮ ଟଙ୍କା ରହିଛି ।
- ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୦.୭୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୨୬ ଟଙ୍କା ରହିଛି।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପଛର କାରଣ କ’ଣ ଜାଣନ୍ତୁ...
ସାରା ବିଶ୍ୱରେ ଅଶୋଧିତ ତୈଳ ଦର ଦ୍ରୃତ ଗତିରେ ଚାହିଦା ବଢିବା ହେତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇପାରେ ଲାଗୁଛି । ହେଲେ ସେହି ଅନୁଯାୟୀ ଉତ୍ପାଦନ କରାଯାଉନାହିଁ । ନିକଟରେ ଓପିଟିସି ଦେଶଗୁଡ଼ିକର ଏକ ବୈଠକ କରାଯାଇଥିଲା, ଯେଉଁଥିରେ ଦୈନିକ ଉତ୍ପାଦନକୁ ମାତ୍ର ୪ ଲକ୍ଷ ବ୍ୟାରେଲ ବୃଦ୍ଧି କରିବାକୁ ଦାବି କରାଯାଇଥିଲା। ଏହି କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଯେତେବେଳେ, ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହୁଏ, ଠିକ୍ ସେହି ସମୟରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ସ୍ୱାଭାବିକ ଭାବରେ ବୃଦ୍ଧି ପାଇଥାଏ ।
କେମିତି ଜାଣିବେ ପେଟ୍ରୋଲ ଓ ଡିଜେଲ୍ର ନୂଆ ଦର
ଦେଶରେ ପ୍ରତିଦିନ ସକାଳ ୬ଟାରେ ତେଲ ଦରର ନୂଆ ମୂଲ୍ୟ ପ୍ରକାଶ ପାଇଥାଏ । ଯାହାକୁ କେବଳ ଗୋଟିଏ ମ୍ୟାସେଜ୍ ଦ୍ୱାରା ଫୋନ୍ରେ ହିଁ ପେଟ୍ରୋଲ ଡିଜେଲ୍ ଦର ଜାଣିପାରିବେ । ଏଥିପାଇଁ ଗ୍ରାହକମାନଙ୍କୁ ଇଣ୍ଡିଆନ୍ ଓଏଲ୍ SMS ସେବାର ମୋବାଇଲ୍ ନମ୍ବର 9224992249 କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ ୱେବ୍ସାଇଟ୍ରେ ନିଜ ଅଞ୍ଚଳର RSP କୋଡ୍ କୁ ଜାଣିପାରିବେ । ଏହି ମ୍ୟାସେଜ୍ଟି ପଠାଇବା ପରେ ଆପଣଙ୍କ ଫୋନକୁ ନୂଆ ପେଟ୍ରୋଲ୍ ଡିଜେଲ୍ର ଦର ବିଷୟରେ ସୂଚନା ପାଇପାରିବେ ।