• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଜି ବି କମିଛି ତୈଳ ଦର

  • ଡିଜେଲ ସହ ପେଟ୍ରୋଲ ଦର ବି କମିଲା

  • ୩ ଦିନ ଧରି କମୁଥିଲା ଡିଜେଲ ଦର

ନୂଆଦିଲ୍ଲୀ:  ପେଟ୍ରୋଲ ଦର ସ୍ଥିର ଥିବାବେଳେ ଲଗାତାର ତିନି ଦିନ ହେବ କମିଆସୁଥିଲା ଡିଜେଲ ଦର । ହେଲେ ୪ ର୍ଥ ଦିନରେ ଆଜି ଡିଜେଲ ସହ ପେଟ୍ରୋଲ ଦର ମଧ୍ୟ କମିଛି।  ଭାରତୀୟ ତୈଳ କମ୍ପାନୀ ତଥା ଇଣ୍ଡିଆନ ଅଏଲ ପକ୍ଷରୁ ଆଜି ପେଟ୍ରୋଲ ଓ ଜିଜେଲର ନୂଆ ଦର ଲାଗୁ ହୋଇଛି । ବଜାରରେ ପେଟ୍ରୋଲ ଓ ଡିଜେଲର ଦର ସାମାନ୍ୟ କମିଛି । ଅପଡେଟ୍  ତଥ୍ୟ ଅନୁଯାୟୀ ପେଟ୍ରୋଲ ଓ ଡିଜେଲର ପ୍ରତି ଲିଟର ପିଛା ୨୦ ପଇସା ହ୍ରାସ ପାଇଛି ।

ରାଜଧାନୀ ଦୀଲ୍ଲିରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୮୯ ଟଙ୍କା ୭ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୭ ଟଙ୍କା ୬୬ ପଇସା ଓ ଡିଜେଲ ୯୬ ଟଙ୍କା ୬୪ ପଇସା ରହିଛି । ଦୀର୍ଘ ୩୫ ଦିନ ହେବ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ଆସିନଥିଲା । କିନ୍ତୁ ଗତ ୩ ଦିନ ହେବ ଡିଜେଲର ଦର ହ୍ରାସ ପାଉଥିଲା । ଆଜି ପେଟ୍ରୋଲର ଦର ୨୦ ପଇସା ହ୍ରାସ ହୋଇଛି ।   

ସୂଚନାଥାଉ କି, ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ପେଟ୍ରୋଲର ଦର ସ୍ଥିର ଥିଲା । ପୂର୍ବରୁ ଜୁଲାଇ ୧୭ରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ କରାଯାଇଥିଲା । ଯାହା ୧୮ ଜୁଲାଇରୁ ଲାଗୁ ହୋଇଥିଲା । ଗତ ୧୮ ଅଗଷ୍ଟ ରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତି ଦିନ ଡିଜେଲ ଦର ଲିଟର ପିଛା ୨୦ ପଇସା କମି ଆସୁଛି । ଆଜି ୪ର୍ଥ ଦିନରେ ବି ଡିଜେଲ ଦର ହ୍ରାସ ପାଇବା ପରେ ଡିଜେଲ ଦର ମୋଟ ୮୦ ପଇସା କମିଛି।ଅନ୍ତରାଷ୍ଟ୍ରୀୟ ବଜାରର ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ଦରରେ ପରିବର୍ତ୍ତନ କରାଯାଇଥାଏ । ପ୍ରତିଦିନ ଆଇ.ଓ.ସି.ଏସ. (IOCL) ର ମାର୍କେଟିଂ କମ୍ପାନୀ  ମୂଲ୍ୟ ସମୀକ୍ଷା ପରେ ହିଁ ପେଟ୍ରୋଲ ଓ ଡିଜେଲର ଦର ନିର୍ଦ୍ଧାରିତ କରାଯାଇଥାଏ ।

ୟହିନ୍ଦୁସ୍ଥାନ ପେଟ୍ରୋଲିୟମ  ସବୁଦିନ ସକାଳେ ବିଭିନ୍ନ ସହରର ପେଟ୍ରୋଲ ଓ ଡିଜେଲ ଦରର ନୂଆ ଅପଡେଟକୁ ଜଣାଇଥାନ୍ତି । କେବଳ ଗୋଟିଏ ଏସ୍ ଏମ୍ ଏସ୍ ଦ୍ବାରା ମଧ୍ୟ ପେଟ୍ରୋଲ ଓ ଡିଜେଲର ଦରକୁ ଜାଣିପାରି ହେବ । ଏଥିପାଇଁ ଇଣ୍ଡିଆନ ଅଏଲର ଗ୍ରାହକମାନଙ୍କୁ ନିଜ ସହରର ଆର୍ ଏସ୍.ପି. କୋଡ ଲେଖିକି ୯୨୨୪୯୯୨୨୪୯କୁ ମ୍ୟାସେଜ ପଠାଇବାକୁ ପଡିବ ।