Advertisment

ସଂସଦ ଅଧିବେଶନର ଦିନକ ପୂର୍ବରୁ ପେଗାସସ୍‌ ରିପୋର୍ଟ ଆସିବା କେବଳ ସଂଯୋଗ ନୁହେଁ-ଅଶ୍ୱିନୀ

ପେଗାସସ୍‌ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?

author-image
Minati Mishra
ଅଦ୍ୟତନ ହୋଇଛି
ସଂସଦ ଅଧିବେଶନର ଦିନକ ପୂର୍ବରୁ ପେଗାସସ୍‌ ରିପୋର୍ଟ ଆସିବା କେବଳ ସଂଯୋଗ ନୁହେଁ-ଅଶ୍ୱିନୀ

Ashwini Vaishnaw

ନୂଆଦିଲ୍ଲୀ:ସ୍ପାଇଓୟାର ପେଗାସସ୍‌ ମାଧ୍ୟମରେ ଗୁଇନ୍ଦା ଗିରି କରିବା ଘଟଣାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ। ଏହି ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ସତରେ କ’ଣ ଏକ ସଂଯୋଗ ?

Advertisment

ସରକାରଙ୍କ ପକ୍ଷରୁ ଏ ନେଇ ଉତ୍ତର ରଖିଛନ୍ତି ସୂଚନା ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଲୋକସଭାର ମୌସୁମୀ ଅଧିବେଶନରେ ଅଶ୍ୱିନୀ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗୁଇନ୍ଦାଗିରି ସହ ଜଡ଼ିତ ମିଡିଆ ରିପୋର୍ଟ ଭାରତୀୟ ଲୋକତନ୍ତ୍ରର ଛବିକୁ ଖରାପ କରିବାର ଏକ ପ୍ରୟାସ। ତା ଛଡ଼ା ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇବା ଖାଲି ଏକ ସଂଯୋଗ ନୁହେଁ। ଯେଉଁଠି ନିୟନ୍ତ୍ରଣ ଏବଂ ତଦାରଖ ବ୍ୟବସ୍ଥା ଆରମ୍ଭରୁ ରହିଛି ସେଠି ଏପରି ବେଆଇନ କାମ ସମ୍ଭବ ନୁହେଁ। 

ଅନ୍ୟପକ୍ଷେ କଂଗ୍ରେସ ଏହି ମାମଲାର ତଦନ୍ତ ପାଇଁ ଦାବି କରିଛି। ସୋମବାର କଂଗ୍ରେସ ପକ୍ଷରୁ କୁହାଯାଇଛି, ଇଜରାଏଲି ସ୍ପାଇଓୟେର ପେଗାସସ୍‌ ମାଧ୍ୟମରେ ଅନେକ ପ୍ରମୁଖ ବ୍ୟକ୍ତି ଏବଂ ଖବରଦାତାଙ୍କ ଫୋନ ବାର୍ତ୍ତାଳାପ ଟ୍ୟାପିଂ କରାଯାଉଛି। ଏହାର ତଦନ୍ତ ସ୍ୱତନ୍ତ୍ର ଭାବେ ଦରକାର। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ମାମଲାରେ କଟାକ୍ଷ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ‘ଆମେ ଜାଣିଛୁ, ସେ ଆପଣଙ୍କ ଫୋନର ସବୁକିଛି ପଢୁଛନ୍ତି।’

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ସମ୍ବୋଧନ କରିବା ସମୟରେ ବୈଷ୍ଣବ କହିଥିଲେ, ଏପରି ସମ୍ବେଦନଶୀଳ ଅଭିଯୋଗ ପଛରେ କୌଣସି ଆଧାର ନାହିଁ। ସବୁ ଜିନିଷ ନିଜ ନିଜ ସ୍ଥାନରେ ଠିକଭାବେ ଅଛି। ଏପରି ଅନାବଶ୍ୟକ ତଦନ୍ତର ଆବଶ୍ୟକତା ନାହିଁ।   
ବୈଷ୍ଣବ କହିଚନ୍ତି, ଏକ ୱେବ ପୋର୍ଟାଲ ଦ୍ୱାରା ଏପରି ସମ୍ବେଦନଶୀଳ ତଥ୍ୟ ପ୍ରକାଶ ପାଇଛି। ଏହି ଷ୍ଟୋରି ମାଧ୍ୟମରେ ବହୁତ ବଡ ଅଭିଯୋଗ କରାଯାଇଛି। ଏହି ରିପୋର୍ଟ ସଂସଦ ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ସାମ୍ନାକୁ ଆସିଛି। ଏହା କୌଣସି ସଂଯୋଗ ନୁହେଁ। 
ସେ କହିଥିଲେ, ପୂର୍ବରୁ ହ୍ୱାଟ୍‌ସଅପ୍‌କୁ ନେଇ ଏମିତି ଅଭିଯୋଗ ଆସିଥିଲା। ହେଲେ ଏହି ରିପୋର୍ଟରେ କୌଣସି ତଥ୍ୟାତ୍ମକ ଆଧାର ନାହିଁ। ସବୁ ଦଳ ପକ୍ଷରୁ ଏହାକୁ ପ୍ରତ୍ୟାକ୍ଷାନ କରାଯାଇଛି। ଏହି ରିପୋର୍ଟ ପ୍ରକାଶ ପଛରେ ଭାରତୀୟ ଗଣତନ୍ତ୍ରର ଛବିକୁ ଖରାପ କରିବା ପାଇଁ ଏପରି ପ୍ରୟାସ କରାଯାଇଛି। 

ସୂଚନା ଥାଉ କି, ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌ ସାହାଯ୍ୟରେ ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ଗୁପ୍ତ ନଜର ରଖିଛନ୍ତି ଭାରତ ସରକାର।  ଏ ବାବଦରେ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଇଛି। 

ବିଶିଷ୍ଟ ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। 

ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌  ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍‌ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା। 

Parliament Monsoon Session Spyware Pegasus
Advertisment
Advertisment