Advertisment

ବିମାନ ଗିଅର ବକ୍ସରେ ୬୭୦୦ କିମି ଯାତ୍ରା କଲେ ଦୁଇ ଭାଇ

୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।

author-image
Sarbeswar
pardeep-saini

pardeep-saini

କାବୁଲ: ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ ହେଲାଣି। ଆମେରିକ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଆଫଗାନବାସୀ। ତେବେ କିଛି ଦିନ ତଳେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟରୁ ଏକ ସଙ୍ଗୀନ ଚିତ୍ର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ସାରା ବିଶ୍ୱ ଚିନ୍ତିତ ହୋଇଥିଲା। ଦେଖାଯାଇଥିଲା, କି ବିମାନ ଚକରେ ବି ଲୋକମାନେ ବସି ଆଫାଗାନ୍‌ ଛାଡ଼ିଦେଇଥିଲେ। କେବଳ ଚକରେ ନୁହେଁ ବରଂ ବିମାନର କକ୍‌ପିଟ୍‌ରେ ମଧ୍ୟ ବସି ଲୋକମାନେ ଆଫଗାନ ଛାଡ଼ିଥିଲେ। ଆଉ ଭାରସ୍ୟାମ ହରାଇ ବସିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ବିମାନ ଲ୍ୟାଣ୍ଡିଂ ଗିୟରରେ ଲୁଚି ଜଣେ ଭାରତୀୟ ୬୭୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଯାହା ଜଣାପଡ଼ିବା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Advertisment

୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।

Advertisment

ତେଣୁ ସେମାନେ କୌଣସି ମତେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟରେ ପ୍ରବେଶ କରିଥିଲେ। ଆଉ ବିମାନର ଲ୍ୟାଣ୍ଡି ଗିଅରରେ ଲୁଚିଯାଇଥିଲେ। ମୋଟ୍‌ ଉପରେ ଲଣ୍ଡନ ଯିବା ପାଇଁ ନିଜ ଜୀବନ ବାଜି ଲଗାଇ ଦେଇଥିଲେ ଏହି ଦୁଇ ଭାଇ। କିନ୍ତୁ ଦୁଃଖର କଥା ଏହା କି, ବିମାନ ଆକାଶରେ ଉଡ଼ୁଥିବା ବେଳେ ଜଣେ ଭାଇ ପ୍ରାଣ ତ୍ୟାଗ କରିଥିଲେ। ଲଣ୍ଡନ ଏୟାରପୋର୍ଟରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା।

ପ୍ରଦୀପ ସୋନି ବଞ୍ଚି ଯାଇଥିବା ବେଳେ ଛୋଟ ଭାଇ ବିଜୟ ସୋନିଙ୍କ ଜୀବନ ଯାଇଥିଲା। ଚିକିତ୍ସା ପାଇଁ ପ୍ରଦୀପଙ୍କୁ ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଚେତା ଆସିବା ପରେ ସେ ସମସ୍ତଙ୍କୁ ଯାତ୍ରା ସମ୍ପର୍କରେ କହିଥିଲେ। ଆଉ ତାଙ୍କର ବିପଦପୂର୍ଣ୍ଣ ଯାତ୍ରା କଥା ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଏପଟେ ଏହି ଘଟଣା ଜଣାପଡ଼ିବା ପରେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର ରିପୋର୍ଟ ମଗାଯାଇଥିବା ନେଇ ସୂଚନା ରହିଛି। ଏହାସହ ବିମାନ ଉଡ଼ାଣ ଭରିବା ପୂର୍ବରୁ ତନତନ ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

UK India
Advertisment
Advertisment