Advertisment

କାଲି ବିରୋଧୀଙ୍କୁ ଜଳଖିଆ ଖାଇବାକୁ ନିମନ୍ତ୍ରଣ କଲେ ରାହୁଲ ଗାନ୍ଧୀ

ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍‌ ଆସନ୍ତାକାଲି ସକାଳ ୯ଟା ୩୦ରେ ଜଳଖିଆ ଖାଇବା ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ବିରୋଧୀ ଦଳର ନେତାମାନଙ୍କୁ ଡାକିଛନ୍ତି। ଉଭୟ ଗୃହର ବିରୋଧୀ ଦଳର ନେତାମାନଙ୍କୁ ଏଠାକୁ ଡକାଯାଇଛି। କୁହାଯାଉଛି ଯେ ରାହୁଲ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବା ଲାଗି ସମସ୍ତଙ୍କୁ ଜଳିଖିଆ ଖାଇବା ଲାଗି ଡାକିଛନ୍ତି । ଏହି ବୈଠକରେ ଟିଏମସି ମଧ୍ୟ ସାମିଲ ହେଉଥିବା ନେଇ ସୂଚନା ମିଳିଛି।

author-image
Sarbeswar
କାଲି ବିରୋଧୀଙ୍କୁ ଜଳଖିଆ ଖାଇବାକୁ ନିମନ୍ତ୍ରଣ କଲେ ରାହୁଲ ଗାନ୍ଧୀ

Ragul Gandhi

ନୂଆଦିଲ୍ଲୀ: ଗୃହରେ ଥମିବାରେ ନା ନେଉନାହିଁ ପେଗାସସ୍‌ ଝଡ଼। ବିଶେଷ କରି ପେଗାସସ୍ ଗୁପ୍ତଚର ବିବାଦ ଏବଂ ଚାଷୀଙ୍କ ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ନାକେଦମ୍‌ କଲେଣି। ପ୍ରଥମେ ସୋମାନଙ୍କ ସହ ଆଲୋଚନା କରନ୍ତୁ ସରକାର ପରେ ଗୃହ ଶାନ୍ତିରେ ଚାଲିବ ବୋଲି ବିରୋଧୀମାନେ ନାରା ଦେଉଛନ୍ତି। ବିରୋଧୀ ଦଳର ପ୍ରବଳ ହୋହାଲ୍ଲା ପାଇଁ ସୁରୁଖୁରୁରେ ଚାଲିପାରୁନାହିଁ ଗୃହ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସଂସଦ ବାହାରେ ମଧ୍ୟ ବିରୋଧୀମାନେ ପ୍ରବଳ ହୋହାଲ୍ଲା କରୁଛନ୍ତି।

Advertisment

ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍‌ ଆସନ୍ତାକାଲି ସକାଳ ୯ଟା ୩୦ରେ ଜଳଖିଆ ଖାଇବା ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ବିରୋଧୀ ଦଳର ନେତାମାନଙ୍କୁ ଡାକିଛନ୍ତି। ଉଭୟ ଗୃହର ବିରୋଧୀ ଦଳର ନେତାମାନଙ୍କୁ ଏଠାକୁ ଡକାଯାଇଛି। କୁହାଯାଉଛି ଯେ ରାହୁଲ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବା ଲାଗି ସମସ୍ତଙ୍କୁ ଜଳିଖିଆ ଖାଇବା ଲାଗି ଡାକିଛନ୍ତି । ଏହି ବୈଠକରେ ଟିଏମସି ମଧ୍ୟ ସାମିଲ ହେଉଥିବା ନେଇ ସୂଚନା ମିଳିଛି।

Advertisment

ତେବେ ରାହୁଲ ଗାନ୍ଧୀ ପୁଣି ଥରେ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଛନ୍ତି। ବିରୋଧୀ ଦଳର ବୈଠକରେ ରାହୁଲ ଗାନ୍ଧୀ ଦୁଇଥର ଅଂଶଗ୍ରହଣ ମଧ୍ୟ କରିଛନ୍ତି। ଜୁଲାଇ ୧୯ରୁ ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। କିନ୍ତୁ କୃଷି ଆଇନ ଓ ପେଗାସସ୍‌ ମାମଲାରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ।

ଉଭୟ ପ୍ରସଙ୍ଗରେ ପ୍ରତିଦିନ ଗୃହରେ ଅଚଳାବସ୍ଥା ଦେଖାଯାଉଛି ଯେଉଁଥି ପାଇଁ ବାରମ୍ବାର ଗୃହକୁ ମୁଲତବୀ ରଖୁଛନ୍ତି ବାଚସ୍ପତି | ବିରୋଧୀ ଅଭିଯୋଗ କରିଛନ୍ତି ଯେ ସରକାର ନିଜ ଇଚ୍ଛାନୁସାରେ ଏହି ବିଲ୍ ପାସ୍ କରିବାକୁ ଚାହୁଁଛନ୍ତି ଏବଂ ମୁଦ୍ରାସ୍ଫୀତି, ପେଗାସସ୍ କିମ୍ବା କୃଷି ଆଇନ ଭଳି ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି।

ତେବେ ପୂର୍ବରୁ ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା । ପେଗାସସ ସ୍ନୁପିଂକୁ ନେଇ ଜୁଲାଇ ୨୨ରେ ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ତୃଣମୂଳ କଂଗ୍ରେସର ସଦସ୍ୟମାନେ କାଗଜ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଥିଲେ । ଏହାସହ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ । ସରକାରଙ୍କ ବିରୋଧରେ ବିରୋଧୀ ସଦସ୍ୟମାନେ ନାରାବାଜି ଦେବା ସହ ବିବୃତି କାଗଜ ଚିରିକି ଫିଙ୍ଗିଥିଲେ । ଯାହାକୁ ନେଇ ପୂରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା।

Rahul Gandhi Congress India
Advertisment
Advertisment