Advertisment

ଲମ୍ବିଛି ଲମ୍ବା ତାଲିକା; ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଲେ ଏହା ଇଣ୍ଡିଆନ୍‌ CEO ଭାଇରସ୍‌, ଯାହାର ଭ୍ୟାକ୍ସିନ୍‌ ନାହିଁ

ତାଲିକା ଏତିକିରେ ସରି ନାହିଁ । ନାସା ହେଉ କି ବୋଇିଂ ଅବା ଚିପ୍ ନିର୍ମାଣକାରୀ କଂପାନୀ କ୍ୱାଲ୍‌କମ୍, ଅଧିକାଂଶ ଆମେରିକୀୟ ଟେକ୍ କଂପାନିରେ ବଡ଼ ବଡ଼ ପଦବୀରେ ଭାରତୀୟ ରହିଛନ୍ତି ।

author-image
Satyendu Shekher Mishra
Tech World

Tech World

ଟେକ୍ ଓ୍ୱାଲର୍ଡରେ ଭାରତୀୟଙ୍କ ରାଜ୍ । ବିଶ୍ୱର ଅଧିକାଂଶ ବଡ଼ ବଡ଼ ଆଇଟି କଂପାନିଙ୍କ ବସ୍ ଏବେ ଭାରତୀୟ । ସତ୍ୟ ନାଡେଲା ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାମ କରୁଥିବା ବେଳେ ଗୁଗୁଲ୍‌ର ସିଇଓ ଅଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇ । ଅରବିନ୍ଦ କ୍ରିଷ୍ଣା ଆମେରିକାର ଅନ୍ୟତମ ବୃହତ ଟେକ୍ କଂପାନି ଆଇବିଏମ୍‌ର ସିଇଓ ହୋଇଥିବା ବେଳେ ଶାନ୍ତନୁ ନାରାୟଣ ଆଡୋବ୍, ରଘୁ ରଘୁରାମ VM ଓୟାର ଏବଂ ନିକେଶ ଆରୋରା ସାଇବର ସିକ୍ୟୁରିଟି କଂପାନୀ ପାଲୋ ଅଲ୍ଟୋ ନେଟଓ୍ୱର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ତୁଲାଉଛନ୍ତି ।

Advertisment

ତାଲିକା ଏତିକିରେ ସରି ନାହିଁ । ନାସା ହେଉ କି ବୋଇିଂ ଅବା ଚିପ୍ ନିର୍ମାଣକାରୀ କଂପାନୀ କ୍ୱାଲ୍‌କମ୍, ଅଧିକାଂଶ ଆମେରିକୀୟ ଟେକ୍ କଂପାନିରେ ବଡ଼ ବଡ଼ ପଦବୀରେ ଭାରତୀୟ ରହିଛନ୍ତି । ଦିଲ୍ଲୀ ଆଇଆଇଟି ଛାତ୍ର ପ୍ରତ୍ୟୁଷ କୁମାର ଆମେରିକାର ବୃହତ ଏୟାରକ୍ରାଫଟ୍ ନିର୍ମାଣକାରୀ କଂପାନୀ ବୋଇିଂର ଭାଇସ୍ ପ୍ରେସିଡେଣ୍ଟ ପଦରେ ଅବସ୍ଥାପିତ ଅଛନ୍ତି । ଭାରତୀୟଙ୍କ ଏଭଳି ସଫଳତା କେବଳ ଆମେରିକା ନୁହେଁ ସାରା ବିଶ୍ୱରେ ଦେଶର ଗୌରବ ବଢାଇଛି ।

ଏପଟେ ଟ୍ୱିଟର ସିଇଓ ନିଯୁକ୍ତ ହେବା ପରେ ତାଙ୍କୁ ନିଜ ଅନ୍ଦାଜ୍‌ରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପପତି ଆନନ୍ଦ ମହିଦ୍ରା । ଏହା ଏଭଳି ଏକ ମହାମାରୀ ଯାହା ଭାରତରେ ଜନ୍ମ ହୋଇଥିବା ନେଇ ଆମେ ଗର୍ବ ଅନୁଭବ କରୁଛୁ । ଏହା INDIAN CEO ଭାଇରସ୍ ଓ ଏହା ବିରୁଦ୍ଧରେ କୌଣସି ଟିକା କାମ କରିବ ନାହିଁ ବୋଲି ଲେଖିଛନ୍ତି ମହିନ୍ଦ୍ରା ଷ୍ଟ୍ରାଇପ୍ କଂପାନୀ ପ୍ରତିଷ୍ଠାତା ଓ ସିଇଓ ପ୍ୟାଟ୍ରିକ୍ କୋଲିଜନ୍ । ବିଶ୍ୱର ପ୍ରମୁଖ କଂପାନୀର ମୁଖ୍ୟ ଥିବା ଭାରତୀୟଙ୍କ ତାଲିକା ଟୁଇଟ୍ କରିବା ସହ ଗୁଗଲ, ଆଇବିଏମ୍, ମାଇକ୍ରୋସଫ୍ଟ ପରେ ଏବଂ ଟ୍ୱିଟରର ମୁଖ୍ୟ ଜଣେ ଭାରତୀୟ ବୋଲି ଲେଖିଛନ୍ତି । ଟେକ୍ ଓ୍ୱାଲର୍ଡରେ ଭାରତୀୟଙ୍କ ଚମତ୍କାରୀ ସଫଳତା ବାସ୍ତବରେ ପ୍ରଶଂସାଯୋଗ୍ୟ ଓ ଆମେରିକା କିଭଳି ଟ୍ୟାଲେଣ୍ଟକୁ ସୁଯୋଗ ଦିଏ ଲେଖିଛନ୍ତି । କୋଲିଜନ୍ ଇଲେକଟ୍ରିକ୍ କାର ନିର୍ମାତା ଟେସଲା ସିଇଓ ଏଲନ୍ ମସ୍କ ମଧ୍ୟ ପରାଗ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଟ୍ୟାଲେଣ୍ଟ ଦ୍ୱାରା ଆମେରିକା ବହୁଳ ଲାଭବାନ ହେଉଛି ବୋଲି ମସ୍କ ଉଲ୍ଲେଖ କରିଛନ୍ତି ।

Advertisment
Twitter CEO Sunder Pichai Parag Agrawal
Advertisment
Advertisment