pakistani-hackers-hacked-the-email-id
ମୁମ୍ବାଇ : ଭାରତର ସାଇବର୍ ଡିଭିଜନ୍ ଉପରେ ଶତ୍ରୁ ଦେଶ ହ୍ୟାକର୍ସଙ୍କ ଆଖି । ପାକିସ୍ତାନୀ ହ୍ୟାକରମାନେ ମୁମ୍ବାଇର ଇଷ୍ଟ ସାଇବର ଡିଭିଜନର ଇମେଲ ଆଇଡି ହ୍ୟାକ୍ କରିଛନ୍ତି । ହ୍ୟାକିଂ ପରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି । ଏକ ଇମେଲ ଆଇଡିରୁ ପୋଲିସ ଅଧିକାରୀଙ୍କୁ ଫିସିଂ ମେଲ ପଠାଯାଉଛି, ଆଉ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି । ହ୍ୟାକିଂ ଉଦ୍ୟମ ପରେ ପରେ ମହାରାଷ୍ଟ୍ର ସାଇବର ବିଭାଗ ରାଜ୍ୟର ସମସ୍ତ ପୋଲିସ କମିଶନର ଏବଂ ପୋଲିସ ଅଧୀକ୍ଷକଙ୍କୁ ଏ ବାବଦରେ କୌଣସି ଇମେଲ ନଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାକିସ୍ତାନୀ ହ୍ୟାକରମାନେ ଏକ ଗୁପ୍ତ PDF ରିପୋର୍ଟ ଫାଇଲକୁ ଇମେଲରେ ପଠାନ୍ତି । ଆପଣ ଏହି ଫାଇଲ୍ ଡାଉନଲୋଡ୍ କରିବା ମାତ୍ରେ ଡାଟା ଚୋରି ହୋଇଯାଏ । ମହାରାଷ୍ଟ୍ର ସାଇବର ବିଭାଗ ଏଭଳି ଇମେଲ ନଖୋଲିବାକୁ ରାଜ୍ୟର ସମସ୍ତ ପୋଲିସ କମିଶନର ତଥା ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି ।
ସାଇବର ଅଧୀକ୍ଷକ ସଞ୍ଜୟ ସିନତ୍ରେ ଏହି ନିର୍ଦ୍ଦେଶ ଦେଇଛନ୍ତି । RAJESH SHIVAJIRAO NAGAVADE [email protected] ଇମେଲ id ରୁ ପଠାଯାଉଥିବା ଇମେଲ ନ ଖୋଲିବାକୁ ସମସ୍ତ ପୋଲିସ କମିଶନର ଏବଂ ପୋଲିସ ଅଧୀକ୍ଷକମାନଙ୍କୁ ସତର୍କ କରାଯାଇଛି ।
Also Read
ଏହା ଇମେଲ ସ୍ପୁଫିଙ୍ଗର ଏକ ରୂପ । ଏଥିରେ ଜଣେ ବ୍ୟକ୍ତିଙ୍କ ନାମ ବ୍ୟବହାର କରି ଏକ ଇମେଲ ପଠାଇ ଥାଅନ୍ତି ହ୍ୟାକର୍ସ । କିନ୍ତୁ ପ୍ରକୃତ କଥା ହେଲେ ଏହି ଇମେଲ୍ ସେହି ବ୍ୟକ୍ତିଙ୍କ ଦ୍ୱାରା ପଠାଯାଏ ନାହିଁ । ମହାରାଷ୍ଟ୍ର ସାଇବର ବିଭାଗ ଏହି ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)