• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁଣି ଲଞ୍ଚିଂ ପ୍ୟାଡ୍ ସକ୍ରିୟ କଲା ପାକିସ୍ତାନ

  • ଭାରତ ବିରୋଧରେ ଫ୍ଲାଇଙ୍ଗ ଟେରରର ଏକ ନୂଆ ମଡ୍ୟୁଲ ପ୍ରସ୍ତୁତ କରିଛି ପାକ୍

ଶ୍ରୀନଗର : ଭାରତକୁ ଆତଙ୍କୀଙ୍କୁ ଅନୁପ୍ରବେଶ ଉଦ୍ୟମ ଚଳାଇଛି ପାକିସ୍ତାନ । ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଲଞ୍ଚିଂ ପ୍ୟାଡରେ ପ୍ରାୟ ଦୁଇ ଶହ ପଚାଶ ଆତଙ୍କବାଦୀ ଜାମ୍ମୁ କାଶ୍ମୀରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ।

ଜମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁସାରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହଯୋଗରେ ଆଇଏସଆଇ ଦ୍ୱାରା ଏହି ଲଞ୍ଚ ପ୍ୟାଡ ସକ୍ରିୟ କରାଯାଇଛି । ଦେଶରେ ରକ୍ତପାତକୁ କରିବାକୁ ତଥା ଅରାଜକତା ସୃଷ୍ଟି ପାଇଁ ଗଜବାତ ନାମକ ଏକ ସଂଗଠନ ଗଠନ କରିଛି ପାକିସ୍ତାନ । ଦୀର୍ଘ ଦିନ ଧରି ପାକିସ୍ତାନ ଭାରତରେ ଡ୍ରୋନ୍ ଆକ୍ରମଣ ଘଟାଇବାକୁ ଷଡଯନ୍ତ୍ର ଜାରି ରଖିଛି । ପ୍ରତିଦିନ ପଞ୍ଜାବ ଓ ଜମ୍ମୁ କାଶ୍ମୀର ସୀମାରେ ସନ୍ଧିଗ୍ଧ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳୁଛି ।

କାଶ୍ମୀରରେ ଭାରତୀୟ ସୀମା ନିକଟରେ ଶକ୍କରଗଡ ଅଞ୍ଚଳରେ ଏକ ଆତଙ୍କବାଦୀ ଡ୍ରୋନର ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିଛି ପାକିସ୍ତାନ । ଏହା ବ୍ୟତୀତ ପଞ୍ଜାବ ସୀମାରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିବା ପାଇଁ ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଭାରତରେ ଡ୍ରୋନ୍ ଆକ୍ରମଣ ପାଇଁ ଆଇଏସଆଇ ଏକ ପୃଥକ ବ୍ରିଗେଡ୍ ପ୍ରସ୍ତୁତ କରିଛି ।

ଭାରତ ବିରୋଧରେ ଫ୍ଲାଇଙ୍ଗ ଟେରରର ଏକ ନୂଆ ମଡ୍ୟୁଲ ପ୍ରସ୍ତୁତ କରିଛି ପାକିସ୍ତାନ । ଅମୃତସର ହୋଇଥିବା ଘଟଣାକୁ ଏକଥା ସ୍ପଷ୍ଟ ହୋଇଛି । ଅମୃତସରର ପାକିସ୍ତାନ ସୀମା ନିକଟରେ ଡ୍ରୋନ ଦେଖାଯାଇଥିଲା ଏବଂ ଡ୍ରୋନ ଏକ ବ୍ୟାଗ ଫୋପାଡ଼ି ଚାଲିଯାଇଥିଲା । ଏହି ଖବର ପାଇବା ପରେ ପୋଲିସ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରିଥିଲା । ତେବେ ‌ଅନେକ ଛାନଭିନ୍ ପରେ ପୋଲିସ ଏକ ସନ୍ଦେହଜନକ ବ୍ୟାଗ ପାଇଥିଲା, ବ୍ୟାଗଟି ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ରରେ ପରିପୂର୍ଣ୍ଣ ଥିଲା ।

ସୂଚନାଯୋଗ୍ୟ ଜୁନ୍ ୨୭ରେ ଜମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ୍ ଦ୍ୱାରା ଦୁଇଟି ବୋମା ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିଲା ଏବଂ ରାତି ୧.୩୭ରେ ଘଟିଥିବା ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା।