Advertisment

ଦୁଷ୍କର୍ମ ଅପରାଧୀଙ୍କୁ ଜେଲ୍‌ଦଣ୍ଡାଦେଶ ପରେ କରାଯାଉଛି ନପୁଂସକ

ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଏପରି ଦଣ୍ଡ ବିଧାନ କରାଯାଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଅପରାଧ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଞ୍ଜେକସନ୍‌ ଦେଇ ନପୁଂସକ କରିଦିଆଯାଇଛି। ଏହି ସମୟରେ ଟେଲିଭିଜନ୍‌ ସାମ୍ନାରେ ଦୋଷୀ ଜଣକ ଯେତେ କ୍ଷମା ପ୍ରାର୍ଥନା କଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି।

author-image
Sarbeswar
ଅଦ୍ୟତନ ହୋଇଛି
ଦୁଷ୍କର୍ମ ଅପରାଧୀଙ୍କୁ ଜେଲ୍‌ଦଣ୍ଡାଦେଶ ପରେ କରାଯାଉଛି ନପୁଂସକ

Rape Case

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସ୍ୱୀକାର ହେଲେ ଏଣିକି ମିଳୁଛି କଡ଼ାଦଣ୍ଡ। ଏହିପରି ଘୃଣ୍ୟ କାମ କଲେ କୌଣସି କ୍ଷମା ନଦିଆଯାଇ ବରଂ ଦୋଷୀଙ୍କୁ କଡ଼ା ଦଣ୍ଡବିଧାନ କରିବା ଲାଗି ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଦେଶରେ ଯେପରି ଭାବରେ ଶିଶୁ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି, ତାହାକୁ ଦୃଷ୍ଟିରେ ରଖି କଡ଼ା ଆଇନ ହେବ ବୋଲି କୁହାଯାଉଛି। ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଏପରି ଦଣ୍ଡ ବିଧାନ କରାଯାଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଅପରାଧ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଞ୍ଜେକସନ୍‌ ଦେଇ ନପୁଂସକ କରିଦିଆଯାଇଛି। ଏହି ସମୟରେ ଟେଲିଭିଜନ୍‌ ସାମ୍ନାରେ ଦୋଷୀ ଜଣକ ଯେତେ କ୍ଷମା ପ୍ରାର୍ଥନା କଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି।

Advertisment

ବ୍ରିଟିଶ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, କାଜାଖସ୍ତାନରେ ଏଭଳି ଅପରାଧୀଙ୍କୁ ନିୟମିତ ଇଞ୍ଜେକ୍ସନ ଦେଇ ନପୁଂସକ କରାଯାଉଛି। ଦୀର୍ଘ ଜେଲ ଦଣ୍ଡ ଭୋଗିବା ପରେ ମଧ୍ୟ ଅପରାଧୀମାନେ ଏଥିରୁ ମୁକ୍ତି ପାଇ ନାହାଁନ୍ତି। ବରଂ ଜେଲରୁ ବାହାରିବା ପରେ ମଧ୍ୟ ଅପରାଧୀଙ୍କୁ ଇଞ୍ଜେକ୍ସନ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଷ୍କର୍ମ ଅପରାଧୀ ଜଣକ ତାଙ୍କୁ ଇଞ୍ଜେକ୍‌ସନ୍‌ ଦେବାପରେ ଟିଭି ଆଗରେ କହିଥିଲେ କି ଏହି ପ୍ରକାର ଦଣ୍ଡ ଆଦୌ ଗ୍ରହଣୀୟ ନୁହେଁ। ଏହାର କଷ୍ଟ ପୂରାପୂରି ଅବର୍ଣ୍ଣଣୀୟ। ଏପରି ଦଣ୍ଡ ବିଧାନ ଉପରେ ସରକାର ତୁରନ୍ତ ପ୍ରତିବନ୍ଧକ ଲଗାନ୍ତୁ। ଏହାସହ କୌଣସି ଶତ୍ରୁକୁ ମଧ୍ୟ ଏପରି ଦଣ୍ଡ ନମିଳୁ ବୋଲି ଦୋଷୀ ଜଣକ କହିଛନ୍ତି।

Advertisment

ଏହାସହ ଅପରାଧୀ ଜଣକ କହିଛନ୍ତି, ମୁଁ ଜାଣେ କି ମୁଁ ପୂର୍ବରୁ ଯାହା କରିଛି ତାହା ଭୁଲ କିନ୍ତୁ ଏହାର ବଦଳରେ ମତେ ଜେଲ ହୋଇଛି। ଏହା ମଧ୍ୟ ଏକ ଦଣ୍ଡ। କିନ୍ତୁ ମୋର ଯୌବନକୁ ନଷ୍ଟ କରିବା ବହୁତ କଷ୍ଚ ଦାୟକ ଏବଂ ଏହା ମୋ ଶରୀର ପାଇଁ କ୍ଷତିକାରକ ମଧ୍ୟ। କିନ୍ତୁ ଏହା ସବୁ ଜାଣିବା ପରେ ମଧ୍ୟ ଏପରି ଇଞ୍ଜେକସନ୍‌ ଦେବାକୁ ମୁଁ ବିରୋଧ କରୁଛି। କେବଳ ଏତିକି ନୁହେଁ ବରଂ ସେ କହିଛନ୍ତି କି ମୁଁ ସମସ୍ତ ପୁରୁଷ ମାନଙ୍କୁ କହୁଛି ଯେ, ଏପରି ଗର୍ହିତ ଅପରାଧ କରିବାରୁ ସମସ୍ତେ ନିବୃତ୍ତ ରୁହନ୍ତୁ।

Kazakhstan Crime
Advertisment
Advertisment