Advertisment

ତାଂଜାନିଆ ହାଇକମିଶନର ହେଲେ ଓଡ଼ିଆ ପୁଅ

ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି।

author-image
Minati Mishra
ତାଂଜାନିଆ ହାଇକମିଶନର ହେଲେ ଓଡ଼ିଆ ପୁଅ

odia IFS binaya srikant pradhan

 ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏନେଇ  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।

Advertisment

ବିନୟ ଶ୍ରୀକାନ୍ତ ପ୍ରଧାନଙ୍କ ପୈତୃକ ଘର ଦେବଗଡ଼ ପୌରାଂଚଳର ବଣିଆ ସାହିରେ । ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲରେ ହାଇସ୍କୁଲ ଶିକ୍ଷା ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ପାଠପଢ଼ା ସାରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ସେ  ପରେ ଭାରତୀୟ ବିଦେଶ ସେବାରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି। 

ଆଇଏଫଏସ୍ ବିନୟ ଶ୍ରୀକାନ୍ତ ପ୍ରଧାନ ବର୍ତ୍ତମାନ ରୁଷିଆସ୍ଥିତ ଭାରତୀୟ ଦୂତାବାସର ଉପମୁଖ୍ୟ ଅଛନ୍ତି । ଜଣେ ଦକ୍ଷ କୂଟନୀତିଜ୍ଞ ଭାବେ ସେ  ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ମେସ୍କୋ, ତୁର୍କମେନିସ୍ଥାନ ଓ ପାକିସ୍ତାନ ସ୍ଥିତ ଭାରତୀୟ ଦୂତାବାସରେ ବରିଷ୍ଠ ଅଧିକାରୀ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଦେଶ ମନ୍ତ୍ରାଳୟରେ ଆଫଗାନସ୍ଥାନ ଓ ଇରାନ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ କାର୍ଯ୍ୟ କରିଥିଲେ। ପରେ ସେ ଭାରତୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟରେ ଦକ୍ଷତାର ସହ  କାମ କରିଥିଲେ। 

Advertisment

ତାଙ୍କର ଏ ସଫଳତା ପରେ ଦେବଗଡ ଜିଲାରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।  ପିଲବେଳୁ ସେ ମେଧାବୀ ଥିଲେ। ଯାହା କରିବାକୁ ଚିନ୍ତା କରନ୍ତି ଆନ୍ତରିକତାର ସହ କରନ୍ତି। ପିଲାବେଳୁ ପଢାପଢିରେ ତାଙ୍କର ଆଗ୍ରହ ଥିଲା। ତାଙ୍କ ପରିଶ୍ରମର ମୂଲ୍ୟ ଆଜି ସେ ପାଇଛନ୍ତି ବୋଲି କହନ୍ତି ପରିବାର ଲୋକେ।  ପୁଅର ଏପରି ସଫଳତାରେ ତାଙ୍କର ମା’ ମିଠେଇ ପ୍ରଧାନ ଖୁବ୍‌ ଖୁସିରେ ଆତ୍ମହରା ହୋଇଛନ୍ତି। ତେବେ ବାପା ଥିଲେ ସେ ଆହୁରି ଖୁସି ହୋଇଥାନ୍ତେ ବୋଲି କହିଛନ୍ତି। 

Odisha News Odia Officer
Advertisment
Advertisment