Advertisment

ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ଆଜି ବି ହଙ୍ଗାମା ଜାରି

ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।

author-image
Minati Mishra
ଅଦ୍ୟତନ ହୋଇଛି
ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ଆଜି ବି ହଙ୍ଗାମା ଜାରି

PM Narendra Modi

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ଆରମ୍ଭରୁ ହୋହଲ୍ଲା-ହଟ୍ଟଗୋଳ ଲାଗି ରହିଛି । ବିରୋଧୀଙ୍କ ଆକ୍ରଣତ୍ମକ ଭାବ ଦେଖିଲେ ଲାଗୁଛି, ଏଥର ମୌସିମୀ ଅଧିବେଶନ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବନି। ଗତକାଲି ପରି ଆଜି ମଧ୍ୟ ବିରୋଧୀ ନିଜ ଜିଦ୍‌ରେ ଅଡି ବସିଛନ୍ତି। ଫଳରେ ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ସଂସଦ ଅଧିବେଶନକୁ ୨ଟା ଯାଏ ମୁଲତବି ରଖିବାକୁ ପଡ଼ିଛି।
ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ସୋମବାର ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନୂଆ ସଦସ୍ୟଙ୍କ ପରିଚୟ କରାଇ ପାରିନାହାନ୍ତି।  ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ, କିଛି ଲୋକ ଚାହୁଁନାହାନ୍ତି, ନୂଆ ଆସିଥିବା ଦଳିତ, ଆଦିବାସୀ, ପଛୁଆବର୍ଗ ଏବଂ ମହିଳା ମନ୍ତ୍ରୀଙ୍କ ପରିଚୟ କରାଯାଉ। ବିରୋଧୀଙ୍କ ‌ଏପରି ଉଦ୍ଦେଶ୍ୟକୁ ମହିଳା ଏବଂ ଦଳିତ ବିରୋଧୀ ମାନସିକତାର ପରିଚୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। କଂଗ୍ରେସ ସାଂସଦ ମନିକମ୍‌ ଟ୍ୟାଗୋର ପେଗାସସ୍‌ ପ୍ରୋଜେକ୍ଟ ଉପରେ ଲୋକସଭାରେ ପ୍ରଥମେ ସ୍ଥଗିତ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ଏହି ପ୍ରସଙ୍ଗୀରେ ସରକାରଙ୍କୁ ଘେରିଥିଲେ। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ପଡ଼ିଥିଲା।  ୧୨ଟା ପରେ ପୁଣି ଥରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହୋଇଥିଲା। କିନ୍ତୁ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ। ସ୍ପିକର ଓମ ବିରଲା ବିରୋଧୀଙ୍କୁ କହିଥିଲେ, ଯେଉଁ ବିଷୟରେ ଆଲୋଚନା ଚାହୁଁଛନ୍ତି, ନୋଟିସ ଦିଅନ୍ତୁ। ସରକାର ସବୁ ବିଷୟ ଉପରେ ଚର୍ଚ୍ଚା କରିବାକୁ ସହମତ ଅଛନ୍ତି। ବିରୋଧୀ ଏପରି ନାରାବାଜି କରିବା ଉଚିତ ନୁହେଁ ବୋଲି ସ୍ପିକର କହିଥିଲେ।
ବରିଷ୍ଠ କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ ପେଗାସସ ବିବାଦ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଗଠନ କରିବା ପାଇଁ କହିଥିଲେ। ସେହିପରି ଶିବସେନା ସାଂସଦ ମଧ୍ୟ ଜେପିସି ଗଠନ ପାଇଁ ଦାବି କରିଥିଲେ।
ବିଜେପି ସାସଂଦ ଜଗଦମ୍ବିକା ପାଲ କଂଗ୍ରେସକୁ ଏକ କନ୍‌ଫ୍ୟୁଜ୍‌ଡ ପାର୍ଟି ବୋଲି କହିଥିଲେ। ସେ କହିଥିଲେ ସଂସଦକୁ ଚାଲିବାକୁ ନ ଦେବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି, ତେଣୁ ବାହାନା କରୁଛି। 
ଅନ୍ୟପକ୍ଷେ ଆପ ନେତା ସଞ୍ଜୟ ସିଂହ ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଅଧୀନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଗଠନ ପାଇଁ କହିଥିଲେ।
କଂଗ୍ରେସ ଆଜି ସମସ୍ତ ରାଜ୍ୟରେ ପେଗାସସ୍‌ ପ୍ରୋଜେକ୍ଟ  ମିଡିଆ ରିପୋର୍ଟ ଉପରେ ପ୍ରେସ କନ୍‌ଫରେନ୍ସ କରିବ। ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୨୨ରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ।  ଅନ୍ୟପକ୍ଷେ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦରେ କଂଗ୍ରେସ ଯେପରି ବ୍ୟବହାର ପ୍ରଦର୍ଶନ କରୁଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ।  ମୌସୁମୀ ଅଧିବେଶନରେ ନକାରାତ୍ମକ ମାହୋଲ ସୃଷ୍ଟି କରିବା ପାଇଁ ଜାଣିଶୁଣି କଂଗ୍ରେସ ଏପରି କରୁଛି। 

Parliament Monsoon Session Spyware Pegasus
Advertisment
Advertisment