Advertisment

ଗଞ୍ଜେଇ ଚାଷ ଓ କାରବାରକୁ ବନ୍ଦ କରିବ ‘ଅପରେସନ ପରିବର୍ତ୍ତନ’

ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cannabis Cultivation

Cannabis Cultivation

ବିଶାଖାପାଟଣା: ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏନେଇ ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦେଶକ ଗୌତମ ସ୍ୱାଙ୍ଗଙ୍କ ସହ ଓଡିଶା, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳର ଏଡିଜିପି ରାଙ୍କ୍‌ ପୋଲିସ ଅଧିକାରୀ, ଜିଲ୍ଲାପାଳ ଓ ନିଶା ନିବାରଣ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା।  

Advertisment

ଆନ୍ଧ୍ର ଓଡିଶା ସୀମାରେ ମୋଟ୍‌ ୧୫ ହଜାର ଏକର ଜମିରେ ଗଞ୍ଜେଇ ଚାଷ ହେଉଛି। ତେଣୁ ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି। ଏଥିସହ ଆଦିବାସୀଙ୍କ ମଧ୍ୟରେ ଗଞ୍ଜେଇ ଚାଷ ଓ କାରବାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି।

ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଓଡିଶା ସୀମାରେ ‘ଅପରେସନ ପରିବର୍ତ୍ତନ’ ପ୍ରତ୍ୟେକ ଦିନ ଜାରି ରହିବ ବୋଲି ଆନ୍ଧ୍ର ପୋଲିସ ମହାନିର୍ଦେଶକ କହିଛନ୍ତି। ଏଥିପାଇଁ ୧୦ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ଦିନରେ ଆନ୍ଧ୍ର ଓଡିଶା ସୀମାର ମାଡୁଗୁଳା ପଞ୍ଚାୟତର ମୋଟ ୮୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ସୂଚନା ମିଳିଛି।

Advertisment

ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦେଶକ ଗୌତମ ସ୍ୱାଙ୍ଗ କହିଛନ୍ତି, ‘ଗତ ଅକ୍ଟୋବର ୩୦ ତାରିଖରୁ ଚଳିତ ନଭେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରେ ‘ଅପରେସନ ପରିବର୍ତ୍ତନ’ ପ୍ରତ୍ୟେକ ଦିନ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ଜିଲ୍ଲାରେ ମୋଟ ୧୩୦ ଜଣ କର୍ମଚାରୀଙ୍କ ଗୋଟିଏ ଟିମ୍‌ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀଙ୍କ ପ୍ରଭାବ ଅଧିକ ଥିବାରୁ ଏହାର ଫାଇଦା ଉଠାଇ ବ୍ୟବସାୟୀମାନେ ବ୍ୟାପକ ଗଞ୍ଜେଇ ବ୍ୟବସାୟ କରୁଛନ୍ତି। ତେବେ ସୀମାର ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷକୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ୍ କ୍ୟାମେରା, ସାଟେଲାଇଟ ଫଟୋ ସହ ଅତ୍ୟାଧୁନିକ ଟେକ୍ନୋଲୋଜି ଇତ୍ୟାଦି ବ୍ୟବହାର କରାଯାଇଛି।

ଓଡିଶା ଆନ୍ଧ୍ରପ୍ରଦେଶ ସୀମାରେ ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଗଞ୍ଜେଇ ଚାଲାଣରେ ଅହେତୁକ ବୃଦ୍ଧି ଘଟିଛି। ଏହି ମାମଲାରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା ଜିଲ୍ଲାରେ ମୋଟ୍‌ ୯୭୨ ଟି ମାମଲା ରୁଜୁ ହୋଇଛି। ଏଥିପାଇଁ ଗଞ୍ଜେଇ କାରବାର କରୁଥିବା ମାଫିଆମାନଙ୍କ ଧରପଗଡ ଅଭିଯାନକୁ ଜୋରଦାର କରିଛି ଉଭୟ ରାଜ୍ୟର ପୋଲିସ। 

Andhra-Odisha Border Cannabis Cultivation
Advertisment
Advertisment