Advertisment

ଆପଣଙ୍କ ଗାଡ଼ି ପୁରୁଣା ହୋଇଥିଲେ ଭୋଗିବେ ଅସୁବିଧା, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ ସତର୍କ

author-image
Sarbeswar
Old Vehicles

Old Vehicles

ନୂଆଦିଲ୍ଲୀ: ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ ସତର୍କ। ନଚେତ ପକେଟ ଖାଲି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଏବେ ଆସନ୍ତୁ ଜାଣିବା ସରକାରଙ୍କ ନୂଆ ନିୟମ କ’ଣ।

Advertisment

ଆସନ୍ତା ଏପ୍ରିଲ ୨୦୨୨ ପରେ ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ରିନ୍ୟୁ କରିବା ୮ ଗୁଣ ମହଙ୍ଗା ହେବ। ଏପରିକି ଭାରି ବ୍ୟବସାୟିକ ଯାନର ମାଲିକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ବସ୍ ଏବଂ ଟ୍ରକର ଫିଟନେସ ସାର୍ଟିଫିକେଟ କରିବା ଲାଗି ମଧ୍ୟ ୮ ଗୁଣା ଅଧିକ ଶୁଳ୍କ ଦେବାକୁ ପଡ଼ିବ। କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଏହା କୁହାଯାଇଛି। ତେବେ ରାଜଧାନୀ ଦିଲ୍ଲୀରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ସେଠାରେ ପୂର୍ବରୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏନଜିଟିର ନିର୍ଦ୍ଦେଶ ମୁତାବକ ୧୦ ବର୍ଷରୁ ପୁରୁଣା ଡିଜେଲ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ରହିଛି।

ନୂଆ ନିର୍ଦ୍ଦେଶାନୁସାରେ ଏଣିକି ୧୫ ବର୍ଷ ପୁରୁଣା କାର ରେଜିଷ୍ଟ୍ରେସନର ନବୀକରଣ ୫ ହଜାର ଟଙ୍କାରେ ହେବ। ଏବେ ଏଥିଲାଗି ମାତ୍ର ୬ ଶହ ଟଙ୍କା ନିଆଯାଉଛି। ସେହିପରି ପୁରୁଣା ମୋଟର ସାଇକେଲ ପଞ୍ଜିକରଣର ନବୀକରଣ ଫିସ୍ ଏକ ହଜାର ଟଙ୍କା ହେବ। ଯାହା ଏବେ ୩ ଶହ ଟଙ୍କା ରହିଛି। ୧୫ ବର୍ଷ ପୁରୁଣା ବସ୍ ଏବଂ ଟ୍ରକ ଲାଗି ଫିଟନେସ ସାର୍ଟିଫିକେଟ ୧୨ ହଜାର ୫ ଶହ ଟଙ୍କାରେ ହେବ। ବର୍ତ୍ତମାନ ୧୫ ଶହ ଟଙ୍କାରେ ଏହା ହେଉଛି। କ୍ୟାବ୍ସ ଲାଗି ଫିଟନେସ ନବୀକରଣ ବି ୭ ଗୁଣା ମହଙ୍ଗା କରି ଦିଆଯାଇଛି। ଏବେ ହଜାରେ ଟଙ୍କା ଦେବାକୁ ପଡ଼ୁଛି।

Advertisment

ଯଦି କୌଣସି ବ୍ୟକ୍ତି ନବୀକରଣ ନ କଲେ ସେଥି ପାଇଁ ଦଣ୍ଡ ବିଧାନ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରଣା ଗାଡ଼ିକୁ ନବୀକରଣ କରିବାରେ ବିଳମ୍ବ କଲେ ୩ ଶହ ଟଙ୍କା ପ୍ରତି ମାସ ହିସାବରେ ଫାଇନ ଲାଗିବ। ବ୍ୟବସାୟିକ ଯାନବାହାନ ଲାଗି ଏହି ଫାଇନ ୫ ଶହ ଟଙ୍କା ମାସକୁ ଦେବାକୁ ହେବ। ସେହିଭଳି ବ୍ୟବସାୟିକ ଯାନବାହାନର ଫିଟନେସ ସାର୍ଟିଫିକେଟ ନବୀକରଣ ନ କଲେ ପ୍ରତିଦିନ ୫୦ ଟଙ୍କା ହିସାବରେ ଫାଇନ ଆଦାୟ କରାଯିବ।

ପୁରୁଣା ଗାଡିର ପଞ୍ଜିକରଣ ଏବଂ ଫିଟନେସ ସାର୍ଟିଫିକେଟ ନବୀକରଣ ଫିସରେ ଏପରି ବୃଦ୍ଧି ଯୋଗୁ ପୁରୁଣା ଗାଡ଼ି ରଖିବା ଉପରେ ରୋକ ଲାଗି ପାରିବ।

Govt Rules Old Vehicles India
Advertisment
Advertisment