Advertisment

ସାମ୍ନାକୁ ଆସିଲା ମହନ୍ତ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ୍

ବାଘମ୍ବରୀ ମଠାଧିଶ ମହନ୍ତ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ମହନ୍ତ ମହାରାଜ ବାଲେଶ୍ୱର ଜିଲ୍ଲାର ବୋଲି ଦାବି ହୋଇଛି । ନରେନ୍ଦ୍ର ଗିରି ଜଣେ ଓଡିଆ, ଭୋଗରାଇ ବ୍ଲକ୍‌ ପାଣିଷଣ୍ଡା ଗାଁରେ ତାଙ୍କ ଜନ୍ମ । ଗାଁର ଲକ୍ଷ୍ମୀକାନ୍ତ ଗିରି ଓ ତାଙ୍କ ପରିବାର ଏହି ଦାବି କରିଛନ୍ତ। ସନାତନ ଗିରିଙ୍କ ଛଅ ପୁଅ-ଝିଅଙ୍କ ମଧ୍ୟରେ ନରେନ୍ଦ୍ର ଗିରି ଥିଲେ ବଡ଼ । ସେ ୫୨ ବର୍ଷ ତଳେ ପରିବାର ଓ ଘର ଛାଡ଼ିଥିଲେ। ହେଲେ କିଛି ବର୍ଷ ତଳେ ସେ ବାଲେଶ୍ୱର ଆସି ପରିବାରଲୋକଙ୍କ ସହ କଥା ହୋଇଥିଲେ।

author-image
Pramod Behera
Odisha link of Mahant Narendra Giri

Odisha link of Mahant Narendra Giri

ପ୍ରୟାଗରାଜ : ବାଘମ୍ବରୀ ମଠାଧିଶ ମହନ୍ତ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ମହନ୍ତ ମହାରାଜ ବାଲେଶ୍ୱର ଜିଲ୍ଲାର ବୋଲି ଦାବି ହୋଇଛି । ନରେନ୍ଦ୍ର ଗିରି ଜଣେ ଓଡିଆ, ଭୋଗରାଇ ବ୍ଲକ୍‌ ପାଣିଷଣ୍ଡା ଗାଁରେ ତାଙ୍କ ଜନ୍ମ । ଗାଁର ଲକ୍ଷ୍ମୀକାନ୍ତ ଗିରି ଓ ତାଙ୍କ ପରିବାର ଏହି ଦାବି କରିଛନ୍ତ। ସନାତନ ଗିରିଙ୍କ ଛଅ ପୁଅ-ଝିଅଙ୍କ ମଧ୍ୟରେ ନରେନ୍ଦ୍ର ଗିରି ଥିଲେ ବଡ଼ । ସେ ୫୨ ବର୍ଷ ତଳେ ପରିବାର ଓ ଘର ଛାଡ଼ିଥିଲେ। ହେଲେ କିଛି ବର୍ଷ ତଳେ ସେ ବାଲେଶ୍ୱର ଆସି ପରିବାରଲୋକଙ୍କ ସହ କଥା ହୋଇଥିଲେ। ନିଜ ଭାଇଙ୍କୁ ଅଯୋଧ୍ୟା ଯିବାକୁ କହିଥିଲେ। ହେଲେ ଆର୍ଥିକ ଅନଟନରୁ ଏହା ସମ୍ଭବ ହୋଇପାରି ନ ଥିଲା ବୋଲି ନରେନ୍ଦ୍ର ଗିରିଙ୍କୁ ନିଜ ଭାଇ ଦାବି କରୁଥିବା ପୂର୍ଣ୍ଣଚନ୍ଦ୍ର ଓ ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି। ତାଙ୍କ ମୃତ୍ୟୁ ପରେ ଏମାନେ ସାମ୍ନାକୁ ଆସିଛନ୍ତି। ହେଲେ ନରେନ୍ଦ୍ର ଗିରିଙ୍କ ସଠିକ୍ ଘର କେଉଁଠି ସେ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ଏଯାଏଁ ମିଳି ପାରିନି।

Advertisment

ଅଖିଳ ଭାରତ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଆଉ ଏଜ ବଡ ଖବର ଯୋଡି ହୋଇଛି। ଜାଣିବାକୁ ମିଳିଛି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମଠକୁ ବିପୁଳ ପରିମାଣର ଅର୍ଥ ଆସିଥିଲା। ଏହା ହରିଦ୍ୱାରରୁ ବାଘମ୍ବରୀ ଆସିଥିବା ଜଣାଯାଏ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ବିପୁଳ ପରିମାଣର ଟଙ୍କା ଆଣିଥିବା ବ୍ୟକ୍ତି ଗେଷ୍ଟ ହାଉସ୍ ରୁମ୍‌ରେ ମହନ୍ତଙ୍କୁ ଭେଟିଥିଲେ। ବର୍ତ୍ତମାନ ମଠକୁ ବିପୁଳ ପରିମାଣର ଟଙ୍କା ଆଣିଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଛି । ତେବେ ଏହା କେତେ ପରିମାଣର ଥିଲା ତାହା ଜଣାପଡିନି। ଏହି ବିପୁଳ ପରିମାଣ ଅର୍ଥ କିଏ ଆଣିଛି ଏବଂ କେଉଁ ଉତ୍ସରୁ ଆସିଛି ତାହାର ତଦନ୍ତ ଚାଲିଛି। ତେବେ ଏହି ଅର୍ଥ ମହନ୍ତଙ୍କ ମୃତ୍ୟୁ ପଛର କାରଣ ନୁହେଁ ତ? ଏନେଇ ଚାଲିଛି ଅନୁସନ୍ଦାନ।

Advertisment

ଅନ୍ୟପକ୍ଷରେ ମହନ୍ତଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ସିବିଆଇ ପଚରାଉଚରା ଜାରି ରହିଛି। ସିବିଆଇ ହେପାଜତରେ ଥିବା ତିନି ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି। ଗତକାଲି ସିବିଆଇ ଆନନ୍ଦ ଗିରିଙ୍କୁ ପଚାରିଥିଲା ​​ଯେ ହରିଦ୍ୱାରକୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର କିଏ ଦେଇଥିଲା? ମଠ ଛାଡିବା ପୂର୍ବରୁ ଶେଷ ଥର ପାଇଁ କେବେ ନରେନ୍ଦ୍ର ଗିରିଙ୍କ ସହା କଥାବାର୍ତ୍ତା ହୋଇଥିଲା? କାହାର ଆଦେଶରେ ହରିଦ୍ୱାର ଆଶ୍ରମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା? ଗୁରୁ ଏବଂ ଶିଷ୍ୟ ମଧ୍ୟରେ କିଏ ମଧ୍ୟସ୍ଥତା କରିଥିଲା? ହରିଦ୍ୱାର ଯିବା ପରେ କେଉଁମାନେ ଯୋଗାଯୋଗରେ ଥିଲେ? ଏ ସବୁ ପ୍ରଶ୍ନ ପଚରାଯାଇଛି।

Prayagraj Ayodhya
Advertisment
Advertisment