Sarbeswar

News Highlights

  • ଓଡ଼ିଆ ଅଫିସରଙ୍କୁ ବଡ଼ ଦାୟିତ୍ୱ

  • ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ହେଲେ ନିଯୁକ୍ତ

ବାୟୁସେନାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଆ ଅଧିକାରୀ । ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର କମାଣ୍ଡିଂ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ଆସନ୍ତାକାଲି ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଓଡ଼ିଆ ବାୟୁସେନା ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । 

୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ବୀରତ୍ୱ ପ୍ରଦର୍ଶନ କରିଥିବା ଏହି ଓଡ଼ିଆ ଅଧିକାରୀ ଜଣଙ୍କ ବାୟୁସେନା ମେଡାଲରେ ସମ୍ମାନିତ ହୋଇଛନ୍ତି । ୨୦୨୦ରେ ସେ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ ଏହି ଫାଇଟର ପାଇଲଟ। ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ମିରାଜ ଟୁ ଥାଉଜାଣ୍ଡ, ମିଗ୍-ଟ୍ବେଣ୍ଟି ଓ୍ୱାନ୍ ଭଳି ବିଭିନ୍ନ ପ୍ରକାର ଲଢୁଆ ବିମାନ ଉଡ଼ାଇରେ ମାହିର । ଆକାଶରେ ୨୫ ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ହାସଲ କରିଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ।

 

Other Stories