Advertisment

ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ

author-image
Sarbeswar
ଅଦ୍ୟତନ ହୋଇଛି
ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

supreme court

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ। ଏହାସହ ଏଯାଏ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ବୋଲି ପ୍ରଶ୍ନ ପଚାରିଲେ କୋର୍ଟ। କେବଳ ଏତିକି ନୁହେଁ ବରଂ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଏହାସହ ଘଟଣାର ତଦନ୍ତ ପାଇଁ ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏ ସାକ୍ଷ୍ୟ, ଦସ୍ତାବିଜ ସଂରକ୍ଷଣ କରିବାକୁ କହିବା ସହ ସାକ୍ଷ୍ୟ ପ୍ରମାଣ, ଦସ୍ତାବିଜର ଉଚିତ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ରାଜ୍ୟ ସରକାର ତାଙ୍କ ଡିଜିପିଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି କୋର୍ଟ ଶୁଣାଣିରେ କହିଛନ୍ତି।

Advertisment

ସୂଚନା ଅନୁସାରେ ଏହି ଘଟଣାରେ ଏତଲାରେ କେତେ ଜଣଙ୍କ ନାଁ ରହିଛି ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି ଗତକାଲି ଏପରି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଏହାସହ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମଧ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତ୍ତୀ ଆଜି ମଧ୍ୟ ଶୁଣାଣି ରହିଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା, ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଗତକାଲି କରିଥିଲେ । ଆବେଦନକାରୀ ଓକିଲ ଶିବକୁମାର ତ୍ରିପାଠୀ ଆରୋପ ଲଗାଇଥିଲେ ଯେ, ଲଖିମପୁର ଘଟଣାରେ ବହୁ ଚାଷୀ ପ୍ରାଣ ହରାଇଛନ୍ତି । ସରକାରଙ୍କ ଅବହେଳା କାରଣରୁ ଏହା ଘଟିଛି । ଅଦାଲତ ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ତେବେ ଆଜି ୟୁପି ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

UP Lakhimpur Kheri Violence India Up Govt Supreme Court
Advertisment
Advertisment