Advertisment

ହଜିଗଲା ଶୁଆ, ଥାନାରେ ମାମଲା ଦାୟର କଲେ ମାଲିକାଣୀ

ମାଲିକଙ୍କ ହଜିଗଲା ଶୁଆ। ପକ୍ଷୀକୁ ଖୋଜିବା ଲାଗି ଥାନାରେ ଦାୟର କଲେ ମାମଲା। ଏପରି ଏକ ଅଦ୍ଭୁତ ମାମଲା ନୋଏଡ଼ାରୁ ସାମ୍ନାକୁ ଆସିଛି। ସ୍ଥାନୀୟ ଅଂଚଳରେ ରହୁଥିବା ଜଣେ ମହିଳା ତାଙ୍କ ଶୁଆ ହଜିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ହେଲେ ଶୁଆ ହଜିବାର ଛଅ ମାସ ପରେ ମଧ୍ୟ ପୋଲିସ ଶୁଆଟିକୁ ଖୋଜି ପାରିବାରେ ସମ୍ଭବ ହୋଇନାହିଁ

author-image
Sarbeswar
Parrot

Parrot

ନୂଆଦିଲ୍ଲୀ: ମାଲିକଙ୍କ ହଜିଗଲା ଶୁଆ। ପକ୍ଷୀକୁ ଖୋଜିବା ଲାଗି ଥାନାରେ ଦାୟର କଲେ ମାମଲା। ଏପରି ଏକ ଅଦ୍ଭୁତ ମାମଲା ନୋଏଡ଼ାରୁ ସାମ୍ନାକୁ ଆସିଛି। ସ୍ଥାନୀୟ ଅଂଚଳରେ ରହୁଥିବା ଜଣେ ମହିଳା ତାଙ୍କ ଶୁଆ ହଜିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ହେଲେ ଶୁଆ ହଜିବାର ଛଅ ମାସ ପରେ ମଧ୍ୟ ପୋଲିସ ଶୁଆଟିକୁ ଖୋଜି ପାରିବାରେ ସମ୍ଭବ ହୋଇନାହିଁ। ବର୍ତ୍ତମାନ ପୀଡିତା ମହିଳା ଏବଂ ପୋଲିସ୍ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ କିନ୍ତୁ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଅଡିଓରେ ମହିଳା ଜଣକ ଏକ ଶୁଆ ଖୋଜିବା ପାଇଁ ଥାନାର ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। କିଛି ଦିନ ପରେ ମହିଳା ଜଣକ ଥାନା ଅଧିକାରୀଙ୍କୁ ପୁର୍ନବାର ଫୋନ କରିଥିଲେ ଏବଂ କହିଥିଲେ କି ଆପଣ ଦେଇଥିବା ସାଲାରପୁର ଥାନାର ନମ୍ବରରେ ଯୋଗାଯୋଗ କରିବା ପରେ ସେ ଏହି ମାମଲାଟି ତାଙ୍କ ଥାନାର ଅଧିନରେ ନୁହେଁ ବରଂ ସଦରପୁର ଥାନା ଅଧିନରେ ରହିଛି ବୋଲି କହିଛନ୍ତି। ଅଧିକାରୀ ମହିଳାଙ୍କୁ କହିଛନ୍ତି କି ଆପଣଙ୍କ କହିବା କ୍ରମେ ଆମେ ସାଲାରପୁର ଥାନାର ଅଧିକାରୀଙ୍କ ନମ୍ବର ଦେଇଥିଲୁ, କିନ୍ତୁ ମାମଲାଟି ବର୍ତ୍ତମାନ ସଦରପୁର ଥାନା ଅଧିନରେ ଯାଉଥିବା ହେତୁ ସେଠାକାର ଅଧିକାରୀ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଶୁଆ ଖୋଜିବାରେ ସହଯୋଗ କରିବେ।

ବାସ୍ତବରେ ମହିଳା ଜଣକ ପ୍ରଥମେ ୧୧୨ କୁ ଫୋନ କରି ଶୁଆ ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। କଲ୍‌ ଆସିବା ପରେ ୧୧୨ ସଂପୃକ୍ତ ପୋଲିସ ଷ୍ଟେସନ ସେକ୍ଟର ୩୯ କୁ ଏହି ବିଷୟରେ ଅବଗତ କରାଇଥିଲେ। ପରେ ମହିଳାଙ୍କୁ ନିଜ ପଡୋଶୀ ଉପରେ ସନ୍ଦେହ ଆସିଥିଲା। ଏନେଇ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ତଦନ୍ତରୁ ଜଣା ପଡିଲା ଯେ ଶୁଆଟି ପ୍ରଥମେ ତାଙ୍କ ଛାତରେ ବସିଥିଲା କିନ୍ତୁ କିଛି ସମୟ ପରେ ସେଠାରୁ ଉଡି ଯାଇଥିଲା।

Advertisment

ସେକ୍ଟର ୩୯ ଥାନାର ଇନସ୍‌ପେକ୍‌ଟର୍‌ ରାଜୀବ୍ ବାଲୟାନ କହିଛନ୍ତି ଯେ ଏହି ମାମଲାଟି ୬ ମାସ ପୂର୍ବେ ସଦରପୁର ଥାନାରେ ରୁଜୁ ହୋଇଥିଲା। ଏନେଇ ତଦନ୍ତ ହେବା ପରେ ଶୁଆଟି ଉଡି ପଳାଇଥିବାର ଜଣାପଡିଲା। ପରେ ମହିଳାଙ୍କୁ ଥାନାକୁ ଡକାଇ ଏ ବିଷୟରେ ସମସ୍ତ ସୂଚନା ଦିଆଯାଇଥିଲା। ତେବେ ଶୁଆ ହଜିବା ଘଟଣାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି।

India Delhi
Advertisment
Advertisment