Advertisment

“କେନ୍ଦ୍ରରେ ଆମକୁ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଦେବା କଥା”

କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚାଲିଛି ଚର୍ଚ୍ଚା। ତେବେ ଦିଲ୍ଲୀରେ ଏନେଇ ଆଜି ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ?

author-image
Sarbeswar
“କେନ୍ଦ୍ରରେ ଆମକୁ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଦେବା କଥା”

Nitish Kumar

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚାଲିଛି ଚର୍ଚ୍ଚା। ତେବେ ଦିଲ୍ଲୀରେ ଏନେଇ ଆଜି ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ? ଏମିତି ଅନେକ କିଛି ବିଷୟରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ଚାଲିଛି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ସହଯୋଗୀ ଦଳ ମାନେ କେଉଁ ମନ୍ତ୍ରୀ ପଦ ଦାବି କରୁଛନ୍ତି ଏବଂ ମୋଦି ସେମାନଙ୍କୁ କେଉଁ କେଉଁ ବିଭାଗ ଦେବେ ସେନେଇ ବି ଆଲୋଚନା ହୋଇଥିବା ସୂଚନା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେବଳ ଜେଡ଼ିୟୁ ୪ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇବାକୁ ଦାବି କରିଥିବା ଜଣାପଡ଼ିଛି।

Advertisment

ଦଳ କହିଛି, ଆମେ ଯେଉଁ ପରି ଭାବରେ ବିଜୟ ହୋଇଛୁ ସେହି ଅନୁସାରେ ଆମକୁ ପ୍ରଧାନମନ୍ତ୍ରୀ ଆସନ ଦେବା ଉଚିତ୍‌। ଏହାସହ ଦଳ କହିଛି ଯେ, ବିଜେପିର ୧୭ ଜଣ ସାଂସଦ ଅଛନ୍ତି, ଯାହା ଅନୁଯାୟୀ ସେମାନଙ୍କର ପାଞ୍ଚ ଜଣ ମନ୍ତ୍ରୀ ରହିବା ଉଚିତ। ଆମର ୧୬ ଜଣ ସାଂସଦ ଅଛନ୍ତି, ତେଣୁ ଚାରିଜଣ ମନ୍ତ୍ରୀ ହେବା ଉଚିତ।” କେନ୍ଦ୍ରରେ ଏବେ ମନ୍ତ୍ରୀଙ୍କ ସଂଖ୍ୟା ୫୩ ରହିଥିବା ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ରହିଛି । ତେଣୁ ମନ୍ତ୍ରୀଙ୍କ ଦାୟିତ୍ୱ ହାଲୁକା କରିବା ସହ ରାଜନୈତିକ ଦୃଷ୍ଟିକୋଣକୁ ଆଖିରେ ରଖି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ରରେ ମନ୍ତ୍ରୀଙ୍କ ସଂଖ୍ୟା ୮୧ ଯାଏ ସଂପ୍ରସାରଣ କରାଯାଇ ପାରିବ। ମୋଦି ଚାହିଁଲେ ୮୧ ରୁ ୮୧ ମନ୍ତ୍ରୀ ପଦ ପୂରଣ କରିପାରନ୍ତି।

Advertisment

କେବଳ ଏତିକି ନୁହେଁ ବରଂ କୁହାଯାଉଛି, ଆଗକୁ ୟୁପି ନିର୍ବାଚନ ଆସୁଥିବା କାରଣରୁ ମୋଦି ଭାବିଚିନ୍ତି ମନ୍ତ୍ରୀ ପଦ ବାଣ୍ଟିବେ। ସେପଟେ, ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବା ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି ପୁଣି ଥରେ ଶିବସେନା-ବିଜେପି ଏକାଠି ହୋଇ ସରକାର ଗଠନ କରିବେ। ଯଦି ଶିବସେନା-ବିଜେପି ମଧ୍ୟରେ ବୁଝାମଣା ହୋଇଯାଏ, ତେବେ କଣ ହେବ ପାଓ୍ୱାର ସେୟାରିଂ ଫର୍ମୁଲା? କୁହାଯାଉଛି ଉଦ୍ଧବ ହିଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ବିଜେପିରୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫର୍ଣ୍ଣାଭିସ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେବେ। ସେହିପରି ଶିବସେନା ମଧ୍ୟ କ୍ୟାବିନେଟରେ ସାମିଲ ହେବ। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ସଂପ୍ରସାରଣରେ ବିଳମ୍ବ କରୁଥିବା ଚର୍ଚ୍ଚା ଜୋର ଧରିଛି। ତେବେ ମହାରାଷ୍ଟ୍ର ବିଜେପି ନେତାମାନେ ଏଭଳି ସମ୍ଭାବନା ଏଡ଼ାଇ ଦେଇଛନ୍ତି। ତେବେ ମୋଟ୍‌ ଉପରେ ମନ୍ତ୍ରୀ ମଣ୍ଡଳ ନିଷ୍ପତ୍ତି ମୋଦିଙ୍କ ଉପରେ ନିର୍ଭର କରୁଥିବାକୁ କାହାକୁ କେଉଁ ଆସନ ଦେବେ ତାହା ସମୟ କହିବ।

Nitish Kumar Narendra Modi Politics
Advertisment
Advertisment