Advertisment

ବିରୋଧୀଙ୍କ ସହ ସ୍ୱର ମିଳାଇଲେ ନୀତିଶ କୁମାର: ବିଜେପି ପାଇଁ ବଢିପାରେ ଅଡ଼ୁଆ

ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍‌ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
ନିର୍ବାଚନରେ ନୀତୀଶଙ୍କ ଟାର୍ଗେଟ୍ ୨୦୦ ଆସନ

nitish

ପାଟନା: ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍‌ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଯେହେତୁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିଛି ତେଣୁ ମାମଲାରେ ପ୍ରତ୍ୟେକ ବିଷୟରେ ଆଲୋଚନା କରିବା ଉଚିତ୍‌ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଦାବି ହେଉଛି ତେବେ ଆଲୋଚନା କରିବାରେ ପଛଘୁଂଚା ଦେବାର କୌଣସି ଆବଶ୍ୟକତା ନଥିବା ପରି ମନେ ହେଉଛି।

Advertisment

ସେପଟେ, ଗୃହରେ ଥମିବାରେ ନା ନେଉନାହିଁ ପେଗାସସ୍‌ ଝଡ଼। ବିଶେଷ କରି ପେଗାସସ୍ ଗୁପ୍ତଚର ବିବାଦ ଏବଂ ଚାଷୀଙ୍କ ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ନାକେଦମ୍‌ କଲେଣି। ପ୍ରଥମେ ସୋମାନଙ୍କ ସହ ଆଲୋଚନା କରନ୍ତୁ ସରକାର ପରେ ଗୃହ ଶାନ୍ତିରେ ଚାଲିବ ବୋଲି ବିରୋଧୀମାନେ ନାରା ଦେଉଛନ୍ତି। ବିରୋଧୀ ଦଳର ପ୍ରବଳ ହୋହାଲ୍ଲା ପାଇଁ ସୁରୁଖୁରୁରେ ଚାଲିପାରୁନାହିଁ ଗୃହ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସଂସଦ ବାହାରେ ମଧ୍ୟ ବିରୋଧୀମାନେ ପ୍ରବଳ ହୋହାଲ୍ଲା କରୁଛନ୍ତି।

Advertisment

ତେବେ ପୂର୍ବରୁ ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା । ପେଗାସସ ସ୍ନୁପିଂକୁ ନେଇ ଜୁଲାଇ ୨୨ରେ ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ତୃଣମୂଳ କଂଗ୍ରେସର ସଦସ୍ୟମାନେ କାଗଜ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଥିଲେ । ଏହାସହ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ । ସରକାରଙ୍କ ବିରୋଧରେ ବିରୋଧୀ ସଦସ୍ୟମାନେ ନାରାବାଜି ଦେବା ସହ ବିବୃତି କାଗଜ ଚିରିକି ଫିଙ୍ଗିଥିଲେ । ଯାହାକୁ ନେଇ ପୂରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା।

BJP Nitish Kumar Bihar
Advertisment
Advertisment