Advertisment

ସାଧାରଣ ଲୋକଙ୍କ ପାଖରେ ଯେପରି ରେଳ ମନ୍ତ୍ରାଳୟ ସୁଫଳ ପହଞ୍ଚି ପାରିବ ସେଥିପାଇଁ କାମ କରିବି-ଅଶ୍ୱିନୀ ବୈଷ୍ଣବ

ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ  ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି।

author-image
Minati Mishra
ସାଧାରଣ ଲୋକଙ୍କ ପାଖରେ ଯେପରି ରେଳ ମନ୍ତ୍ରାଳୟ ସୁଫଳ ପହଞ୍ଚି ପାରିବ ସେଥିପାଇଁ କାମ କରିବି-ଅଶ୍ୱିନୀ ବୈଷ୍ଣବ

Ashwini Vaishnaw

ନୂଆଦିଲ୍ଲୀ: ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ  ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। ତେବେ ମୋଦିଙ୍କ ମିନିଷ୍ଟ୍ରିରୁ ବାଦ୍ ପଡ଼ିଛନ୍ତି ବାଲେଶ୍ୱର ସାଂସଦ ତଥା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି। ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି।  ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟରୁ ସୁଫଳ ପାଇପାରିବେ  ସେ ନେଇ ଧ୍ୟାନ ଦେବେ ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।  ସେହିପରି ପେଟ୍ରୋଲିୟମ ମନ୍ତ୍ରାଳୟ ପାଇଥିବା ହରଦୀପ ସିଂହ ପୁରୀ ମଧ୍ୟ ଆଜି ଦାୟିତ୍ୱ ନେବେ ।

Advertisment

 ଗତକାଲି ୪୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ସଂପ୍ରସାରଣ ପରେ ଏବେ ମନ୍ତ୍ରୀଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ନୂଆ ଟିମରେ ୩୬ ନୂଆ ମୁହଁ ଥିବା ବେଳେ, ୭ଜଣଙ୍କୁ ପଦୋନ୍ନତି ମିଳିଛି । ମୋଦିଙ୍କ ନୂଆ ଟିମ୍ ଶପଥ ନେବା ପରେ ବିଭାଗ ବଣ୍ଟନ କରାଯାଇଛି  । ଆଜିଠାରୁ ସମସ୍ତେ ନିଜ ନିଜ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବେ।  କ୍ୟାବିନେଟ୍ ସଂପ୍ରସାରଣ ପରେ ଆଜି ଅପରାହ୍ନ ୫ଟାରେ ବସିବ କ୍ୟାବିନେଟର ପ୍ରଥମ ବୈଠକ । ଏହା ପରେ ସନ୍ଧ୍ୟା ୭ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ।

ଦାୟିତ୍ୱ ନେବା ପରେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବନିଯୁକ୍ତ ମନ୍ତ୍ରୀ ମାନେ ଆଜି ନିଜ ନିଜ ମନ୍ତ୍ରଣାଳୟର ଦାୟିତ୍ୱ ନେବା ଆରମ୍ଭ କରିଛନ୍ତି ।  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳୁ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ରହିଛି । ଆଉ ଏହି ଭିଜନକୁ କାର୍ଯ୍ୟକାରୀ କରିବା ଦିଗରେ ସେ କାମ କରିବେ। ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟରୁ ସୁଫଳ ପାଇପାରିବେ  ସେ ନେଇ ଧ୍ୟାନ ଦେବେ ବୋଲି ବୈଷ୍ଣବ କହିଛନ୍ତି  । ସେହିପରି ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱ ନେଇଥିବା ଜଣାପଡିଛି। 

ସେପଟେ ଅନୁରାଗ ଠାକୁର  ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।   ମନସୁଖ ମାଣ୍ଡବ୍ୟ ମଧ୍ୟ ଆଜି  ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁରାଗ ଏବଂ ମନସୁଖଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି  ।

India News Modi Cabinet New Cabinet Of Ministers
Advertisment
Advertisment