Advertisment

ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର

କେନ୍ଦ୍ର-ଟ୍ୱିଟର ମଧ୍ୟରେ ପୁଣି ବଢିଲା ବିବାଦ। ମୋଦି ସରକାରଙ୍କ ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇ ଦେଇଛି ଟ୍ୱିଟର।

author-image
Minati Mishra
ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର

New Minister Rajeev Chandrasekhar

ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ମୋଦି ସରକାରଙ୍କ ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇ ଦେଇଛି। ଚନ୍ଦ୍ରଶେଖର ଗତ ସପ୍ତାହରେ କ୍ୟାବିନେଟରେ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରାଳୟ ମନ୍ତ୍ରୀ (ରାଜ୍ୟ) ଭାବେ ଦାୟିତ୍ୱ ନେଇଛନ୍ତି। ତେବେ କାହିଁକି ତାଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇ ନିଆଗଲା ସେ ନେଇ ଟ୍ୱିଟର କିଛି କାରଣ ଦର୍ଶାଇ ନାହିଁ। 

Advertisment

ଟ୍ୱିଟର ନିୟମ ଅନୁସାରେ ବ୍ଲୁ ଟିକ୍‌ ଦେବାର ଅର୍ଥ ଆକାଉଣ୍ଟ ଭେରିଫାଏଡ ମାନ୍ୟତା ପାଇଥାଏ। ତେବେ ଏହି ଟିକ୍‌ ପାଇବା ପାଇଁ ଆକାଉଣ୍ଟ ସକ୍ରିୟ ରହିବା ସହ ବିଶ୍ୱାସନୀୟ ହେବା ଜରୁରୀ।  ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ କାହିଁକି ବ୍ଲୁ ଟିକ୍‌ ହଟା ଗଲା ତାହା ଯଦିଓ ଜଣାପଡ଼ି ନାହିଁ ତେବେ ହାଣ୍ଡେଲରେ ନାଁ ବଦଳିବାରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଥିବା ଅନୁମାନ କରାଯାଉଛି। କାରଣ ମନ୍ତ୍ରୀ ହେବା ପରେ ନାମ ବଦଳାଇ ସେ Rajeev GOI କରି ଦେଇଛନ୍ତି। ସୂତ୍ର ଅନୁସାରେ, ନାଁ ବଦଳିବା ପରେ ଅନେକ ସମୟରେ ବ୍ଲୁ ଟିକ୍‌ ହଟି ଯାଇଥିବା ଦେଖିବାକୁ ମିଳିଥାଏ ।

ଗତ ସପ୍ତାହରେ ଦାୟିତ୍ୱ ସମ୍ଭାଳିବା ପରେ ଟ୍ୱିଟର ବିବାଦ ପରେ ଚନ୍ଦ୍ରଶେଖର ବୟାନ ଦେଇ କହିଥିଲେ, ମୁଁ ଏବେ ଦାୟିତ୍ୱ ସମ୍ଭାଳିଛି। ମନ୍ତ୍ରାଳୟ ଏକତରଫା ଭାବେ କାମ କରି ନ ଥାଏ। ମନ୍ତ୍ରାଳୟ ନୂଆ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧନା କରିବ।’

Advertisment

ଏଠି କହିରଖିବୁ, ନୂଆ ଆଇଟି ନିୟମକୁ ନେଇ ଟ୍ୱିଟର-କେନ୍ଦ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହା ପୂର୍ବରୁ ଟ୍ୱିଟର ଭାରତର ବଡ ବଡ ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦେଇଛି। ଗତ ମାସରେ ଉପରାଷ୍ଟ୍ରପତି ଭେଙ୍କୟା ନାଉଡୁଙ୍କ ଟ୍ୱିଟର ହାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିବାବେଳେ ରାଷ୍ଟ୍ରୀୟ ସ୍ୱୟ ସେବକ ପ୍ରମୁଖ ମୋହନ ଭାଗବତ, ସଂଘର ପୂର୍ବତନ କର୍ମକର୍ତ୍ତା ଭୈୟାଜୀ ଜୋଶୀ, ସୁରେଶ ସୋନୀ, ଅରୁଣ କୁମାରଙ୍କ ଆକାଉଣ୍ଟକୁ ଅନଭେରିଫାଏଡ କରି ଦେଇଥିଲା ଟ୍ୱିଟର। ପରେ ସମସ୍ତଙ୍କୁ ବ୍ଲୁ ଟିକ୍‌ ଫେରାଇ ଦେଇଥିଲା। 

Twitter India Twitter War
Advertisment
Advertisment