/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626530466.jpg)
Navjot Singh Sidhu
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ କନ୍ଦଳରେ ପଡ଼ିପାରେ ଯବନିକା। ଆଜି ଏନେଇ ବସିଛି ବୈଠକ। କେବଳ ଏତିକି ନୁହେଁ ବରଂ ସିଦ୍ଧୁଙ୍କୁ ରାଜ୍ୟ ସଭାପତି ଆସନ ମିଳିବା ନେଇ ଚର୍ଚ୍ଚା ଚାଲିଛି। ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଆଜିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ସେପଟେ, ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଆଜି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏହାସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି। କୁହାଯାଉଛି ସିଦ୍ଧୁ ହିଁ କଂଗ୍ରେସର ସଭାପତି ଆସନ ଅଳଙ୍କୃତ କରିବେ। ଅନ୍ୟପକ୍ଷରେ ଅମରିନ୍ଦରଙ୍କ ସହ ହରିଶ ରାୱତଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଛି।
Also Read
ତାଙ୍କୁ ବୁଝାଇବାକୁ ହରିଶ ରାୱତ ଆସିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀନ ଥୁକରାଲ ଉଭୟଙ୍କ ଭେଟଘାଟର ଫଟୋ ଟ୍ୱିଟ କରି କହିଛନ୍ତି, “ହରିଶ ରାୱତଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିଲା। ଆଇଏନସି ସଭାପତି ଯାହା ବି ନିଷ୍ପତ୍ତି ନେବେ, ତା’କୁ ସମସ୍ତେ ପାଳନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଇଏନସି ସଭାପତିଙ୍କ ପାଖରେ ସେ ଉଠାଇଥିବା ସମସ୍ତ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।” ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସ ଦଳ ମଧ୍ୟରେ ଏମିତି ଭାବରେ ଅନ୍ତକନ୍ଦଳ ଲାଗି ରହୁଛି ଯାହାଦ୍ୱାରା ଦଳ ନିର୍ବାଚନରେ ବାରମ୍ବାର ପରାଜୟର ସ୍ୱାଦ ଚାଖୁଛି। ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ କେମିତି ଦଳ ମଧ୍ୟରେ ନେତାଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ହେବ ସେନେଇ ଦଳ ମାନସମନ୍ଥନ କରୁଥିବା ଜଣାପଡ଼ିଛି। ତେବେ ଦେଖାଯାଉ କେବେ ତୁଟିବ ପଞ୍ଜାବର ବିବାଦ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)