Advertisment

"ଖାଲି ନାଁକୁ ମହିଳା ସଶକ୍ତିକରଣ, ହେଲେ କ୍ୟାବିନେଟରେ ନାହାନ୍ତି ମହିଳା ମନ୍ତ୍ରୀ"

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ନାରୀ ସଶକ୍ତିକରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
kejriwal and sidhu

kejriwal and sidhu

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ କଂଗ୍ରେସର ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା କେତେକ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ, ‘ଯିଏ କାଚ ଘରେ ରୁହନ୍ତି, ସେ କଦାପି ପର ଘର ଉପରେ ପଥର ପକାଇବା ଅନୁଚିତ୍’। କେଜ୍ରିୱାଲଙ୍କ ପ୍ରତିଶ୍ରୁତି ତଥା ନାରୀ ସଶକ୍ତିକରଣ, ନିଯୁକ୍ତି ଉପରେ ଏଯାଏଁ କୌଣସି ଆଖିଦୃଶିଆ କାମ ହୋଇନାହିଁ ବୋଲି ସିଦ୍ଧୁ କହିଛନ୍ତି। ନାରୀ ସଶକ୍ତିକରଣ କଥା କୁହାଯାଉଥିଲେ ମଧ୍ୟ ଦିଲ୍ଲୀ କ୍ୟାବିନେଟର ମହିଳାଙ୍କୁ କୌଣସି ସ୍ଥାନ ମିଳିନାହିଁ। ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ଦିଲ୍ଲୀର କେତେଜଣ ମହିଳା ଶୀଲା ଦୀକ୍ଷିତ ଜୀଙ୍କ ଦ୍ୱାରା ରାଜସ୍ୱ ବଳକା ସତ୍ତ୍ୱେ ୧୦୦୦ ଟଙ୍କା ପାଇଛନ୍ତି !"

ନିକଟରେ କେଜ୍ରିୱାଲ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ପରିଦର୍ଶନ ବେଳେ ନାରୀ ସଶକ୍ତିକରଣ ପ୍ରସଙ୍ଗ ସମେତ ଅନ୍ୟାନ୍ୟ ଦିଗରେ ଉନ୍ନତି ନେଇ ପ୍ରୋତ୍ସାହନ ଦେଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ସେ ସବୁ ଖାଲି ଲୋକ ଦେଖାଣିଆ ବୋଲି କହିଛନ୍ତି ସିଦ୍ଧୁ। କେଜ୍ରିୱାଲଙ୍କୁ ସମାଲୋଚନା କରି ସିଦ୍ଧୁ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, “ମହିଳା ସଶକ୍ତିକରଣ ଅର୍ଥ ହେଉଛି ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ଜଡିତ ରଖିବା, ଅର୍ଥାତ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ସାମିଲ କରିବା । ଯେପରିକି ପଞ୍ଜାବରେ ନାରୀଙ୍କୁ ନିର୍ବାଚନରେ ସାମିଲ କରାଯାଉଛି। ପ୍ରକୃତ ନେତୃତ୍ୱ ୧୦୦୦ ଟଙ୍କିଆ ଲଲିପପ୍ ବାଣ୍ଟିବା ନୁହେଁ ବରଂ ସେମାନଙ୍କୁ ଭବିଷ୍ୟତରେ ଆତ୍ମନିର୍ଭରଶୀଳ କରିବା ସହ ମହିଳା ଉଦ୍ୟୋଗୀଙ୍କ ଦକ୍ଷତାକୁ ବିନିଯୋଗ କରିବା”।

Advertisment

ଚାକିରି ଏବଂ ବେକାରୀ ସମସ୍ୟା ବିଷୟରେ ସିଦ୍ଧୁ କେଜ୍ରିୱାଲଙ୍କ ଉପରେ ବର୍ଷିଥିଲେ ଏବଂ କହିଥିଲେ, "ଶିକ୍ଷକ ଏବଂ ଚାକିରୀ କ୍ଷେତ୍ରରେ ୨୦୧୫ ରେ ଦିଲ୍ଲୀରେ ୧୨,୫୧୫ ଟି ପଦ ଖାଲି ଥିଲା ବେଳେ ୨୦୨୧ ରେ ୧୯,୯୦୭ ଟି ଶିକ୍ଷକ ପଦବୀ ଖାଲି ପଡିଛି । କେଜ୍ରିୱାଲ କେବଳ ତାଙ୍କ ଭାଷଣ ମାଧ୍ୟମରେ ପଦବୀକୁ ପୂରଣ କରୁଛନ୍ତି”। ୨୦୧୫ରେ ୮ ଲକ୍ଷ ନୂଆ ନିଯୁକ୍ତି ଓ ୨୦ଟି ନୁଆ କଲେଜ ଖୋଲିବା ନେଇ ଦେଇଥିବା ପ୍ରତିଶ୍ରୁତିରେ ଫେଲ୍ ମାରିଛି ଦିଲ୍ଲୀ ସରକାର ବୋଲି ସିଦ୍ଧୁ କହିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀରେ ବେକାରୀ ସମସ୍ୟା ୫ ଗୁଣ ବଢିଯାଇଥିବା କଥା କହି କେଜ୍ରିୱାଲକୁ ତୀବ୍ର ନିନ୍ଦା କରିଛନ୍ତି ନବଜୋତ ସିଂହ ସିଦ୍ଧୁ ।

Navjot Singh Sidhu Arvind Kejriwal Politics
Advertisment
Advertisment