Advertisment

ଦିନେ ଚିକେନ୍‌ ଦୋକାନୀ ଥିଲେ, ଏବେ କ୍ୟାବିନେଟ୍‌ ମନ୍ତ୍ରୀ

ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ | ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। କେବଳ ସେ କ୍ୟାବିନେଟ୍‌ ମନ୍ତ୍ରୀ ନୁହେଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ Micro, Small and Medium Enterprises ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ପାଇଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
ଦିନେ ଚିକେନ୍‌ ଦୋକାନୀ ଥିଲେ, ଏବେ କ୍ୟାବିନେଟ୍‌ ମନ୍ତ୍ରୀ

Narayan Rane

ନୂଆଦିଲ୍ଲୀ: ଭାଗ୍ୟ କେତେ ବେଳେ ଖେଳ ଖେଳେ ତାହା କାହାକୁ ବି ଜଣାନାହିଁ। କ୍ଷଣକ ମଧ୍ୟରେ, କିଛି ବି ପରିବର୍ତ୍ତନ ହୋଇପାରେ। ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଏମିତି ଜଣେ ମନ୍ତ୍ରୀ ସାମିଲ ହୋଇଛନ୍ତି ଯାହାକୁ ନେଇ ଏବେ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି, କାରଣ ସେ ପୂର୍ବରୁ ଜଣେ ଚିକେନ୍‌ ଦୋକାନୀ ଥିଲେ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି।

Advertisment

ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ | ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। କେବଳ ସେ କ୍ୟାବିନେଟ୍‌ ମନ୍ତ୍ରୀ ନୁହେଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ Micro, Small and Medium Enterprises ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ପାଇଛନ୍ତି। ନାରାୟଣ ରାଣେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ପରେ ଦଳରେ ମତଭେଦ ଯୋଗୁଁ କଂଗ୍ରେସରେ ଯୋଗ ଦେଇଥିଲେ। ପ୍ରାୟ ତିନି ଦଶନ୍ଧିର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ନାରାୟଣ ରାଣେ ୧୦ ଏପ୍ରିଲ ୧୯୫୨ ରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।

Advertisment

କଂଗ୍ରେସର ପରାଜୟ ଏବଂ ବିଜେପି କ୍ଷମତାକୁ ଫେରିବା ପରେ ସେ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇଥିଲେ। କେବଳ ସାତ ମାସ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ରାଣେଙ୍କର ମହାରାଷ୍ଟ୍ରରେ ଦବ୍‌ଦବା ମଧ୍ୟ ରହିଛି। ୧୯୯୬ ରେ, ନାରାୟଣ ରାଣେ ଶିବସେନା-ବିଜେପି ସରକାରରେ ରାଜସ୍ୱ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । କେବଳ ଏତିକି ନୁହେଁ ବରଂ ୧୯୯୯ ମସିହାରେ ସେ ମୁଖ୍ୟମନ୍ତ୍ରୀ ପଦରେ ବସିବାର ସୌଭାଗ୍ୟ ମଧ୍ୟ ପାଇଥିଲେ।

ପରେ କୌଣସି କାରଣରୁ ଉଦ୍ଧବ ଠାକ୍‌ରେ ଓ ରାଣେଙ୍କ ମଧ୍ୟରେ ମନାନ୍ତର ହେବାରୁ ତାଙ୍କୁ ଦଳ ଛାଡିବାକୁ ପଡିଲା ଏବଂ ୨୦୦୫ ରେ କଂଗ୍ରେସରେ ଯୋଗ ଦେଇଥିଲେ ରାଣେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଶିବସେନାଠାରୁ ବାହାରିବା ପରେ ନିର୍ବାଚନ ଲଢିଥିଲେ ଓ ବିଜୟର ସ୍ୱାଦ ଚାଖିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନାରାୟଣ ରାଣେ ଏକ ଚିକେନ୍ ଦୋକାନ ଖୋଲିଥିଲେ।

Narayan Rane India Union Govt India News Narendra Modi
Advertisment
Advertisment