Advertisment

ରହସ୍ୟମୟ ଗାଁ ; ଅଛନ୍ତି ୪୦୦ରୁ ଅଧିକ ଯାଆଁଳା ପିଲା

ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଅଜବ ଲାଗେ। ଏହାକୁ ନେଇ ଦେଶ-ବିଦେଶରେ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ବେଳେ ବେଳେ ଏପରି ଘଟଣା ଶୁଣି ବିଶ୍ୱାସ ମଧ୍ୟ କରିହୁଏନି। ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠାରେ ଅଧିକାଂଶ ପିଲା ଯାଆଁଳା ହୋଇ ଜନ୍ମ ନିଅନ୍ତି। ଏହା କେରଳର ମାଲାପୁରାମ ଜିଲ୍ଲାର କୋଡିନ୍‌ହି ଗ୍ରାମରେ ଅବସ୍ଥିତ। ଗାଁର ଏହି ଖବର ଦୀର୍ଘ ଦିନ ହେବ ଦେଶ ତଥା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।

author-image
Pramod Behera
Twin Village

Twin Village

ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଅଜବ ଲାଗେ। ଏହାକୁ ନେଇ ଦେଶ-ବିଦେଶରେ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ବେଳେ ବେଳେ ଏପରି ଘଟଣା ଶୁଣି ବିଶ୍ୱାସ ମଧ୍ୟ କରିହୁଏନି। ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠାରେ ଅଧିକାଂଶ ପିଲା ଯାଆଁଳା ହୋଇ ଜନ୍ମ ନିଅନ୍ତି। ଏହା କେରଳର ମାଲାପୁରାମ ଜିଲ୍ଲାର କୋଡିନ୍‌ହି ଗ୍ରାମରେ ଅବସ୍ଥିତ। ଗାଁର ଏହି ଖବର ଦୀର୍ଘ ଦିନ ହେବ ଦେଶ ତଥା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି। ଦୂରଦୂରାନ୍ତରୁ ବହୁ ଲୋକ ଏହି ଗାଁକୁ ଆସନ୍ତି କେବଳ ଯାଆଁଳା ପିଲାମାନଙ୍କୁ ଦେଖିବା ପାଇଁ। ଗାଁର ଅଧିକାଂଶ ପରିବାରରେ ଯାଆଁଳା ଶିଶୁ ହିଁ ଜନ୍ମଗ୍ରହଣ କରନ୍ତି। ଗାଁରେ ଏତେ ଯାଆଁଳା କାହିଁକି ଜନ୍ମ ହୁଅନ୍ତି? ଅନେକ ଥର ବୈଜ୍ଞାନିକ ଦଳ ଏହି ଘଟଣାର ଅନୁସନ୍ଧାନ କରିବାକୁ ଆସିଥିଲେ, କିନ୍ତୁ ସେମାନେ ଏହି ରହସ୍ୟରୁ ଆବରଣ ଉଠେଇ ପାରି ନାହାନ୍ତି।

Advertisment
Twin Villageରହସ୍ୟମୟ ଗାଁ

ଗ୍ରାମବାସୀଙ୍କ କହିବା କଥା ଯେ ଏହି ଗାଁ ଉପରେ ଭଗବାନଙ୍କର ଏକ ବିଶେଷ କୃପା ରହିଛି, ଯେଉଁ କାରଣରୁ ଅଧିକାଂଶ ପିଲା ଯାଆଁଳା ହୋଇକି ଜନ୍ମ ନେଉଛନ୍ତି। ପ୍ରକାଶଥାଉ ଯେ ଗତ ୫୦ ବର୍ଷ ମଧ୍ୟରେ ଏହି ଗାଁରେ ୩୦୦ ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି। ଗାଁର ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଦୀର୍ଘ ଦିନ ଧରି ଖୁବ ଚର୍ଚ୍ଚାର ବିଷୟ ହୋଇପାରିଛି।

Advertisment

କେତେକ ଆକଳନ ଅନୁଯାୟୀ ଏହି ଗାଁରେ ପ୍ରାୟ ୪୦୦ ଯାଆଁଳା ପିଲା ବାସ କରନ୍ତି। ଏହି ଗାଁରେ ଏତେ ଯାଆଁଳା କାହିଁକି ଅଛନ୍ତି? ଏନେଇ ୨୦୧୬ ମସିହାରେ, ଏହି ଅନନ୍ୟ ରହସ୍ୟ ଜାଣିବା ପାଇଁ ଏକ ଦଳ ଗାଁକୁ ଆସିଥିଲେ। ସେ ଗାଁର ଯାଆଁଳା ପିଲାଙ୍କ ନମୁନା ସଂଗ୍ରହ କରିଥିଲେ। କିନ୍ତୁ ଏହି ଅନୁସନ୍ଧାନ ପରେ ମଧ୍ୟ କୌଣସି ଠୋସ୍ ସିଦ୍ଧାନ୍ତ ମିଳି ପାରିଲା ନାହିଁ। ଏଥି ସହିତ, ଅନେକ ଲୋକ କୁହନ୍ତି ଯେ ଏହି ଗାଁର ବାୟୁ ଏବଂ ପାଣିରେ କିଛି ଅଛି, ଯେଉଁ କାରଣରୁ ଏଠାରେ ଅଧିକ ଲୋକଙ୍କ ଘରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି।

Twin Villageରହସ୍ୟମୟ ଗାଁ

କେବଳ ଏତିକି ନୁହେଁ, ବିଶେଷଜ୍ଞମାନେ ଏଠାରେ ରହୁଥିବା ଲୋକଙ୍କ ଖାଦ୍ୟ ଏବଂ ଜୀବନ ଅଭ୍ୟାସ ଉପରେ ମଧ୍ୟ ଏକ ଗଭୀର ଅଧ୍ୟୟନ କରିଥିଲେ। ଏହା ପରେ ମଧ୍ୟ ତାଙ୍କ ହାତରେ କୌଣସିଅ ତଥ୍ୟ ଲାଗିଲା ନାହିଁ। ତେବେ ଗାଁରେ ଏତେ ଯାଆଁଳା କାହିଁକି ଜନ୍ମ ହୁଅନ୍ତି? ଆଜି ବି ଏହା ରହସ୍ୟର ବିଷୟ ହୋଇ ରହିଛି।

India Twin Village
Advertisment
Advertisment