Advertisment

ହତ୍ୟାକାଣ୍ଡର ନୂଆ ଟ୍ରେଣ୍ଡ; ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା, ଜାମିନ ଦେଲେନି ସୁପ୍ରିମକୋର୍ଟ

ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍‌ ଦେବାକୁ ମନା କରିଦେଲେ ସୁପ୍ରିମ୍‌ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Murder by biting a snake became a new trend supreme court did not grant bail to the accused

Murder by biting a snake became a new trend supreme court did not grant bail to the accused

ଜୟପୁର: ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍‌ ଦେବାକୁ ମନା କରିଦେଲେ ସୁପ୍ରିମ୍‌ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ । ମାମଲାର ରାୟ ଶୁଣାଣୀ ବେଳେ ସୁପ୍ରିମ୍‌ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ସାପୁଆ କେଳା ମାନେ ବିଷାକ୍ତ ସାପମାନଙ୍କୁ ରଖିବା ସହ ସେମାନଙ୍କୁ ଧରି ବିଭିନ୍ନ ଅଞ୍ଚଳରେ ବୁଲିଥାନ୍ତି । ସେମାନଙ୍କର ଦୁର୍ବ୍ୟବହାର କରି ବିଭିନ୍ନ ସ୍ଥାନରେ ଲୋକମାନଙ୍କର ହତ୍ୟା କରାଯାଉଛି । ଯାହା ଏବେ ଏକ ନୂଆ ଟ୍ରେଣ୍ଡ ପାଲଟିଲାଣି ।

Advertisment

ଏଭଳି ଘଟଣା ଏବେ ରାଜସ୍ଥାନରେ ସାଧାରଣ ହୋଇଗଲାଣି । ଏହି ମାମଲାରେ ଚିଫ୍‌ ଜଷ୍ଟିସ୍‌ ଏନ୍‌ଭି ରମନା ଜଷ୍ଟିସ୍‌ ସୁର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ହିମା କୋହିଲିଙ୍କ ଶୁଣାଣୀ ସମୟରେ ଅଭିଯୁକ୍ତ କୃଷ୍ଣ କୁମାରଙ୍କ ଓକିଲ ଆଦିତ୍ୟ ଚୌଧୁରୀ କୋର୍ଟରେ କହିଛନ୍ତି, ଯେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ। ହେଲେ ଅଭିଯୁକ୍ତ ନିଜ ସାଙ୍ଗ ସହିତ ଯାଇ ସାପୁଆ କେଳାଠାରୁ ୧୦ ହଜାର ଟଙ୍କାରେ ଏକ ବିଷାକ୍ତ ସାପ କିଣିଥିବାର ଅଭିଯୋଗ କରାଯାଇଛି । ଏହାସହ ସେ କହିଛନ୍ତି, ସାପଟିକୁ ଅଭିଯୁକ୍ତ ନୁହେଁ ବରଂ ତାଙ୍କ ସାଙ୍ଗ କିଣିଥିଲେ । ହେଲେ ତାଙ୍କ ସାଙ୍ଗ କାହିଁକି ୧୦ ହଜାର ଟଙ୍କା ଦେଇ ସାପଟିକୁ କିଣିଛନ୍ତି ତାହା ସେ ଜାଣି ନଥିଲେ । ସେ କେବଳ ଜାଣିଥିଲେ କି ସାପର ବିଷ ଦ୍ୱାରା ତାଙ୍କ ସାଙ୍ଗ ଔଷଧ ତିଆରି କରିବେ । ଏହାଛଡା ଅଭିଯୁକ୍ତ ଜଣକ ସାପଟିକୁ ନେଇ ମହିଳାଙ୍କ ଘରକୁ ମଧ୍ୟ ଯାଇନଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି ।

ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ୍

ଅଭିଯୁକ୍ତ ଜଣକ ଇଞ୍ଜିନିୟରିଂର ଛାତ୍ର ଏବଂ ତାଙ୍କ ଭବିଷ୍ୟତ ପାଇଁ ଜାମିନ ପ୍ରଦାନ କରାଯାଉ ବୋଲି ସୁପ୍ରିମ୍‌କୋର୍ଟକୁ ଅଭିଯୁକ୍ତଙ୍କ ଓକିଲ ଅନୁରୋଧ କରିଛନ୍ତି । ସର୍ପଦଂଶନ ଦ୍ୱାରା ହତ୍ୟାକାଣ୍ଡ କରାଯାଇଥିବା ଏହି ଘଟଣାଟି ୨୦୧୯ ମସିହାରେ ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାର ଏକ ଗାଁ । ଅଭିଯୋଗ ଅନୁଯାୟୀ, ଆଲପାନାଙ୍କ ଜୟପୁରବାସୀ ମନୀଷଙ୍କ ସହ ବିବାହ ପରେ ପ୍ରେମ ସମ୍ପର୍କ ଥିଲା । ଗାଣରେ ଆଲପାନା ଏବଂ ତାଙ୍କ ଶାଶୁ ଏକାକୀ ରହୁଥିବାବେଳେ ଆଲପାନାର ସ୍ୱାମୀ ଏବଂ ତାଙ୍କ ଭାଇ ସେନାରେ ଥିଲେ । ୨୦୧୮ ମସିହା ଡିସେମ୍ୱର ୧୨ ତାରିଖରେ ଆଲପାନାଙ୍କ ସହ ତାଙ୍କ ସ୍ୱାମୀ ସଚିନଙ୍କ ବିବାହ ହୋଇଥିଲା । ବିବାହ ପରେ ତାଙ୍କ ସ୍ୱାମୀ ନଥିବା ବେଳେ ମନୀଷଙ୍କ ସହ ଅଲପାନାଙ୍କର ଏକ ପ୍ରକାରର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହା ସହ ସେମାନେ ସବୁବେଳେ କଥାବାର୍ତ୍ତା ମଧ୍ୟ କରୁଥିଲେ । ଅଲପାନାଙ୍କୁ ସବୁବେଳେ ଫୋନ୍‌ରେ ଗପିବା ଦେଖି ତାଙ୍କ ଶାଶୁ ସୁବୋଧ ଦେବୀ ଏହି ଘଟଣା ବିଷୟରେ ସନ୍ଦେହ କରି ଜାଣିବାକୁ ଲାଗିଥିଲେ । ଯାହାକୁ ନେଇ ବହୁ ଅଲପାନାଙ୍କୁ ସବୁବେଳେ ତାନା ମଧ୍ୟ ଦେଉଥିଲେ ।

Advertisment

ପ୍ରେମ ସମ୍ପର୍କ କାରଣରୁ ହତ୍ୟା

ଅଲପାନାଙ୍କ ଶାଶୁ ଯେତେବେଳେ ତାଙ୍କ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରିବାକୁ ଲାଗିଲେ ସେତେବେଳେ ଅଲପାନା ତାଙ୍କ ପ୍ରେମିକ ମନୀଷ ସହ ମିଶିକି ନିଜ ଶାଶୁକୁ ସାପ କାମୁଡେଇ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ଦେଢ ମାସ ପରେ ଆଲପନାଙ୍କ ଶ୍ୱଶୁର ଘର ଲୋକଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିବାରୁ ସେମାନେ ପୋଲିସ୍‌ ପାଖରେ ଅଭିଯୋଗ କରିଥିଲେ । ମାମଲାରେ ଅଲପୋନା, ମନୀଷ ଏବଂ ସେମାନଙ୍କ ବନ୍ଧୁ କୃଷ୍ଣ କୁମାରଙ୍କୁ ସୁବୋଧ ଦେବଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାର ପୋଲିସ୍‌ ତଦନ୍ତରୁ ଜାଣିପାରିଥିଲା । ତାଙ୍କୁ ୪ ଜାନୁଆରୀ ୨୦୨୦ରେ ଗିରଫ କରାଯାଇଥିଲା । ସେବେଠାରୁ ଅଲପାନା ଜେଲ୍‌ରେ ହିଁ ଅଛନ୍ତି ।

Rajasthan Murder
Advertisment
Advertisment