Advertisment

ଅଚାନକ ବଢ଼ିଲା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆର ସୁରକ୍ଷା

ଅଚାନକ ବଢ଼ିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆର ସୁରକ୍ଷା ବ୍ୟବସ୍ଥା । ଜଣେ ଟ୍ୟାକ୍ସି ଚାଳକଙ୍କୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଆଣ୍ଟିଲିଆକୁ ଯିବା ବାଟ ପଚାରିବା ପରେ ମୁମ୍ବାଇ ପୋଲିସ୍ ପକ୍ଷରୁ ହଠାତ୍ ଏଭଳି ନିଷ୍ପତ୍ତି ନିଆଯାଇଛି । ଏମିତିକି ସଂପୃକ୍ତ ଟ୍ୟାକ୍ସି ଡ୍ରାଇଭରର ବୟାନ ବି ରେକର୍ଡ କରାଯାଇଛି ।

author-image
Otv Khabar Bureau
ambani house antilia

ambani house antilia

ମୁମ୍ବାଇ: ଅଚାନକ ବଢ଼ିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆର ସୁରକ୍ଷା ବ୍ୟବସ୍ଥା । ଜଣେ ଟ୍ୟାକ୍ସି ଚାଳକଙ୍କୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଆଣ୍ଟିଲିଆକୁ ଯିବା ବାଟ ପଚାରିବା ପରେ ମୁମ୍ବାଇ ପୋଲିସ୍ ପକ୍ଷରୁ ହଠାତ୍ ଏଭଳି ନିଷ୍ପତ୍ତି ନିଆଯାଇଛି । ଏମିତିକି ସଂପୃକ୍ତ ଟ୍ୟାକ୍ସି ଡ୍ରାଇଭରର ବୟାନ ବି ରେକର୍ଡ କରାଯାଇଛି ।

Advertisment

ଆଣ୍ଟିଲିଆ ବାହାରେ ବ୍ୟାରିକେଡ୍ ଲଗାଇ ସୁରକ୍ଷା ବ୍ୟବସ୍ଥା କଡାକଡି ଯାଞ୍ଚ କରାଯାଉଛି । ଟ୍ୟାକ୍ସି ଚାଳକ ପୋଲିସ୍ କଣ୍ଟ୍ରୋଲ୍ ରୁମ୍‌କୁ ଦେଇଥିବା ସୂଚନା ଅନୁସାରେ, ଟ୍ୟାକ୍ସିରେ ଦୁଇ ଜଣ ଅଜଣା ବ୍ୟକ୍ତି ଆସୁଥିବାବେଳେ ଆଣ୍ଟିଲିଆର ଅବସ୍ଥିତି ସମ୍ପର୍କରେ ପଚାରୁଥିଲେ ଓ ସେମାନଙ୍କ ପାଖରେ ଏକ ବ୍ୟାଗ ମଧ୍ୟ ରହିଥିଲା । ଏହି ଘଟଣା ପରେ ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି ।

Advertisment

ପୋଲିସ୍ ଗତ ଫେବ୍ରୁଆରୀ ୨୫ରେ ଆଣ୍ଟିଲିଆ ବାହାରେ ଏକ ଜିଲୋଟିନ୍ ବୋଝେଇ କାର ଜବତ ହୋକରିଥିଲା । ଯାହା ଭିତରୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ସେହି ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଆଜି ଯାଏଁ ହଟଚମଟ ଲାଗି ରହିଛି । ମୁମ୍ବାଇ ପୋଲିସ କହିଛି ଯେ ସେମାନେ ଏପର୍ଯ୍ୟନ୍ତ ମାମଲାର ସତ୍ୟତା ଯାଞ୍ଚ କରୁଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ବିବୃତ୍ତି ଆଧାରରେ ଏକ ଷ୍ଟେସନ ଡାଏରୀ ଏଣ୍ଟ୍ରି ମଧ୍ୟ କରାଯାଇଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଦ୍ୱାରା 'ଆଣ୍ଟିଲିଆ ବୋମା ଭୟ' ଘଟଣାର ଅନୁସନ୍ଧାନରୁ ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ୍ ଇନ୍ସପେକ୍ଟର (ଏଏସ୍ଆଇ) ସଚିନ୍ ଭେଜେଙ୍କୁ ଗିରଫ କରାଯାଇଥିଲା।

Mukesh Ambani House Antilia Threatening
Advertisment
Advertisment