Advertisment

ମୋଦୀ ରଚିବେ ଇତିହାସ : ୟୁଏନ୍‌ଏସ୍‌ସି ବୈଠକରେ କରିବେ ଅଧ୍ୟକ୍ଷତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ଇତିହାସ କରିବାକୁ ଯାଉଛନ୍ତି। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ରବିବାର ଏହି ସୂଚନା ଦେଇଛନ୍ତି।

author-image
Pramod Behera
ମୋଦୀ ରଚିବେ ଇତିହାସ : ୟୁଏନ୍‌ଏସ୍‌ସି ବୈଠକରେ କରିବେ ଅଧ୍ୟକ୍ଷତା

PM Modi

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ଇତିହାସ କରିବାକୁ ଯାଉଛନ୍ତି। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରକାଶଥାଉ ଯେ ଆଜି ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର କମାଣ ଧରୁଛନ୍ତି। ଏହି ଅବଶରରେ ଭାରତର ସାମୁଦ୍ରିକ ସୁରକ୍ଷା, ଶାନ୍ତି ରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଭଳି ତିନୋଟି ପ୍ରମୁଖ କ୍ଷେତ୍ର ସହ ଜଡିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ଅଛି।

Advertisment

ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧୀ ସୟଦ ଆକବରଉଦ୍ଦିନଙ୍କ ଅନୁଯାୟୀ, ଅଗଷ୍ଟ ୯ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରିବେ। ତେବେ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ଏହା ପ୍ରଥମ ଯେ ମିଳିତ ଜାତିସଂଘର ୧୫ ସଦସ୍ୟ ବିଶିଷ୍ଟ ଏକ କାର୍ଯ୍ୟକ୍ରମରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ସୟଦ ଆକବରଉଦ୍ଦିନ ଟ୍ୱିଟ୍ କରି କହିଛନ୍ତି ଯେ “ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ, ଯିଏ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥୁରୁ ପ୍ରମାଣିତ ଯେ ଆମ ନେତାମାନେ ବର୍ତ୍ତମାନ ଉଚ୍ଚ ସ୍ତରରେ ନେତୃତ୍ୱ ନେବାକୁ ଚାହୁଁଛନ୍ତି।

Advertisment

ଅନେକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କ ସମେତ ଭାରତର ବରିଷ୍ଠ ଅଧିକାରୀମାନେ ଅଧ୍ୟକ୍ଷତା କରିବେ। ତେବେ ୟୁଏନ୍‌ଏସ୍‌ସିରେ ଏହା ଆମର ଅଷ୍ଟମ କାର୍ଯ୍ୟକାଳ, କିନ୍ତୁ ୭୫ ବର୍ଷ ପରେ ଏହା ପ୍ରଥମ ଥର ଯେ ଆମର ରାଜନୈତିକ ନେତୃତ୍ୱ ସୁରକ୍ଷା ପରିଷଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସୟଦ ଆକବରଉଦ୍ଦିନ କହିଛନ୍ତି।

ସୁରକ୍ଷା ପରିଷଦର ଜଣେ ସ୍ଥାୟୀ ସଦସ୍ୟ ଭାବରେ ଭାରତର ଦୁଇ ବର୍ଷର କାର୍ଯ୍ୟକାଳ ଜାନୁୟାରୀ ୧, ୨୦୨୧ରେ ଆରମ୍ଭ ହୋଇଥିଲା। ୨୦୨୧-୨୨ କାର୍ଯ୍ୟକାଳ ପାଇଁ ସୁରକ୍ଷା ପରିଷଦର ଜଣେ ସ୍ଥାୟୀ ସଦସ୍ୟ ଭାବରେ ଭାରତର ପ୍ରଥମ ଅଧ୍ୟକ୍ଷତା ହେବ। ଭାରତ ଏହାର ଦୁଇ ବର୍ଷର କାର୍ଯ୍ୟକାଳର ଶେଷ ମାସରେ ଅର୍ଥାତ୍ ଆସନ୍ତା ବର୍ଷ ଡିସେମ୍ବରରେ ପୁନର୍ବାର ପରିଷଦର ଅଧ୍ୟକ୍ଷତା କରିବ। ଏହାର ଅଧ୍ୟକ୍ଷତା କାଳରେ ଭାରତ ତିନୋଟି ବଡ କ୍ଷେତ୍ର- ସାମୁଦ୍ରିକ ସୁରକ୍ଷା, ଶାନ୍ତି ରକ୍ଷା ଏବଂ ଆତଙ୍କବାଦ ବିରୋଧୀ ସହ ଜଡିତ ତିନୋଟି ଉଚ୍ଚସ୍ତରୀୟ ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିବ।

UN Security Council Narendra Modi New Delhi
Advertisment
Advertisment