Advertisment

ସ୍କୁଲ ଖୋଲିଲା ପରେ ବଢିଲା ସଂକ୍ରମଣ

କରୋନା ମହାମାରୀ ସମୟରେ ସ୍କୁଲ ଖୋଲିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାରଣ ଦେଶରେ ତୃତୀୟ ଲହର ଆସିବା ବହୁ ପୂର୍ବରୁ ଦ୍ୱିତୀୟ ଲହରରେ ପିଲାମାନେ ଘାଇଲା କଲାଣି। କାରଣ ଅନେକ ସ୍ଥାନରେ ପିଲାମାନେ କରୋନାରେ ଆକ୍ରାନ୍ତ ହେଲେଣି। ପୂର୍ବରୁ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ ବ୍ୟାପିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ।

author-image
Sarbeswar
corona

corona

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସ୍କୁଲ ଖୋଲିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାରଣ ଦେଶରେ ତୃତୀୟ ଲହର ଆସିବା ବହୁ ପୂର୍ବରୁ ଦ୍ୱିତୀୟ ଲହରରେ ପିଲାମାନେ ଘାଇଲା କଲାଣି। କାରଣ ଅନେକ ସ୍ଥାନରେ ପିଲାମାନେ କରୋନାରେ ଆକ୍ରାନ୍ତ ହେଲେଣି। ପୂର୍ବରୁ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ ବ୍ୟାପିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। କିନ୍ତୁ ଦୀର୍ଘଦିନ ହେବ ପିଲାମାନଙ୍କ ପାଠ ପଢ଼ା ବ୍ୟାଘତ ହେବା ପରେ ଏବେ କଟକଣା ମଧ୍ୟରେ ବିଭିନ୍ନ ରାଜ୍ୟ ସ୍କୁଲ ଗୁଡ଼ିକ ଖୋଲିଛନ୍ତି। ବିଶେଷ ଭାବରେ ୬ ଟି ରାଜ୍ୟରେ ସଂକ୍ରମଣ ହୋଇ ହୁ ହୁ ବଢିଛି। ଯାହାକୁ ନେଇ ଏବେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜୁଲାଇ ଏବଂ ଅଗଷ୍ଟ ମାସରେ ପଞ୍ଜାବରେ ସର୍ବାଧିକ ପିଲାମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଞ୍ଜାବରେ ପିଲାମାନଙ୍କ ସଂକ୍ରମଣରେ ୯.୬ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅଗଷ୍ଟ ୨ରୁ ରାଜ୍ୟରେ ସ୍କୁଲ ଖୋଲାଯାଇଥିଲା ।

Advertisment

ଏଥି ସହିତ ଏମ୍‌ପି, ବିହାର, ଗୁଜୁରାଟ ଓ ପଡ଼ୋଶୀ ଛତିଶଗଡରେ ପିଲାମାନଙ୍କ ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣର ସକରାତ୍ମକତା ୨ରୁ ୩ ପ୍ରତିଶତ ମଧ୍ୟରେ ରହିଛି । ଜୁଲାଇ ୨୬ରୁ ଗୁଜୁରାଟରେ ସ୍କୁଲ ଖୋଲାଯାଇଛି । ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସ୍କୁଲ ଖୋଲାଯାଇଥିଲା । ସେପଟେ ବିହାରରେ ମଧ୍ୟ ଚଳିତ ମାସରୁ ସ୍କୁଲ ଖୋଲାଯାଇଛି। ସେହିପରି ୟୁପିରେ ୨ ରୁ ସ୍କୁଲ ଗୁଡ଼ିକ ଖୋଲିଛନ୍ତି ଯୋଗୀ ସରକାର। ତେବେ ଦେଶରେ ଆଜି ମଧ୍ୟ କରୋନା ଗ୍ରାଫ୍‌ ଉପରମୁହାଁ ରହିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ କେସରେ ୩୫.୬ ପ୍ରତିଶତ ବୃଦ୍ଧି ଘଟିଛି। କାଲି ଦିନକରେ ଦେଶରୁ ୪୧, ୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୪୬୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩, ୭୮, ୧୮୧ରେ ପହଞ୍ଚିଥିବାବେଳେ ସୁସ୍ଥ ହାର ୯୭.୫୧ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩, ୯୬୪ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୩, ୧୯, ୯୩,୬୪୪ ଛୁଇଁଛି।

Advertisment

COVID19 India School Student Coronavirus
Advertisment
Advertisment