Advertisment

କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ; ଗାଁରେ ବୁଲୁଛି ରିୟଲ୍‌ ଆଇରନ୍‌ ମ୍ୟାନ୍‌

ରିଲ୍‌ରେ ଆଇରନ୍ ମ୍ୟାନ୍‌କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍‌ରେ ଆଇରନ୍‌ ମ୍ୟାନ୍‌କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍‌ ମ୍ୟାନ୍‌ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍।

author-image
Rajalaxmi Sahoo
Manipur’s ‘Iron Man’

Manipur’s ‘Iron Man’

ଇମ୍ଫାଲ: ରିଲ୍‌ରେ ଆଇରନ୍ ମ୍ୟାନ୍‌କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍‌ରେ ଆଇରନ୍‌ ମ୍ୟାନ୍‌କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍‌ ମ୍ୟାନ୍‌ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍। ଅବିକଳ ହେଲ୍‌ମେଟ୍‌, ଅବିକଳ ପୋଷାକ। ଏହା କେବଳ ଆଇରନ୍ ମ୍ୟାନ୍ ଶୁଟ୍ ଭଳି ଦେଖିବାକୁ ନୁହେଁ, ଏହା କାମ ମଧ୍ୟ କରୁଛି। ଯଦିଓ ଫିଲ୍ମ ଭଳି ଆକାଶରେ ଉଡ଼ାଇବା, ଗୁଳି ବା ରକେଟ୍ ଆଦି ଛାଡ଼ିବା ଏହା ଦ୍ୱାରା ସମ୍ଭବ ହେଉନି, ତଥାପି ଏଥିରେ ଖଞ୍ଜା ଯାଇଥିବା ଯନ୍ତ୍ରାଂଶ ଦେଖଣାହାରୀଙ୍କୁ ଚକିତ କରୁଛି।

Advertisment

ରିଲ୍‌ର ଟୋନି ଷ୍ଟାର୍କଙ୍କ ଭଳି, ରିୟଲ୍ ଆଇରନ୍ ମ୍ୟାନ୍ ଶୁଟ୍‌ର ନିର୍ମାତା ନିଙ୍ଗୋମ୍ବାମ୍ ପ୍ରେମ୍। ବର୍ଜ୍ୟବସ୍ତୁରୁ ଆଇରନ୍‌ ମ୍ୟାନ୍‌ ଶୁଟ୍ ଓ ରୋବୋଟ୍ ତିଆରି କରୁଛନ୍ତି ପ୍ରେମ୍। ମଣିପୁର ଥୌବାଲ୍ ଜିଲ୍ଲା ହେଇରୋକ୍ ଗାଁର ପ୍ରେମ୍ ଖୁବ୍ ଗରିବ ପରିବାରର। ଛୋଟିଆ ଟିଣ ଛପର ଘର ଭିତରେ ତାଙ୍କର ସ୍ୱପ୍ନର ଦୁନିଆ। ଆଇରନ୍ ମ୍ୟାନ୍, ସ୍ପାଇଡର୍ ମ୍ୟାନ ଓ ଟର୍ମିନେଟର୍ ଆଦି ହଲିଉଡ୍ ଫିଲ୍ମ ଦେଖି ସେ ତିଆରି କରିବାକୁ ଚେଷ୍ଟା କରୁଛନ୍ତି ସେଭଳି ବିଭିନ୍ନ ଯାନ୍ତ୍ରିକ ଶୁଟ୍, ଯନ୍ତ୍ର ମାନବ ଓ ଅନ୍ୟାନ୍ୟ ରୋବଟ୍ କାର୍ଡବୋର୍ଡ, ଇଲେକ୍ଟ୍ରୋନିକ୍ସ ଖେଳଣାର ଯନ୍ତ୍ରାଂଶ। ଏସବୁ ଯନ୍ତ୍ରକୁ ଓ କାଗଜରେ ଅଙ୍କିତ ଡିଜାଇନ୍‌କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

୨୦ ବର୍ଷୀୟ ପ୍ରେମ୍ ଜଣେ ଚିତ୍ରଶିଳ୍ପୀ ହେଲେ ବି ଇଞ୍ଜିନିୟରିଂ ବା ରୋବୋଟିକ୍ସ କ୍ଷେତ୍ରରେ ସେ ଆଦୌ କୌଣସି ବିଧିବଦ୍ଧ ଟ୍ରେନିଂ ନେଇ ନାହାନ୍ତି। ଆର୍ଥିକ ଦୃଷ୍ଟିରୁ ସେଭଳି ଟ୍ରେନିଂ ନେବା ତାଙ୍କ ପକ୍ଷରେ ସମ୍ଭବ ବି ନୁହେଁ। ତାଙ୍କ ବାପା ମାଆ ପରସ୍ପରଠୁ ଅଲଗା ରହୁଥିବା ବେଳେ, ପ୍ରେମ୍ ତାଙ୍କ ମାଆଙ୍କ ପାଖରେ ରହୁଛନ୍ତି।  ପ୍ରେମ୍‌ଙ୍କ ମାଆ ରାସେଶ୍ୱରୀ ଦେବୀ ଏଇ ଛୋଟିଆ ଜଳଖିଆ ଦୋକାନରୁ ଯେତିକି ରୋଜଗାର କରନ୍ତି ପେଟ ପୋଷିବାକୁ ନିଅଣ୍ଟ। ତେଣୁ ପୁଅର ସଉକ୍ ଓ ସ୍ୱପ୍ନ ପୂରଣ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ପ୍ରେମ୍ ମଧ୍ୟ କେବେ ମା‌ଆଙ୍କ ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ଦିନବେଳା ସେ ହୋଟେଲରେ ମାଆାଙ୍କୁ ସାହାଯ୍ୟ କରନ୍ତି ଓ ରାତିରେ ଏଭଳି ବିସ୍ମୟକର ଯନ୍ତ୍ର ସବୁ ତିଆରି କରନ୍ତି। ସେ ୨୦୧୫ ମସିହା ଠାରୁ ଏକାଧିକ ଆଇରନ୍ ମ୍ୟାନ୍ ହେଲ୍‌ମେଟ୍‌, ଶୁଟ୍, ସ୍ପାଇଡର୍ ମ୍ୟାନ୍ ଭଳି ଟେକ୍ନୋଲୋଜି, ରୋବୋଟିକ୍ ଆର୍ମ ଇତ୍ୟାଦି ତିଆରି କରିଛନ୍ତି।

Advertisment

ପ୍ରେମ୍ ନିଜ ପାଇଁ ଓ ସାନ ଭାଇ ପାଇଁ ତିଆରି କରିଛନ୍ତି ଗୋଟିଏ ଲେଖାଏ ଆଇରନ୍ ମ୍ୟାନ୍ ଶୁଟ୍। ଏହାକୁ ପିନ୍ଧି ଘରୁ ବାହାରିଲେ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ, ସେଲ୍‌ଫି ବି ନେଉଛନ୍ତି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରେମ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପଛରେ ରହିଛି ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟ୍ୱିଟ୍‌ରର ଭୂମିକା। ରିୟଲ୍‌ରେ ଆଇରନ୍‌ ମ୍ୟାନ୍‌ କୁହାଯାଉଥିବା ପ୍ରେମ୍ ଓ ତାଙ୍କ ଭାଇଭଉଣୀଙ୍କ ପାଠପଢ଼ା ପାଇଁ ସହାୟତା କରିପାରିଲେ ଆନନ୍ଦିତ ହେବି ବୋଲି କହି, ତାଙ୍କ ଯୋଗଯୋଗ ଠିକଣା ମାଗିଥିଲେ ଆନନ୍ଦ। ଏହାପରେ ତାଙ୍କୁ ମିଳିଯାଇଥିଲା ଏହି ରିୟଲ୍‌ ଆଇରନ୍ ମ୍ୟାନ୍‌ଙ୍କ ପରିଚୟ ଓ ଠିକଣା। ଆନନ୍ଦଙ୍କ ଟ୍ୱିଟ୍‌ ପରେ ଇମ୍ଫାଲରେ ଥିବା ତାଙ୍କ କମ୍ପାନୀ ପକ୍ଷରୁ ପ୍ରେମ୍ ଓ ତାଙ୍କ ପରିବାରକୁ ଦେଖାକରି ସୁବିଧାଅସୁବିଧା ସମ୍ପର୍କରେ ବୁଝା ଯାଇଥିଲା। ଏହାପରେ ତାଙ୍କର ଓ ତାଙ୍କ ଭାଉଭଉଣୀଙ୍କ ପାଠପଢ଼ା ଓ କ୍ୟାରିୟର୍ ଆଗେଇନେବା ଦିଗରେ ସହଯୋଗ କରିବେ ବୋଲି ଆନନ୍ଦ ମହିନ୍ଦ୍ରା ପ୍ରତିଶ୍ରୁତି ଦେଇଛନ୍ତି। 

Manipur Iron Man
Advertisment
Advertisment