Advertisment

ଅବିଶ୍ୱାସ ଲାଗିଲେ ବି ସତ; ମଣିଷ ଶରୀରରେ ୫ କିଡ୍‌ନୀ

ମଣିଷ ଶରୀରରେ ୨ଟି କିଡ୍‌ନୀ ଥାଏ। ହେଲେ ୫ଟା କିଡନୀ ରହିବା କଥା କେବେ ଶୁଣିଛନ୍ତି କି ? କଥାଟା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ।

author-image
Minati Mishra
ଅବିଶ୍ୱାସ ଲାଗିଲେ ବି ସତ; ମଣିଷ ଶରୀରରେ ୫ କିଡ୍‌ନୀ

man walks with 5 kidneys

ଚେନ୍ନାଇ: ମଣିଷ ଶରୀରରେ ୨ଟି କିଡ୍‌ନୀ ଥାଏ। ହେଲେ ୫ଟା କିଡନୀ ରହିବା କଥା କେବେ ଶୁଣିଛନ୍ତି କି ? କଥାଟା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ। ଜଣେ ବ୍ୟକ୍ତିଙ୍କ ଶରୀରରେ ୫ଟି କିଡ୍‌ନୀ ରହିଛି। ୨ଟି ତାଙ୍କର ନିଜର । ଅନ୍ୟ ତିନୋଟି ପ୍ରତିରୋପଣ କରିଛନ୍ତି। ୫ଟି କିଡ୍‌ନୀ ଥିବା ଏହି ବ୍ୟକ୍ତି ଜଣକ ଚେନ୍ନାଇର। ୪୧ ବର୍ଷୀୟ ଏହି ବ୍ୟକ୍ତି ଜଣକ ନିକଟରେ ତୃତୀୟ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି ଏବଂ  ଅପରେସନ ପରେ ସୁସ୍ଥ ହୋଇ  ଡାକ୍ତରଖାନାରୁ ଫେରିଛନ୍ତି। 

Advertisment

 ତୃତୀୟ ଥର ପାଇଁ କିଡ୍‌ନୀ ପ୍ରତିରୋପଣ ପରେ ମଙ୍ଗଳବାର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଘରକୁ ଯିବାକୁ ଅନୁମତି ଦେଇଛନ୍ତି ଡାକ୍ତର। ତେବେ କାହିଁକି ତିନି ତିନି ଥର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କଲେ ଏହି ବ୍ୟକ୍ତି ଜଣକ ? ସମ୍ପୂର୍ଣ୍ଣ ଘଟଣା ଥିଲା ଏମିତି-

ବ୍ୟକ୍ତି ଜଣକ ଯେତେବେଳେ ୧୪ ବର୍ଷର ଥିଲେ ତାଙ୍କର କିଡ୍‌ନୀ ଫେଲ ହୋଇଥିଲା। ୧୯୯୪ରେ ସେ ପ୍ରଥମ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ। ଏହା ୯ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ହେଲେ ୨୦୦୫ରେ ଏହା ଖରାପ ହୋଇଗଲା। ତା’ ପରେ ସେ ଆଉ ଗୋଟିଏ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇଲେ। ଏହା ଦୀର୍ଘ ୧୨ ବର୍ଷ ଧରି କାମ କଲା। ଏହାର ପରବର୍ତ୍ତୀ ୪ ବର୍ଷ ସେ ଡାଏଲସିସ୍‌ କରୁଥିଲେ। ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ସପ୍ତାହରେ ୩ ଥର ଡାଏଲସିସ୍‌ କରିବାକୁ ପଡୁଥିଲା। 

Advertisment

ତେବେ ବାରମ୍ବାର କାହିଁକି ତାଙ୍କର କିଡ଼୍‌ନୀ ଫେଲ  ହେଉଥିଲା ? ପରୀକ୍ଷା ପରେ ଜାଣିବାକୁ ମିଳିଲା ହାଇପର ଟେନସନ ଯୋଗୁ ବାରମ୍ବାର ତାଙ୍କର କିଡ୍‌ନୀ ଫେଲ ହେଉଥିଲା। ପରିସ୍ଥିତି ଅଧିକ ଖରାପ ହେବାରୁ ତାଙ୍କର ବାଇପାସ୍‌ ସର୍ଜରୀ କରାଇବା ଆବଶ୍ୟକ ପଡ଼ିଲା। ସେ ପୁଣି ଗତ ମାର୍ଚ୍ଚ ମାସରେ ମାଡ୍ରାସ ମେଡିକାଲ ମିଶନ ଯାଇଥିଲେ। ହସ୍ପିଟାଲର ଡାକ୍ତର ଡ.ଏସ୍‌ ସରଭାନନ୍‌ଙ୍କ କହିବା ଅନୁଯାୟୀ, ଡାକ୍ତର ତାଙ୍କୁ ତୃତୀୟ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ଖୁବ୍‌ ଜଟିଳ ଥିଲା। ରୋଗୀଙ୍କର ପ୍ରଥମ ନାଟିଭ ୨ଟି କିଡ୍‌ନୀ ଥିବାବେଳେ ୨ଟି ଡୋନର କିଡ୍‌ନୀ ଥିଲା। ତେଣୁ ୫ମ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଉ ସୁବିଧା ନ ଥିଲା। ଏକ ଚାଲେଞ୍ଜ ନେଇ ଡାକ୍ତରମାନେ ବ୍ଲଡ ଭେସେଲ ସହ ଏହି କିଡ୍‌ନୀକୁ ସଂଯୋଗ କରାଇଥିଲେ।  ଅଧିକ ରକ୍ତସ୍ରାବ ଆଂଶଙ୍କା ୪ଟି ଅକାମୀ କିଡ୍‌ନୀ ଥିଲେ ହେଁ ଡାକ୍ତମାନେ ତାକୁ କାଢିବା ପାଇଁ ଚାହିଁ ନ ଥିଲେ।  

 ଶେଷରେ ଜୁଲାଇ ୧୦ରେ ତୃତୀୟ ଥର ପାଇଁ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ବ୍ୟକ୍ତିଙ୍କ ଅନ୍ତନଳୀ ନିକଟରେ ଏହାକୁ ପ୍ରତିରୋପଣ କରି ହାର୍ଟରେ ଥିବା ଶିରା ସହ ରକ୍ତ ଶିରାକୁ ସଂଯୋଗ କରିଥିଲେ। ଶେଷରେ ଅପରେସନ ସଫଳତାର ସହ ଶେଷ ହୋଇଥିଲା।
ତେବେ ଏପରି ଏକ ବିରଳ ଅସ୍ତ୍ରୋପଚାରରେ ଡାକ୍ତରମାନେ ସଫଳ ହୋଇଥିଲେ। ତେବେ ଡାକ୍ତରମାନେ ତାଙ୍କ ଶରୀର ଉପରେ ନଜର ରଖିଛନ୍ତି। ଆଗାମୀ କିଛି ମାସ ଯାଏ ଡାକ୍ତରଙ୍କ ଅବଜରଭେସନ୍‌ରେ ରହିବେ ଏହି ବ୍ୟକ୍ତି ଜଣକ। ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଠିକ ଭାବେ କାମ କରୁଛି କି ନାହି ? ତାଙ୍କର ରକ୍ତ ଚାପ ନିୟନ୍ତ୍ରଣରେ ରହୁଛି କି ନାହିଁ ଏହା ଉପରେ ନଜର ରଖିଛନ୍ତି ଡାକ୍ତର।

Chennai Kidney Transplantation
Advertisment
Advertisment