Advertisment

ଭବାନୀପୁରରୁ ମୋଦି-ଶାହାଙ୍କୁ ଟାର୍ଗେଟ୍‌ କଲେ ଦିଦି। କହିଲେ, ଆମ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ର ସରକାର

ଭବାନୀପୁର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବଢୁଛି ରାଜନୈତିକ ତାତି। ପୁଣି ମୁହାଁମୁହିଁ ବିଜେପି ଓ ଟିଏମସି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବା ନେଇ ଏଠାରେ ସ୍ୱତନ୍ତ୍ର ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଂଟା ଭିଡ଼ିଛି ବିଜେପି।

author-image
Sarbeswar
undefined

mamata

କୋଲକାତା: ଭବାନୀପୁର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବଢୁଛି ରାଜନୈତିକ ତାତି। ପୁଣି ମୁହାଁମୁହିଁ ବିଜେପି ଓ ଟିଏମସି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବା ନେଇ ଏଠାରେ ସ୍ୱତନ୍ତ୍ର ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଂଟା ଭିଡ଼ିଛି ବିଜେପି। ଦିଦି ନାମାଙ୍କନପତ୍ର ଦାଖଲ କରିସାରିଥିବା ବେଳେ ପ୍ରଚାର ବି ଆରମ୍ଭ କରି ଦେଇଛନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ସହ ବିଜେପି ପ୍ରତି ହିଂସାର ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଦିଦି। ସେପଟେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେଓ୍ୱାଲ ଦିଦିଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଯାହାକୁ ନେଇ ରୋଚକ ହେଉଛି ବଙ୍ଗ ରାଜନୀତି।

Advertisment

ନିଜ ଗଡ଼ ଭବନୀପୁରରେ ଦିଦିଙ୍କ ଯୁଦ୍ଧଂଦେହୀ ଡାକରା। ୨୦୧୧ ଓ ୨୦୧୬ରେ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦିଦି, ଆସନ୍ତା ୩୦ରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଜୋରଦାର ପ୍ରଚାର ଚଳାଇଛନ୍ତି। ଏଠି ବିଧାନସଭା ଉପନିର୍ବାଚନ ହେବାକୁ ଥିଲେ ବି, ତାଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ରହିଛନ୍ତି। ମୋଦି-ଶାହ ଯୋଡି ଷଡ଼ଯନ୍ତ୍ର କରି ଟିଏମସି ନେତାଙ୍କୁ ହଇରାଣ କରୁଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି। ଉପନିର୍ବାଚନ ତାରିଖ ଘୋଷଣା ପରେ ଟିଏମସିର ଅନେକ ନେତାଙ୍କୁ ଇଡି ଓ ସିବିଆଇ ସମନ କରିଥିବା ସେ କହିଛନ୍ତି।

ସେହିପରି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଦିଦି। ଜାତୀୟସ୍ତରରେ ନିଜ ପତିଆରା ବଢାଇବା ଲାଗି ଏହି ଭାବନୀପୁର ଉପନିର୍ବାଚନ ଶ୍ରେଷ୍ଠ ପ୍ଲାଟଫର୍ମ ହେବ ବୋଲି ମମତାଙ୍କ ଧାରଣା ରହିଛି। ୨୪ ନିର୍ବାଚନରେ ସମ୍ଭାବ୍ୟ ମିଳିତ ମହାମେଣ୍ଟର ନେତୃତ୍ୱ ନେବା ଚକ୍କରରେ ଥିବାରୁ, ଦିଦି ଆର୍‌ଜେଡ଼ି ,କଂଗ୍ରେସ, ଏନସିପି ଓ ସମାଜବାଦୀ ପାର୍ଟି ପ୍ରସଙ୍ଗ ବି ଉଠାଉଛନ୍ତି। ସମାନ ଟେକନିକ୍‌ ବ୍ୟବହାର କରି କେନ୍ଦ୍ର ଏସବୁ ଦଳର ନେତାଙ୍କୁ ବି ହଇରାଣ କରୁଥିବା କହି, ସେ ସମବେଦନା ପଲିଟିକ୍ସ କାର୍ଡ ବି ଖେଳୁଛନ୍ତି।

Advertisment

ଏପଟେ ମମତାଙ୍କ ବିରୁଦ୍ଧରେ ବିଜୟ ସମ୍ଭାବନା କମ୍ ଥିଲେ ମଧ୍ୟ, ଭବାନୀପୁର ଉପନିର୍ବାଚନକୁ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାରରେ ଲାଗିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେଓ୍ୱାଲ। ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ଗତ ନିର୍ବାଚନରେ ଦଳ ହତାଇଥିବା ୩୫ ପ୍ରତିଶତ ଭୋଟ ବଜାୟ ରଖିବା। ସେଥିଲାଗି ପ୍ରିୟଙ୍କାଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାର ଆବେଦନକାରୀ ଥିବା ପ୍ରିୟଙ୍କା, ଦିଦିଙ୍କୁ ତାଙ୍କରି ଭାଷାରେ ଜବାବ୍ ଦେଉଛନ୍ତି ମମତା। ରାଜନୈତିକ ପ୍ରତିହିଂସା କଥା କହୁଥିବାରୁ, ତାଙ୍କୁ ପଶ୍ଚିମବଙ୍ଗ ହିଂସା କଥା ମନେ ପକାଇ ଦେଇଛନ୍ତି ପ୍ରିୟଙ୍କା । ଅନ୍ୟାୟ ବିରୁଦ୍ଧରେ ସେ ମଇଦାନକୁ ଓହ୍ଲାଇଥିବା କହିଛନ୍ତି। ଅନ୍ୟପକ୍ଷରେ ନନ୍ଦିଗ୍ରାମରେ କାହିଁକି ପରାଜୟ ଭୋଗିଲେ ଦିଦି ସେକଥା ଭଲଭାବେ ଜାଣନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

Mamata Banerjee India NarendraModi BJP TMC Politics
Advertisment
Advertisment