Advertisment

ବାଜି ମାରିଲେ ଦିଦି: ପୂର୍ବ ନିର୍ବାଚନରେ କାହିଁକି ହାରିଥିଲେ ସେନେଇ କଲେ ଖୁଲାସା

ବହୁମତ ସହ ଭବାନୀପୁର ଆସନରୁ ବିଜୟ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି

author-image
Sarbeswar
undefined

mamata banerjee

କୋଲକାତା: ବହୁମତ ସହ ଭବାନୀପୁର ଆସନରୁ ବିଜୟ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି। ମମତାଙ୍କୁ ୮୪ ହଜାର ୭୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱାଲ୍‌ଙ୍କୁ ୨୬ ହଜାର ୩୨୦ ଭୋଟ୍ ମିଳିଛି। ତେବେ ମମତା ବିଜୟ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭବାନୀପୁରର ସମସ୍ତ ଭୋଟରଙ୍କୁ ହୃଦୟରୁ ସମ୍ମାନ ଜଣାଉଛି।

Advertisment

ଆମେ ସମସ୍ତେ ଜାଣନ୍ତି ଏଠାରେ ପୁଲିଂ କମ୍‌ ହୋଇଥିଲା ଅନ୍ୟ ସ୍ଥାନ ଅପେକ୍ଷା। କିନ୍ତୁ ଆପଣମାନେ ଯେପରି ଭାବରେ ମତେ ଆଶୀର୍ବାଦ ଦେଇଛନ୍ତି ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ଏହାସହ ଦିଦି କହିଛନ୍ତି, ପୂର୍ବରୁ ଯେତେ ଥର ନିର୍ବାଚନ ହୋଇଛି, ତାହା ମଧ୍ୟରୁ ଏହି ନିର୍ବାଚନ ନିଆରା। କାରଣ ଚଳିତଥର ନିର୍ବାଚନରେ ମୁଁ ପାଖାପାଖି ୫୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଲୋକମାନେ ତୃଣମୂଳ କଂଗ୍ରେସକୁ ଭଲ ପାଆନ୍ତି। ଏହି ନିର୍ବାଚନ ମଣ୍ଡଳୀର କୌଣସି ୱାର୍ଡ଼ରେ ଟିଏମସି ପଛରେ ନଥିଲା। ବରଂ ପ୍ରତି ୱାର୍ଡ଼ରେ ଆମେ ଆଗରେ ରହିଥିବା ନେଇ ମୁଁ ସୂଚନା ପାଇଛି।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଭବାନୀପୁର ଆସନରେ ସବୁ ପ୍ରକାର ଭୋଟ ରହିଛନ୍ତି ଏବଂ ସମସ୍ତେ ମତେ ଭୋଟ ଦେଇଛନ୍ତି। ଭବାନୀପୁରବାସୀ ପୂରା ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ଏହି ଆସନକୁ ନେଇ ପୂରା ବଙ୍ଗରେ ଚର୍ଚ୍ଚା ଚାଲିଛି । ଏହାସହ ବିଜେପିକୁ ବି ପରୋକ୍ଷରେ କଟାକ୍ଷ କରିଥିଲେ। କହିଥିଲେ, ମୁଁ କେବେ ନିର୍ବାଚନରେ ହାରିନାହିଁ ହେଲେ ପୂର୍ବ ସାଧାରଣ ନିର୍ବାଚନରେ କେମିତି ଓ କାହିଁକି ହାରିଲି ତାହାର ଅନେକ କାରଣ ରହିଛି। ତାହା ଏବେ କୋର୍ଟରେ ରହିଛି ତେଣୁ ସେନେଇ ମୁଁ ବିଶେଷ କିଛି କହିବି ନାହିଁ ବୋଲି ଦିଦି କହିଛନ୍ତି। ମତେ ହରାଇବା ପାଇଁ ଅନେକ ଚକ୍ରାନ୍ତ କରାଯାଇଥିଲା କିନ୍ତୁ ସବୁ ଚକ୍ରାନ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ଭବାନୀପୁରବାସୀ ବୋଲି ଦିଦି କହିଛନ୍ତି।

Mamata Banerjee TMC Politics
Advertisment
Advertisment