Advertisment

ନିର୍ବାଚନ ହାରିଲେ କିନ୍ତୁ ନିଜକୁ "ମ୍ୟାନ୍‌ ଅଫ ଦି ମ୍ୟାଚ୍‌" ଘୋଷଣା କଲେ ପ୍ରିୟଙ୍କା

ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ​​ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ପରିମାଣ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଛନ୍ତି। ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ପାଖପାଖି ୫୮ ହଜାର ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା।

author-image
Sarbeswar
Mamata Banarjee

Mamata Banarjee

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ​​ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ପରିମାଣ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଛନ୍ତି। ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ପାଖପାଖି ୫୮ ହଜାର ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଏହି ମ୍ୟାଚର “ମ୍ୟାନ ଅଫ୍‌ ଦି ମ୍ୟାଚ” ମୁଁ। ଏବେ ଏବେ ରାଜନୀତିରେ ଯୋଗ ଦେଇଛି। ଆଗାମୀ ଦିନରେ ଅନେକ ନିର୍ବାଚନ ଆସିବ ଏବଂ ଆଗକୁ ଲଢେଇ ଜୋରଦାର ହେବ ବୋଲି ସେ କହିଛନ୍ତି।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତକାଲି ମୁଁ ଶୁଣିଥିଲି କିଛି ରାଜନୈତିକ ବିଶ୍ଳେଷକ ଗତକାଲି କହୁଥିଲେ, ଯେତେବେଳେ ଗୋଟିଏ ମ୍ୟାଚ୍ ଥାଏ, ଗୋଟିଏ ଦଳ ଜିତେ, ଗୋଟିଏ ହାରିଯାଏ। ଧରାଯାଉ ଏହା ଏକ ମ୍ୟାଚ୍ ଥିଲା। ଆଉ ସେ ମ୍ୟାଚ୍‌ରେ ଜିତିଛନ୍ତି ଆଉ ମୁଁ ପରାଜୟ ସ୍ୱୀକାର କରିଛି। କିନ୍ତୁ ଏଠାରେ କହିରଖେ ଦିଦି ପୂର୍ବରୁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ ତାହା ଫଳପ୍ରଦ ହୋଇନାହିଁ। ଅର୍ଥାତ୍‌ ମମତା କହିଥିଲେ କି ଭବାନୀପୁର ଆସନରେ ସେ ୧ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିବେ କିନ୍ତୁ ସେ ମାତ୍ର ୫୮ ହଜାର ଭୋଟ୍‌ରେ ବିଜୟ ହୋଇଛନ୍ତି। ଏହାସହ ପ୍ରିୟଙ୍କା କହିଛନ୍ତି ମୁଁ ସାହାସ କରି ନିର୍ବାଚନରେ ଛିଡ଼ା ହେଲି ଏବଂ ଲୋକଙ୍କ ସହ ମିଶିଲି। ଏଥରେ ମୋର ଅନେକ ଅଭିଜ୍ଞତା ରହିଲା ଯାହାକି ଆଗାମୀ ସମୟରେ ନିଶ୍ଚିତ ରୂପରେ କାମ ଦେବ।

Advertisment

ଏହି ନିର୍ବାଚନ ଦିଦିଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଦିଦି ପୂର୍ବ ନିର୍ବାଚନ ହାରିଥିଲେ ଏବଂ ଏହି ଆସନରୁ ଉପନିର୍ବାଚନରେ ଲଢେଇ କରୁଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଏହି ଆସନରେ ଯେକୌଣସି ଉପାୟରେ ଜିତିବାର ଥିଲା। ଆଉ ଦିଦି ଜିତିବେ ବୋଲି ଦୃଢୋକ୍ତି ମଧ୍ୟ ପ୍ରକାଶ କରିଥିଲେ। ଆଉ ଦିଦିଙ୍କ ଆକଳନ ବି ଠିକ୍‌ ହୋଇଛି। ଏହାପୂର୍ବରୁ ମମତା କହିଥିଲେ କି , ଭବାନୀପୁରର ସମସ୍ତ ଭୋଟରଙ୍କୁ ହୃଦୟରୁ ସମ୍ମାନ ଜଣାଉଛି। ଆମେ ସମସ୍ତେ ଜାଣନ୍ତି ଏଠାରେ ପୁଲିଂ କମ୍‌ ହୋଇଥିଲା ଅନ୍ୟ ସ୍ଥାନ ଅପେକ୍ଷା। କିନ୍ତୁ ଆପଣମାନେ ଯେପରି ଭାବରେ ମତେ ଆଶୀର୍ବାଦ ଦେଇଛନ୍ତି ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ଏହାସହ ଦିଦି କହିଛନ୍ତି, ପୂର୍ବରୁ ଯେତେ ଥର ନିର୍ବାଚନ ହୋଇଛି, ତାହା ମଧ୍ୟରୁ ଏହି ନିର୍ବାଚନ ନିଆରା। କାରଣ ଚଳିତଥର ନିର୍ବାଚନରେ ମୁଁ ପାଖାପାଖି ୫୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଲୋକମାନେ ତୃଣମୂଳ କଂଗ୍ରେସକୁ ଭଲ ପାଆନ୍ତି। ଏହି ନିର୍ବାଚନ ମଣ୍ଡଳୀର କୌଣସି ୱାର୍ଡ଼ରେ ଟିଏମସି ପଛରେ ନଥିଲା। ବରଂ ପ୍ରତି ୱାର୍ଡ଼ରେ ଆମେ ଆଗରେ ରହିଥିବା ନେଇ ମୁଁ ସୂଚନା ପାଇଛି। ସେ ଯାହା ବି ହେଉ ମମତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋରସୋରରେ ଚାଲିଛି।

Mamata Banerjee BJP Priyanka Tibrewal TMC Politics
Advertisment
Advertisment