Advertisment

ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମମତା ବାନାର୍ଜୀ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରକାଶିତ ପାଞ୍ଚ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସେହିପରି ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Mamata Banerjee

କୋଲକାତା : ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଞ୍ଚ ଦିନିଆ ଗସ୍ତରେ ଦିଲ୍ଲୀ ପହଞ୍ଚିଛନ୍ତି । ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାର ମଙ୍ଗ ଧରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ତେବେ ଗତକାଲି ମମତା ବାନାର୍ଜୀ ଦିଲ୍ଲୀ ପହଞ୍ଚି ସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ସମ୍ଭାବନା ରହିଛି ।

Advertisment

ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରକାଶିତ ପାଞ୍ଚ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସେହିପରି ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ସୂଚନା ମିଳିଛି । ଏହାସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କମଲନାଥ, ଆନନ୍ଦ ଶର୍ମା ଏବଂ ଅଭିଷେକ ମନୁ ସିଂଭିଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବା ପରେ ପୁତୁରା ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ବରିଷ୍ଠ ସାମ୍ବାଦିକ ବିନୀତ ନାରାୟଣଙ୍କୁ ଭେଟିଥିଲେ ।

Advertisment

ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀଙ୍କ ଏହି ଗସ୍ତ ବୋଲି କୁହାଯାଉଛି । ଗତ ସପ୍ତାହରେ ଅନେକ ବିରୋଧୀଦଳ ନେତା ଟିଏମସିର ବାର୍ଷିକ ସହିଦ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିମଧ୍ୟରେ କଂଗ୍ରେସର ପି ଚିଦାମ୍ବରମ୍ ଏବଂ ଦିଗ ବିଜୟ ସିଂ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆରଜେଡିର ମନୋଜ ଝା, ଡିଏମକେର ତିରୁଚି ଶିବ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଆଦି ସାମିଲ ଥିଲେ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଜାତୀୟ ସ୍ତରରେ ଏକ ବଡ଼ ଭୂମିକା ନିଭାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି । ବିଧାନସଭା ନିର୍ବାଚନରେ ​​ଟିଏମସିର ବିଜୟ ପରେ ଲଗାତାର ତୃତୀୟ ଥର ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ଏହା ହେଉଛି ପ୍ରଥମ ଦିଲ୍ଲୀ ଗସ୍ତ । ଆଗାମୀ ଲୋଭସଭା ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବା କୁହାଯାଉଛି । 

Mamata Banerjee Delhi
Advertisment
Advertisment