Advertisment

ସାମ୍ନାକୁ ଆସିଲା NEET ମେଡିକାଲ୍‌ ପରୀକ୍ଷାରେ ବଡ଼ ଧରଣର ଘୋଟାଲା, ଖୁଲାସା କଲା ସିବିଆଇ

ସାମ୍ନାକୁ ଆସିଲା NEET ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ସହ ଜଡ଼ିତ ଏକ ଘୋଟାଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରକ୍ସି ବ୍ୟବହାର କରିବାକୁ ପ୍ରୟାସ କରାଯାଇଥିଲା ଓ ପ୍ରତି ଆଶାୟୀପ୍ରାର୍ଥୀଙ୍କଠୁ ୫୦ ଲକ୍ଷ ଟଙ୍କା ନିଆଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Scam In NEET Medical Exam

Scam In NEET Medical Exam

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା NEET ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ସହ ଜଡ଼ିତ ଏକ ଘୋଟାଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରକ୍ସି ବ୍ୟବହାର କରିବାକୁ ପ୍ରୟାସ କରାଯାଇଥିଲା ଓ ପ୍ରତି ଆଶାୟୀପ୍ରାର୍ଥୀଙ୍କଠୁ ୫୦ ଲକ୍ଷ ଟଙ୍କା ନିଆଯାଇଥିଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା କିଛି ପ୍ରାର୍ଥୀ ଆତ୍ମହତ୍ୟା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।   ପରୀକ୍ଷାରେ ଘୋଟାଲା  ନେଇ ସିବିଆଇ ସୂତ୍ରରୁ ସୂଚନା ଦିଆଯାଇଛି। ସିବିଆଇ ସୂଚନା ଅନୁସାରେ, ଏହି ସ୍କାମ୍‌ରେ ମହାରାଷ୍ଟ୍ର ସ୍ଥିତ ଆର୍‌କେ ଏଜୁକେସନ୍‌ କ୍ୟାରିୟର ଗାଇଡାନ୍ସ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ପରିମଲ କୋଟପଲ୍ଲୀୱାର ଓ ଅଧିକାଂଶ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିଛି। 

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା NDTV ଦ୍ୱାରା ହସ୍ତଗତ ହୋଇଥିବା ସିବିଆଇର ଏଫ୍‌ଆଇଆର୍‌ରେ କୁହାଯାଇଛି ଯେ, ‘ ଜାଲିଆତି ଓ ଅନୁଚିତ୍‌ ଉପାୟ ଅବଲମ୍ବନ କରି ପରିମଲ କୋଟପଲ୍ଲୀୱାର ଆଶାୟୀ ପ୍ରାର୍ଥୀଙ୍କୁ ସରକାରୀ ମେଡିକାଲ୍‌ କଲେଜରେ ଆଡମିଶନ କରାଇଥିଲେ। ଏହାସହ ଆଶାୟୀ ପ୍ରାର୍ଥୀଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା। NEET ଦ୍ୱାରା ଅନୁଷ୍ଠିତ ପରୀକ୍ଷା ପ୍ରଣାଳୀରେ ହେର୍‌ଫେର୍‌ କରାଯାଇ ପ୍ରକ୍ସିଙ୍କୁ ପରୀକ୍ଷା ପାଇଁ ଏଣ୍ଟ୍ରି କରାଯାଇଥିଲା ।

ତଦନ୍ତରେ ଖୁଲାସା ହୋଇଛି ଯେ, କୋଚିଂ ସେଣ୍ଟର ପକ୍ଷରୁ ଆଶାୟୀ ପ୍ରାର୍ଥୀଙ୍କ ଅଭିଭାବକଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୋଷ୍ଟ ଡେଟେଡ୍‌ ଚେକ୍‌ ଓ ସିକ୍ୟୁରିଟି ଭାବେ ପ୍ରାର୍ଥୀଙ୍କ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅରିଜିନାଲ୍‌ ମାର୍କ ସିଟ୍ ଦାଖଲ କରିବାକୁ କୁହାଯାଇଥିଲା। ଟଙ୍କା ପାଇବା ପରେ ଏହି ସାର୍ଟିଫିକେଟ୍‌ ଫେରାଇ ଦିଆଯିବ ବୋଲି କୋଚି ସେଣ୍ଟର ପକ୍ଷରୁ କୁହା ଯାଇଥିଲା। 

Advertisment

ଏଫ୍‌ଆଇଆର୍‌ରେ ଆହୁରି ମଧ୍ୟ କୁହାଯାଇଛି, ‘ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ୟୁଜର ଆଇଡି ଓ ପାସୱର୍ଡ ସବୁ ପରିମଲ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା। ଏହାପରେ ଯୋଜନା ମୁତାବକ ଆବଶ୍ୟକୀୟ ସଂଶୋଧନ କରାଯାଇ ପ୍ରାର୍ଥୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପରୀକ୍ଷା କେନ୍ଦ୍ର ଦିଆଯାଉଥିଲା। ପ୍ରକ୍ସି ପ୍ରାର୍ଥୀଙ୍କ ସୁବିଧା ଲାଗି ପରିମଳ ଓ ତାଙ୍କ ସହଯୋଗୀ ପ୍ରାର୍ଥୀଙ୍କ ଫଟୋରେ ଗଡ଼ବଡ଼ ମଧ୍ୟ କରିଥିଲେ। ଏପରିକି ନକଲି ଆଇଡି କାର୍ଡ ପାଇଁ ଇ-ଆଧାର କାର୍ଡ ସଂଗ୍ରହ କରାଯାଇଥିଲା। ପ୍ରାର୍ଥୀଙ୍କୁ answer keys ପ୍ରଦାନ ଓ OMR ଶିଟ୍‌ରେ ହେର୍‌ଫେର୍‌ ଲାଗି ପରିମଲ ଆଶ୍ୱାସନା ମଧ୍ୟ ଦେଇଥିଲେ। ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ NEET ପରୀକ୍ଷା ଲାଗି ପରିମଲ ୫ ଜଣ ପ୍ରକ୍ସି ପ୍ରାର୍ଥୀ ଚୟନ କରିଥିଲେ। ତେବେ ସିବିଆଇ ଅଧିକାରୀ ପ୍ରକ୍ସି ପ୍ରାର୍ଥୀଙ୍କୁ ରେଡ ହାଣ୍ଡରେ ଧରିବା ପାଇଁ କେନ୍ଦ୍ରରେ ଉପସ୍ଥିତି ଥିଲେ ହେଁ  ଏହି ପ୍ରକ୍ସି ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିନଥିଲେ। 

ସୂଚନାଥାଉ କି, ଗତ ସପ୍ତାହରେ ତାମିଲନାଡୁରେ ଜଣେ ୧୭ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ତାଙ୍କ ବାପା ଜଣେ ଦିନ ମଜୁରିଆ। ଛାତ୍ରୀ ଜଣକ ୨୦୨୧ ନିଟ୍‌ ପରୀକ୍ଷା ପାସ୍‌ କରିବା ନେଇ ଚିନ୍ତିତ ଥିଲେ। ସେ ଦ୍ୱାଦଶ ପରୀକ୍ଷାରେ ୮୪.୯% ରଖିଥିଲେ। ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। 

NEET Exam NEET NEET Medical Exams
Advertisment
Advertisment