Advertisment

କେନ୍ଦ୍ରକୁ ଉଦ୍ଧବ ସରକାରଙ୍କ ଜବାବ-ରାଜୀବ ଗାନ୍ଧିଙ୍କ ନାମରେ ଦେବ ଆଇଟି ପୁରସ୍କାର

ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳ ରତ୍ନ ହଟାଇ ଦିଆଯାଇଛି। ହେଲେ ଏହାକୁ ହଜମ କରିପାରିନି ମହାରାଷ୍ଟ୍ର ସରକାର । ଏହି ଘଟଣାର କିଛି ଦିନ ପରେ ଉଦ୍ଧବ ସରକାର ପୁଣି ଏକ ପୁରସ୍କାର ଘୋଷଣା କରିଛନ୍ତି । କୁହାଯାଉଛି, କେନ୍ଦ୍ରକୁ ଜବାବ ଦେବା ପାଇଁ ଉଦ୍ଧବ ସରକାର ଏପରି ଏକ ପୁରସ୍କାର ଘୋଷଣା କରିଛନ୍ତି।

author-image
Minati Mishra
କେନ୍ଦ୍ରକୁ ଉଦ୍ଧବ ସରକାରଙ୍କ ଜବାବ-ରାଜୀବ ଗାନ୍ଧିଙ୍କ ନାମରେ ଦେବ ଆଇଟି ପୁରସ୍କାର

IT award in the name of rajiv gandhi

 ମୁମ୍ବାଇ:  ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳ ରତ୍ନ ହଟାଇ ଦିଆଯାଇଛି। ହେଲେ ଏହାକୁ ହଜମ କରିପାରିନି ମହାରାଷ୍ଟ୍ର ସରକାର । ଏହି ଘଟଣାର କିଛି ଦିନ ପରେ ଉଦ୍ଧବ ସରକାର ପୁଣି ଏକ ପୁରସ୍କାର ଘୋଷଣା କରିଛନ୍ତି । କୁହାଯାଉଛି, କେନ୍ଦ୍ରକୁ ଜବାବ ଦେବା ପାଇଁ ଉଦ୍ଧବ ସରକାର ଏପରି ଏକ ପୁରସ୍କାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ସାମାଜିକ କାମରେ ସହଯୋଗ କରୁଥିବା ଆଇଟି ସଂଗଠନକୁ ସମ୍ମାନିତ କରିବା ପାଇଁ ରାଜୀବ ଗାନ୍ଧିଙ୍କ ନାମରେ ଏକ ପୁରସ୍କାର ଘୋଷଣା କରିଛନ୍ତି। 

Advertisment

ସହଯୋଗୀ ଦଳ କଂଗ୍ରେସକୁ ଖୁସି କରିବା ପାଇଁ ଉଦ୍ଧବ ସରକାର ଏପରି କରିଥିବା କୁହାଯାଉଛି । ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିବା ରାଜୀବ ଗାନ୍ଧୀଙ୍କର ଭାରତର ଆଇଟି କ୍ଷେତ୍ରରେ ଥିବା ପ୍ରୋତ୍ସାହନକୁ ସମ୍ମାନିତ କରିବା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। 

Advertisment

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, ଏହି ପୁରସ୍କାର ପ୍ରତିବର୍ଷ ଦିବଗଂତ କଂଗ୍ରେସ ନେତାଙ୍କ ଜୟନ୍ତୀ ଅଗଷ୍ଟ ୨୦ ତାରିଖରେ ଘୋଷଣା କରାଯିବ। ହେଲେ ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ପ୍ରାର୍ଥୀ ଚୟନ କରାଯିବ। ଏହି ପୁରସ୍କାର ପ୍ରଦାନ ପାଇଁ ଏକ କମିଟି ଗଠନ କରାଯିବ । ଏଥିପାଇଁ ମହାରାଷ୍ଟ୍ର ସୂଚନା ଓ ପ୍ରଯୁକ୍ତି ନିଗମ ନୋଡାଲ ଏଜେନ୍ସିଂକୁ ଦାୟିତ୍ୱ ଦେଇଛି।

ସୂଚନାଥାଉ କି, ରାଜୀବ ଗାନ୍ଧିଙ୍କ ଜନ୍ମ ଅଗଷ୍ଟ ୨୦ ତାରିଖ ୧୯୪୪ରେ ମୁମ୍ବାଇରେ ହୋଇଥିଲା। କଂଗ୍ରେସ, ଶିବସେନା, ଏନସିପି ସହ ମିଶି ମହାରାଷ୍ଟ୍ର ମହା ବିକାଶ ଅଘାଡି ସରକାର ଗଠନ ହୋଇଛି। ଗତ ସପ୍ତାହରେ ମୋଦି ସରକାର ରାଜୀବ ଗାନ୍ଧି ଖେଳରତ୍ନ ବଦଳରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ହେବ ବୋଲି ଘୋଷଣା କରିଥିଲେ । ଏନେଇ ଟୁଇଟ୍ କରି ନିଜେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଧ୍ୟାନଚାନ୍ଦଙ୍କ ନାଁରେ ଏହି ପୁରସ୍କାରକୁ ନାମିତ କରିବା ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା, ତେଣୁ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପୁରସ୍କାରର ନାମ ପରିବର୍ତ୍ତନ ହୋଇଥିବା କହିଥିଲେ ମୋଦି। ଏବେଠାରୁ ଏହି ପୁରସ୍କାରକୁ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ ବୋଲି ମୋଦି କହିଥିଲେ।

  ଏହା ପରେ ମହରାଷ୍ଟ୍ର ଉଦ୍ଧବ ସରକାର ରାଜୀବ ଗାନ୍ଧିଙ୍କ ନାମରେ ଏହି ଆଇଟି ପୁରସ୍କାର ଘୋଷଣା କରିଛି। 

CM Uddhav Thackeray Rajiv Gandhi Khel Ratna
Advertisment
Advertisment